ମାଳିକା ବଚନରେ ନାରୀଙ୍କ ବିଷୟରେ ଲିଖିତ କିଛି ବିଶେଷ କଥା, ସଭ୍ୟ ଜଗତରେ ଅସଭ୍ୟ ନାରୀ

ଆଜି ଯେଉଁ ଭାଇରସ କବଳରୁ ଆତଙ୍କିତ ହେଉଛୁ ଆମେ ତାହାକୁ ନିଜେ ଅର୍ଜନ କରିଛୁ କିନ୍ତୁ ଜୀବ ହିଂସା ଭଳି କାର୍ଯ୍ୟକୁ ଆମେ କରୁଛେ । ନିରୀହ ଜୀବମାନକର ହତ୍ୟା ଆମେ କରିଛେ ଦେଶରେ ଅନ୍ୟାୟ ଅତ୍ୟାଚାର ବଢି ଚାଲିଥିବା ସମୟରେ ଏହି ଆତଙ୍କ ଆମକୁ ସତପଥ ରେ ଚାଲିବାର ବାଟ ଦେଖାଉଛି । ଏ ଜୀବ କିଛି ନ ହେଲେ ମୃତ୍ୟୁକୁ ଭୟ କର ।

ତା ସହିତ ଅନ୍ୟାୟ ଅତ୍ୟାଚାର ଛାଡି ଓ ପାପକୁ ଭୟ କରି ଧର୍ମ ରାସ୍ତା ଯିବାକୁ ପଡିବ । ମହାପୁରୁଷଙ୍କ ପ୍ରତେକ ବାକ୍ୟ ସତ୍ୟ ଅଟେ । ଆଗତ ଭବିଷ୍ୟତ ମାଳିକା ବଚନ ସତ୍ୟ ହବାକୁ ଯାଉଛି । ପଞ୍ଚସଖା ଯୁଗର ମହାପୁରୁଷ ପଞ୍ଚସଖା ମାଳିକା କେବଳ ରଚନା କରିଛନ୍ତି ତା ନୁହେଁ ।

ଆଗତ ଭବିଷ୍ୟତକୁ ତୁଳସୀ ଦାସ ଉତ୍ତରକାଣ୍ଡରେ ମଧ୍ୟ ସୁନ୍ଦର ଭାବରେ ରଚନା କରିଛନ୍ତି । ତା ସହିତ ତ୍ରେତୟା ଯୁଗରେ ଦଣ୍ଡକାର୍ନୟାରେ ପ୍ରଭୁ ରାମ ମା ଜାନକିଙ୍କୁ  ସୁନ୍ଦର ଭାବରେ କଳିଯୁଗ ଆଗତ ଭବିଷ୍ୟତ ବିଷୟରେ କହିଛନ୍ତି । ହେ ଜାନକୀ -ଏମତି ସମୟ ଆସିବ “ଶ୍ରୀ ରାମ ଜି ନେ କହେ ସିୟା ସେ ଏସା କଳିଯୁଗ ଆଏଗା ବାତ ପର ମାତ ପିତକୋ ବେଟା ପର ଆଙ୍ଖ ଦିଖଏଗା ” ଏହାର ମାନେ କଥା କଥାରେ ପୁଅ ମା ବାପାକୁ ଆଖି ଦେଖେଇବ ।

ଆହୁରି ମଧ୍ୟ ନାରୀ ମାନେ ମଧ୍ୟ ବିଶୃଙ୍ଖୁଳିତ ହେଇଯିବେ । ଯାହାର ପ୍ରଭାବ ସମାଜ ଉପରେ ପଡିବ ଓ ମଣିଷ  ଭୋଗିବ । ମର୍ଯ୍ୟାଦା ପୂଣ୍ୟ ଓ ଶାଳୀନତାକୁ ଭୁଲି ନାରୀମାନେ ଅନ୍ୟ ପୁରୁଷ ମାନଙ୍କ ଠାରେ ରତି ହେବେ ।

ଯାହା ମହାପୁରୁଷ  ଅଚ୍ୟୁତ ଲେଖିଥିଲେ । ସେଇଭଳି ମାଳିକା ପଦକୁ ଆମେମାନେ ମନେ ପକେଇବା । ସେହି ପଦକୁ ଛଶହ ବର୍ଷ ତଳେ ରଚନା କରିଥିଲେ । ଏହାକୁ ଶୁଣି ସାରିଲାପରେ ମାଳିକା ସତ୍ୟ ଅଟେ । ଗୋଟେ ସୁନ୍ଦର ପଦ ଆପଣଙ୍କୁ କହିବାକୁ ଯାଉଛୁ – ସୁନ୍ଦର ଯୁବକ ଦେଖିଥିଲେ ନାରୀ ସ୍ଵାମୀ ଘରୁ ଛାଡି ଯିବେ ବାହାରି । ଏମିତି ସମୟ ଆସିବ  ସୁନ୍ଦର ପୁରୁଷଙ୍କୁ ଦେଖିଲା ପରେ ସ୍ତ୍ରୀ ମାନେ ନିଜ ସ୍ଵାମୀମାନଙ୍କୁ ଭୁଲି ପର ପୁରୁଷରେ ରତ ହେବେ ।

ପୁଣି ମହାପୁରୁଷ ଲେଖିଲେ ଯେ – ଏମିତି ସମୟ ଆସିବ ସିନ୍ଦୁର ସ୍ବାମୀର ପ୍ରତୀକ ବୋଲି କହିଥାନ୍ତି ।  ସେହି ସିନ୍ଦୁର ର ସୁରକ୍ଷା ଆଉ ରହିବ ନାହିଁ । ତା ବଦଳରେ ଟିକିଲି ପିନ୍ଧିବେ । ପୁଣି ମହାପୁରୁଷ ଗୋଟେ ଭଲ ପଦ ଲେଖିଥିଲେ ସେଇଟା ହେଉଛି –

ସିନ୍ଦୁର ଛାଡିକି ଟିକିଲି  ନାଇବେ
ମୁକୁଳା କରିବେ କେସ
କୁଳ ସ୍ତ୍ରୀ ମାନେ ବଜାରରରେ ବୁଲିବେ
ଦେଖାଇଣ ନିଜ ବେଶ

ଯେଉଁ ସିନ୍ଦୁରକୁ ସ୍ନାନ କରିଯିବା ପୁରୁବରୁ ଦୁଆର ବନ୍ଧରେ ବାମ ପଟେ ରଖିଦିଆଯାଏ । ଦୁଆର ବନ୍ଧ ଆଗେ ଚାରୋଟି ଥିଲା । ଏବେ ଏରୁଣ୍ଡି ବନ୍ଧକୁ କେହି ମାନନ୍ତି ନହିଁ  । ଉପରଟା ହେଉଛି ଦେଢଶୁରଙ୍କ କାଳେ  ଛୁଆଁ  ହେଇଯିବ । ସେଥିପାଇଁ ଲୋକ ନଇକି ଯାଏ ବାମ ପାର୍ଶ୍ଵ ହେଉଛି ସ୍ବାମୀର ଯାହାକି ସିନ୍ଦୁରଟି ଦୁଆରବନ୍ଧରେ ଲଗେଇକି ସ୍ନାନ କରିବାକୁ ଯାଏ ପୁଣି ସ୍ନାନ କରିସାରିଲା ପରେ ତାକୁ ଲଗାଇଥାନ୍ତି ।

ଡାହାଣ ପାର୍ଶ୍ଵ ହେଉଛି ଗୁରୁଜନଙ୍କର ତଳ ଦୁଆର ବନ୍ଧଟି ନଣନ୍ଦ ,ଦିଅର ଅର୍ଥାତ ଛୋଟ ପିଲାମାନଙ୍କର ତାକୁ ପାଦରେ କେବେ ଆଡେଇବନି । ଦୁଆର ବନ୍ଧକୁ ସବୁବେଳେ ସମ୍ମାନ ଦେବେ । ତେଣୁ କରି ଯେଉଁଭଳି ଆମ ସମାଜରେ ଅନ୍ୟାୟ ଅତ୍ୟାଚାର ବାଢୁଛି କିନ୍ତୁ ଆପଣ ସବୁବେଳେ ଠିକ ପଥରେ ଚାଲିବାକୁ ଚେଷ୍ଟା କରିବୁ  ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।