ମନ ଏମିତି ଜିନିଷ କାହା ପାଖେ କେତେବେଳେ ବି ରହିଯାଏ, ଆଉ ମୋର ବି ରହିଛି… ନିଜ ବ୍ୟକ୍ତିଗତ ଜୀବନ ଓ ଫିଲ୍ମ କ୍ଯାରିୟର ବିଷୟରେ କହିଲେ Jyoti Mishra

ଓଡିଶାର ଝୁଲଣ ମହାନ୍ତି ଭାବେ ସୁପରିଚିତ 90 ଦଶକର ଲୋକପ୍ରିୟ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କୁ ଆପଣ ନିଶ୍ଚୟ ମନେ ରଖିଥିବେ । ମନ ରହିଗଲା ତୁମରି ଠାରେ, ମାତୃଶକ୍ତି, ମା’ ମଙ୍ଗଳା, ଏ ଯୁଗର କୃଷ୍ଣ ସୁଦାମା, ବାହୁଡିବେ ମୋ ଜଗା ବଳିଆ ଓ ବୋଉ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ବ୍ଯତୀତ ଆଲବମରେ ମଧ୍ୟ କାମ କରିଛନ୍ତି ଜ୍ଯୋତି । ତେବେ ଅନେକ ଦିନ ବ୍ଯବଧାନରେ ପୁଣି ଥରେ ଜ୍ଯୋତିଙ୍କୁ କ୍ୟାମେରା ଆଗରେ ଦେଖିବାକୁ ମିଳିଛି ।

ଏକ ଗଣମାଧ୍ୟମ ସାକ୍ଷାତକାର ଜରିଆରେ ସେ ନିଜ କ୍ଯାରିୟର ବିଷୟରେ ଅନେକ କିଛି ଲୋକଲୋଚନକୁ ଆଣିଛନ୍ତି । ଜ୍ଯୋତିଙ୍କର ପିଲାବେଳୁ ଅଭିନୟ ପ୍ରତି ବିଶେଷ ଆଗ୍ରହ ନଥିଲା । କିନ୍ତୁ ତାଙ୍କ ବାପା ଥିଏଟର କରୁଥିଲେ ଓ ଦୂରଦର୍ଶନରେ ମଧ୍ୟ କାମ କରୁଥିଲେ । ତେଣୁ ଅଭିନୟ ତାଙ୍କ ରକ୍ତରେ ବୋଧ ହୁଏ ଥିଲା । ସେଥିପାଇଁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇପାରିଲେ ଓ ଭଲ କରିପାରିଲେ ମଧ୍ୟ । ପ୍ରଥମେ ମଡେଲିଙ୍ଗ ଓ କିଛି ଆଡ୍ ଶୁଟ୍ କରୁଥିଲେ ଜ୍ଯୋତି ।

କଲିକତା ଓ ସାଉଥରେ ମଧ୍ୟ ଅନେକ ଆଡ୍ ପାଇଁ ତାଙ୍କୁ ଅଫର୍ ମିଳୁଥିଲା । ସେ ଯେହେତୁ ପାଠପଢା ପ୍ରତି ଅଧିକ ଧ୍ୟାନ ଦେଉଥିଲେ ତେଣୁ ଛୋଟମୋଟ ଶୁଟ୍ କରୁଥିଲେ । ପ୍ରଥମେ ତାଙ୍କୁ ସାଉଥ ହିରୋ ରବି ତେଜାଙ୍କ ସହ ଫିଲ୍ମ ପାଇଁ ସାଉଥରୁ ଅଫର୍ ଆସିଥିଲା । ହେଲେ ବହୁତ ସମୟ ଦେବାକୁ ପଡିବ ସେଥିପାଇଁ ସେ ରାଜି ହୋଇ ନଥିଲେ । ଏହାପରେ କିନ୍ତୁ ବୋଉ ଚଳଚ୍ଚିତ୍ରରେ କାମ କରିବା ପାଇଁ ତାଙ୍କୁ ଅଫର୍ ଆସିଥିଲା ।

ବହୁତ ଛୋଟ ଚରିତ୍ର ଥିବାରୁ ସେ ରାଜି ହୋଇଥିଲେ । ଏହାପରେ ତାଙ୍କୁ “ମନ ରହିଗଲା ତୁମରି ଠାରେ” ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ସେହି ଫିଲ୍ମର ଚରିତ୍ର ତାଙ୍କୁ ବେଶ ପସନ୍ଦ ଆସିଥିଲା ଓ ସେହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ପ୍ରକୃତ ଶୁଭାରମ୍ଭ ହୋଇଥିଲା । ଏହାପରେ ସେ ଫିଲ୍ମ ପରେ ଫିଲ୍ମ କରି ଚାଲିଲେ । ତାଙ୍କୁ ଓଡିଆ ଆଲବମ ପାଇଁ ଅଫର୍ ମିଳୁଥିଲେ ମଧ୍ୟ ସେ ମନା କରି ଦେଉଥିଲେ ।

ହେଲେ ଝୁଲଣ ମହାନ୍ତି ପାଇଁ ଯେତେବେଳେ ତାଙ୍କୁ ଅଫର୍ ଆସିଥିଲା ସେ ରାଜି ହୋଇଥିଲେ । ସେହି ଗୋଟିଏ ମାତ୍ର ଆଲବମ କରିଥିଲେ ଓ ଏହା ଓଡିଶାରେ ସୁପରହିଟ୍ ହୋଇଥିଲା । ଯାହାକି ଲୋକେ ଆଜି ବି ମନେ ରଖିଛନ୍ତି । ସେବେ ଠାରୁ ଜ୍ଯୋତି ମିଶ୍ର ଝୁଲଣ ମହାନ୍ତି ନାମରେ ଘରେ ଘରେ ପରିଚିତ ହୋଇଥିଲେ ।

ତେବେ ବର୍ତ୍ତମାନ ଅଭିନୟ ଦୁନିଆରେ ସେତେଟା ସକ୍ରିୟ ନାହାନ୍ତି ଜ୍ଯୋତି ମିଶ୍ର । କାହା ପାଖେ କେଭେ ମନ ରହିଛି କି ନାହିଁ ପ୍ରଶ୍ନର ଜବାବରେ ଜ୍ଯୋତି କହିଛନ୍ତି କି, ମନ ଗୋଟେ ଏମିତି ଜିନିଷ ଯାହା କେତେବେଳେ ନା କେତେବେଳେ ଅନ୍ୟ କାହା ପାଖେ ରହି ଯାଇଥାଏ । ମୋର ବି ରହିଛି । ମନ ରହିଥିଲା ବୋଲି ବାହା ହେଇଥିଲି ଓ ପୁଅଟିଏ ବି ହେଲା । ବର୍ତ୍ତମାନ ସେ ନିଜ ପୁଅ ସହ ରହୁଛନ୍ତି ଓ ପୁଅର ପାଠପଢା ଏବଂ କ୍ଯାରିୟର ପ୍ରତି ଧ୍ୟାନ ଦେଉଛନ୍ତି ।

ଯେତେବେଳେ ତାଙ୍କୁ ଜୀବନରେ କାହାର ସାଥ୍ ଅତ୍ୟନ୍ତ ଦରକାର ଥିଲା ସେତେବେଳେ ପୁଅ ସ୍ଵର୍ଗଦୂତ ଭଳି ତାଙ୍କ ଜୀବନରେ ଆସିଥିଲା । ଆଉ ଏବେ ପୁଅ ହିଁ ତାଙ୍କ ପାଇଁ ସବୁକିଛି ବୋଲି କହିଛନ୍ତି ଜ୍ଯୋତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।