ମନଚାହୁଁଥିବା ଜିନିଷ ପାଇବା ପାଇଁ ହନୁମାନଙ୍କ ସହ ଜଡିତ ଏହି ତିନୋଟି କଥାକୁ ସବୁବେଳେ ମନେ ରଖନ୍ତୁ

ମନଇଚ୍ଛା ଜିନିଷ ପାଇବା ପାଇଁ ୩ଟି ସୂତ୍ର ଜଡିତ ଅଛି । ଯାହାକି ଊର୍ଜା, ପ୍ରାର୍ଥନା ଓ ପ୍ରତୀକ୍ଷା  ଅଟେ । ଯେଉଁ ଲୋକମାନେ ଏହି ୩ଟି ସୂତ୍ରକୁ ଆପଣାଇ ନିଅନ୍ତି ସେହି ଲୋକମାନଙ୍କୁ ଜୀବନରେ ମନଇଚ୍ଛା ଜିନିଷ ନିଶ୍ଚିତ ମିଳିଥାଏ । ଭଗବାନ ହନୁମାନଙ୍କର ଜୀବନ ବି ଏହି ୩ଟି ସୂତ୍ର ଉପରେ ଆଧାରିତ ଅଟେ । ଏହି ୩ଟି ସୂତ୍ର କାରଣରୁ ସେ ନିଜ ଜୀବନରେ ଭଗବାନ ରାମଙ୍କ ସହ ଦେଖା କରି ପାରିଥିଲେ ଓ ନିଜ ଜୀବନରେ ସଫଳ ହୋଇ ପାରିଥିଲେ । ସେଥିପାଇଁ ଆପଣ ବି ଏହି ୩ଟି ସୂତ୍ରକୁ ନିଶ୍ଚିତ ଆପଣାନ୍ତୁ ।

ମନଇଚ୍ଛା ଜିନିଷ ପାଇବା ପାଇଁ କରନ୍ତୁ ଏହି ୩ଟି ସୂତ୍ରର ପାଳନ –

ଊର୍ଜା

ଭଗବାନ ଶ୍ରୀ ରାମଙ୍କ ସହିତ ଯେତେବେଳେ ହନୁମାନଙ୍କର ଦେଖା ସାକ୍ଷାତ ହୋଇଥିଲା ସେତେବେଳେ ହନୁମାନ ରାଜା ସୁଗ୍ରୀବଙ୍କର ସଚିବ ଥିଲେ । କିନ୍ତୁ ଭଗବାନ ରାମଙ୍କ ସହ ଦେଖା କରିବା ପରେ ହନୁମାନଙ୍କୁ ନିଜ ଜୀବନରେ ଏକ ନୂତନ ରାସ୍ତା ମିଳିଲା । ଭଗବାନ ରାମଙ୍କର ସ୍ପର୍ଶ ଦ୍ଵାରା ହନୁମାନଙ୍କ ଭିତରେ ଶୋଇ ଥିବା ଊର୍ଜା ଜାଗୃତ ହୋଇଗଲା ।

ହନୁମାନଙ୍କ ଭଳି ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଊର୍ଜା ଭରି ରହିଥାଏ, କିନ୍ତୁ ତାଙ୍କୁ ନିଜର ଏହି ଊର୍ଜା ବିଷୟରେ ଜଣା ନ ଥାଏ । ଯେତେବେଳେ ସେମାନେ ନିଜ ଭିତରେ ଥିବା ଏହି ଊର୍ଜାକୁ ଚିହ୍ନି ଯିବେ ତେବେ ତାଙ୍କୁ ସଫଳତା ହାସଲ କରିବାରେ କେହି ବି ଅଟକାଇ ପାରିବେ ନାହିଁ ।

ପ୍ରାର୍ଥନା

ପ୍ରାର୍ଥନାରେ ବହୁତ ଶକ୍ତି ଥାଏ ଓ ପ୍ରାର୍ଥନା ଦ୍ଵାରା ମନୁଷ୍ୟ କିଛି ବି କରି ପାରିବ । ହନୁମାନ ଛୋଟ ବେଳେ ବହୁତ ପ୍ରାର୍ଥନା କରୁଥିଲେ ସେହି କାରଣରୁ ତାଙ୍କୁ ଭଗବାନ ରାମ ମିଳିଥିଲେ । ହନୁମାନଙ୍କ ଭଳି ଆପଣ ବି ନିଜ ଜୀବନରେ ଯାହା ବି ପାଇବାକୁ ଚାହୁଁଛନ୍ତି ସେଥିପାଇଁ ପ୍ରାର୍ଥନା କରନ୍ତୁ । କାରଣ ଭଗବାନ ନିଜ ଭକ୍ତ ମାନଙ୍କର ପ୍ରାର୍ଥନା ନିଶ୍ଚିତ ଶୁଣିଥାନ୍ତି ।

ପ୍ରତୀକ୍ଷା

ଜୀବନରେ ପ୍ରତୀକ୍ଷା ମାନେ ଧୈର୍ଯ୍ୟ ରହିବା ବହୁତ ଜରୁରୀ ଅଟେ । ହନୁମାନ ଭଗବାନ ଶ୍ରୀ ରାମଙ୍କ ସହ ଦେଖା କରିବା ପାଇଁ ବହୁତ ବର୍ଷ ଅପେକ୍ଷା କରିଥିଲେ ଓ ଦିନେ ତାଙ୍କର ସାକ୍ଷାତ ଭଗବାନ ଶ୍ରୀ ରାମଙ୍କ ସହିତ ହୋଇଗଲା । ହନୁମାନଙ୍କ ଭଳି ଆପଣ ବି ନିଜ ଜୀବନରେ ଯାହା ପାଇବାକୁ ଚାହୁଁଛନ୍ତି ତେବେ ସେହି ଜିନିଷର ପ୍ରତୀକ୍ଷା କରନ୍ତୁ । କାରଣ ଦିନେ ନା ଦିନେ ଆପଣଙ୍କୁ ସେହି ଜିନିଷଟି ନିଶ୍ଚିତ ହାସଲ ହେବ ।