ମାଳିକା ଭବିଷ୍ୟବାଣୀ, କଟକରେ ଲାଗିବ ମହାସମର, କାଳିଆବୋଦାରେ ବାହାରିବ ବାରହାତ ଖଣ୍ଡା

ଆଜି ଆମେ ଆପଣଙ୍କୁ ମହାପୁରୁଷଙ୍କ ଦ୍ଵାରା ୬୦୦ ବର୍ଷ ତଳେ ରଚିତ ମାଲିକରେ ବର୍ଣିତ କିଛି ଭବିଷ୍ୟତ ବାଣୀ ବିଷୟରେ କହିବୁ ଓ ଏଥିରେ ଯାହା ବି ବର୍ଣିତ ହୋଇଛି ତାହା ସତ୍ୟ ହୋଇ ଚାଲିଛି । ମହାପୁରୁଷ କହିଲେ କି

ଶାରଳା କରିବେ କୁଥଲ ବଉଳ କଟକେ ଲାଗିବ ଗୋଲ ।

କାଳିଆବୋଦାରୁ ବାର ହାତ ଖଣ୍ଡା ବାହାରିବ ସେହି ବେଳ ॥

ମହାପୁରୁଷ କହିଲେ କି ଏମିତି ଏକ ସମୟ ଆସିବ ଯେଉଁ ସମୟରେ କଟକ କହିଲେ ମସ୍ତକ ଓ ମସ୍ତକରେ ଗୋଲ ଲାଗିବ । ଅର୍ଥାତ ଆଦିଶକ୍ତି ମା ଯେତେବେଳେ କୁଟ କରିବେ ତେବେ ସେତେବେଳେ କଟକରେ ଗୋଲ ଲାଗିବ । ଅର୍ଥାତ ଲୋକମାନେ ବ୍ୟର୍ଥ କଥାବାର୍ତ୍ତା କରିବେ, ପାଗଳ ଭଳି ହେବେ । ଏହା ସହିତ କାଳିଆବୋଦାରୁ ୧୨ ହାତ ଖଣ୍ଡା ବାହାରିବ । ଏହା ଛଡା କଟକରେ ବିପତ୍ତି ଲାଗି ରହିବ । ଅଧିକ ଗରମ ବି ଲାଗିବ । ଏହା ପରେ ଆଗକୁ କହିଲେ କି

କଲକି ରୂପକୁ ଧରିଲ ବଉଳ କଳା ଧଳା ଘୋଡା ଚଢି ।

କୃଷ୍ଣ ବଳରାମ ମିଲ୍ଛ ସଙ୍ଘାରିବେ ବାର ହାତ ଖଣ୍ଡା ଧରି ॥

ମହାପୁରୁଷଙ୍କ କହିବା ଅର୍ଥ କି ସ୍ଵୟଂ ଜଗନ୍ନାଥ ବାର ହାତ ଖଣ୍ଡା ଧରି କଲକି ଅବତାର ନେବେ । ଜଗନ୍ନାଥଙ୍କ ୧୨ଟି ହାତ ରହିବ ଓ ସବୁ ହାତରେ ଖଣ୍ଡା ରହିବ । ଅର୍ଥାତ ସମସ୍ତଙ୍କ ହାତରେ ଖଣ୍ଡା ରହିବ । କେହି ବି ଭଲରେ କଥା ହେବେ ନାହିଁ । ସମସ୍ତେ କଥା କଥାରେ ଛୁରୀ ବ୍ୟବହାର କରିବେ । କେହି କାହାକୁ ମାନିବେ ନାହିଁ । ସମସ୍ତେ ସମସ୍ତଙ୍କର ଶତ୍ରୁ ହୋଇଯିବେ । ଚାରିଆଡେ କେବଳ ବିବାଦ ଓ ଝଗଡା ଦେଖିବାକୁ ମିଳିବ ।

ଏହା ଛଡା ଆପଣମାନେ ବର୍ତ୍ତମାନର ସବୁ ଖବର ଦେଖୁଥିବେ କି ପୁଅ ମାକୁ ହତ୍ୟା କରି ଦେଇଛି । ଏହାର ଅର୍ଥ ଧୀରେ ଧୀରେ ସମସ୍ତଙ୍କ ହାତରେ ଖଣ୍ଡା ରହିବ । ଅନ୍ୟ ପଟେ ଏହି ୬ ଜଣ କାମ, କ୍ରୋଧ, ମୋହ, ଲୋଭ, ମଦ ଓ ମାଂସ ମେଲ ହୋଇ ମୁଣ୍ଡରେ ଅଛନ୍ତି ଏମାନଙ୍କୁ ସ୍ଵୟଂ କଲକି ଅବତାର ନେଇ ସଂହାର କରିବେ । ଏହା ପରେ ଏକ ନୂଆ ଯୁଗର ସ୍ଥାପନା ହେବ । ଏହା ଛଡା ମହାପୁରୁଷ କହିଲେ କି ଯଦି ଆପଣ କଲିକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଭଗବାନଙ୍କ ଆରଧନା କରନ୍ତୁ ।

ପୁଣି ମହାପୁରୁଷ କହିଲେ କି କଲକି ରୂପରେ ମହାପୁରୁଷ ଆସିବେ । କଲକି ରୂପର ଅର୍ଥାତ ଚାରିଆଡେ କଳ କବଜା ଚାଲିବ । ପୁରୁଣା ଯୁଗରେ ଲୋକମାନେ ହାତରେ ପାଣି କାଢୁଥିଲେ । କିନ୍ତୁ ବର୍ତ୍ତମାନ ମଟର ଲାଗି ଯାଇଛି । ଏହା ଛଡା ଏମିତି ଏକ ସମୟ ଆସିବ ଯେତେବେଳେ କେବଳ କଳ କବଜା କାମରେ ଆସିବ । ଅର୍ଥାତ ମେସିନ ନ ହେଲେ କିଛି ବି କାମ ହୋଇ ପାରିବ ନାହିଁ ।

ଏମିତିରେ ଆମର ଭଗବାନଙ୍କ ନିକଟରେ ପ୍ରାର୍ଥନା ଅଟେ କି ଆପଣ ହିଁ ଏହି ଜଗତର ନିର୍ମାଣ କରିଛନ୍ତି ଓ ଆପଣ ହିଁ ଏହି ଜଗତର ରକ୍ଷା କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।