ମୁଣ୍ଡଳି ମୃତ୍ୟୁର ମାନସ ମୁକସାକ୍ଷୀ, ‘ଅରିନ୍ଦମ ଭାଇଙ୍କ ପାଇଁ ମୁଁ ଡଙ୍ଗା ନେଇ ଯାଇଥିଲି’…Arindam ଙ୍କ ମୃତ୍ୟୁ ପରେ ସେ ଦିନର ଛାତିଥରା କାହାଣୀ କହିଲେ ମାନସ, ଦେଖନ୍ତୁ Video

ଗତ ଶୁକ୍ରବାର ଦିନ ମହାନଦୀରେ ମିଶନ ଗଜରାଜ ସମୟରେ କେମିତି ବୋଟ ଓ-ଲ-ଟି-ଲା, ଆଉ ସେଦିନର ଘ-ଟ-ଣା-ରେ କେମିତି ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଜୀବନ ଚାଲିଗଲା ସମସ୍ତେ ଜାଣିଛୁ । ଏହି ଦୁଃଖଦ ଘଟଣାର ମୂକସାକ୍ଷୀ ମାଛଧରାଳି ମାନସ ବେହେରା କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ସେଦିନର ପୁରା କାହାଣୀ । ଓଡ୍ରାଫ ଟିମର ଡଙ୍ଗା ଓ-ଲ-ଟି-ବା ପରେ ପାଖରେ ବନ୍ଧା ହୋଇଥିବା ଏକ ଡଙ୍ଗା ଯୋଗେ ଯାଇ ସେ ଓଡ୍ରାଫ ଟିମର ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ସେହି ସମୟରେ ତାଙ୍କ ଛାତି ଏବଂ ମୁଣ୍ଡରେ ମଧ୍ୟ ଆ-ଘା-ତ ଲାଗିଥିଲା । ଯାହା ଫଳରେ ସେ ମଧ୍ୟ ଗୁ-ରୁ-ତ-ର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ହସ୍ପିଟାଲରେ ପହଞ୍ଚି ଜାଣିଲେ ଯେ ଜଣେ ସାମ୍ବାଦିକ ଏବଂ ଓଡ୍ରାଫ କର୍ମଚାରୀଙ୍କ ମୃ-ତ୍ୟୁ ହୋଇଛି । ସେହି ଡଙ୍ଗା ବୁଡି ସମୟର ଦୃଶ୍ୟକୁ ମୋବାଇଲରେ ଦେଖି ମାନସ କାନ୍ଦି ପକାଇଥିଲେ । ମାନସଙ୍କ ଠାରୁ ତାଙ୍କର ସେଦିନର ଅନୁଭୂତି କଥା ଶୁଣିଲେ ଆପଣଙ୍କ ଲୋମ ଶି-ହ-ରି ଉଠିବ ।

ହାତୀକୁ ଉଦ୍ଧାର କରିବାକୁ ରବରବୋଟରେ ଯାଇଥିବା ଓଡ୍ରାଫ କର୍ମଚାରୀ ଓ ଓଟିଭି ପ୍ରତିନିଧି ବୁ-ଡି ଯାଉଥିବା ଦେଖି ସ୍ଥାନୀୟ ମାଛଧରାଳି ମାନସ ବେହେରା ଆଉ ଥୟ ଧରି ପାରି ନଥିଲେ । ସେ ନିଜ ଜୀବନକୁ ଖାତିର ନକରି ପାଖରେ ବନ୍ଧା ହୋଇଥିବା ଏକ କାଠ ଡଙ୍ଗାରେ ସେମାନଙ୍କୁ ବଞ୍ଚାଇବା ପାଇଁ ବାହାରି ପଡିଥିଲେ । ଦୁଇ ଜଣ ଓଡ୍ରାଫ କର୍ମୀଙ୍କୁ ପ୍ରଥମେ ଡଙ୍ଗାରେ ଉଠାଇ କୂଳକୁ ଆଣିଥିଲେ । ତା’ପରେ ଚି-ତ୍କା-ର ଶୁଣିଥିଲେ କି ଆଉ ଜଣେ ଯାଉଛନ୍ତି ବୋଲି ସେ ତାଙ୍କୁ ମଧ୍ୟ ଯାଇ ଡଙ୍ଗାକୁ ଉଠାଇଥିଲେ ।

ସେତେବେଳେ ସେ ଜାଣି ନଥିଲେ କି ସେ ହେଉଛନ୍ତି ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ବୋଲି । ସେତେବେଳ ଅରିନ୍ଦମ ଆଖି ମିଟିମିଟି କରୁଥିଲେ । କିନ୍ତୁ ପରେ ଯେତେବେଳେ ଜାଣିଲେ ସେ ବଞ୍ଚି ପାରିଲେନି ବୋଲି, ମାନସ କାନ୍ଦି ପକାଇଥିଲେ । ସେ ଅରିନ୍ଦମଙ୍କ ପରିବାର ପାଇଁ କାନ୍ଦି କାନ୍ଦି ପ୍ରାର୍ଥନା କରୁଛନ୍ତି । ମାନସ ଆହୁରି ମଧ୍ୟ କହିଛନ୍ତି କି, ସେ ଯେତେବେଳ ଡଙ୍ଗା ନେଇ ଭିତରକୁ ଯାଇଥିଲେ ଅକାତ ଅକାତ ପାଣି ଥିଲା ଓ ପାଣି ସୁଅ ଭୀଷଣ ପ୍ରଖର ଥିଲା ।

ଲଞ୍ଚ ବି ପାଣିରେ ବୁ-ଡି-ଯି-ବା ଦେଖି ଆପଣ ଅନୁମାନ କରି ପାରୁଥିବେ ମହାନଦୀ କେତେ ଭ-ୟ-ଙ୍କ-ର ଥିଲା ସେହି ସମୟରେ । ମହାନଦୀର ଅକାତ ପାଣିରେ ବୁ-ଡି ଯାଉଥିବା ଅରିନ୍ଦମ ଓ ଅନ୍ୟମାନଙ୍କୁ ଏକାକୀ ଡଙ୍ଗା ନେଇ ଉଦ୍ଧାର କରିଥିଲେ ଏହି ସାହସୀ ମାଛଧରାଳି ମାନସ । ଆପଣଙ୍କୁ ମାନସଙ୍କ ଏହିଭଳି ସାହାସୀ ଏବଂ ନିଃସ୍ଵାର୍ଥପର କାର୍ଯ୍ୟ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।