ମାଳିକା ଅନୁସାରେ, କଳିଯୁଗ ଶେଷରେ କିଏ ମରିବଓ କିଏ ବଞ୍ଚିବ

ଆମେ ସମସ୍ତେ ମାଳିକା ବିଷୟରେ ଅଳ୍ପ ବହୁତ ଶୁଣିଛୁ । ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷ ତଳେ ପଞ୍ଚସଖା ମନେ କଳିଯୁଗରେ ଯାହା ସବୁ ଘଟିବ ତାହା କହିଯାଇଛନ୍ତି । ଏହାକୁ ସମସ୍ତେ ମଧ୍ୟ ବୁଝିପାରନ୍ତି ନାହିଁ । ଏହାକୁ ବୁଝିବା ପାଇଁ ବହୁତ ଜ୍ଞାନର ଆଵଶ୍ୟକତା ହୋଇଥାଏ । ମାଳିକାରେ କୁହା ଯାଇଥିବା କଥାକୁ ମାନି ଚଳିଲେ ଆମେ ଏହି କଳି ଯୁଗରୁ ମୁକ୍ତି ପାଇଯିବା ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଆଚ୍ୟୁତାନନ୍ଦ କହିଥିବା ମାଳିକା ବିଷୟରେ ।

ଅଚ୍ୟୁତାନନ୍ଦଙ୍କ ରାମାୟଣକୁ ମନେ ପକାଇ କହିଛନ୍ତି ଯେ, ଗୋଟିଏ ନାରୀ ବନ୍ଧ୍ୟା ହେବା ସତ ଗୁଣରେ ଭଲ, ଯଦି ତା ପୁତ୍ରର ଲୟ ପ୍ରଭୁ ରାମଙ୍କ ପାଦପଦ୍ମରେ ନାହିଁ । ମହାପୁରୁଷ ଆଚ୍ୟୁତାନନ୍ଦ କହିଛନ୍ତି ଯେ ଏହି ମାଳିକାକୁ କେବଳ ମୋର ଭକ୍ତ ମାନଙ୍କ ଆଗରେ କହିବୁ ଓ ଅଭକ୍ତ ମାନଙ୍କ ଆଗରେ ଲୁଚେଇବୁ ।

ତାହା ସମୟ ଆସିଲେ ସମସ୍ତେ ଜାଣିପାରିବେ । କିନ୍ତୁ ମୋହର ଭକ୍ତମାନେ ତାହା ଆଗରୁ ଜାଣିଥିବେ । ଅଜ୍ଞାନିମାନେ ଏହି କଥା ଜାଣି ଆଚମ୍ବିତ ହେବେ । କେଉଁଠାରେ ଲୀଳା ପ୍ରକାଶ ପାଇବ, କେଉଁଠାରେ ପ୍ରଭୁ ଲୀଳା କରିବେ ତାହା ଆଗରୁ ଜ୍ଞାନୀ ଓ ପଣ୍ଡିତ ମାନେ ଜାଣିଥିବେ । ଏହାକୁ ମୋ ଭକ୍ତ ମାନେ ଆଗରୁ ଜାଣି ସତର୍କ ହୋଇଥିବେ ଓ ଆଜ୍ଞାନୀ ମାନେ ଏହାକୁ ବୁଝି ନପାରି କଳିଯୁଗରେ ହନ୍ତସନ୍ତ ହେଉଥିବେ ।

ଅଚ୍ୟୁତାନନ୍ଦ ଏହା ବି କହିଛନ୍ତି ଯେ, ଯଦି ପୂର୍ବରୁ କିଛି ଜ୍ଞାନ ଥିବ ତାହାଲେ ଏହି ମାଳିକାକୁ ବୁଝିପାରିବେ । ଯେଉଁ ଭକ୍ତ ମାନଙ୍କର ପୂର୍ବରୁ ଦୈବୀ କଳା ଥାଏ ତାହାଲେ ସେହି ଭକ୍ତ ମାନେ ଏହି ଠାରଗାର କଥାକୁ ବୁଝିପାରିବେ । ଏହି କଥାକୁ ନିଷ୍କାମି ମାନେ ବୁଝିପାରିବେ ଓ ଆଜ୍ଞାନୀ ମାନେ ଏହାକୁ ବୁଝିପାରିବେ ନାହିଁ ।

ଜଗନ୍ନାଥଙ୍କ ଆହେତୁକ କୃପହେଲେ ଏହି କାଥାକୁ ବୁଝିପାରିବେ, ନହେଲେ ସମସ୍ତେ ଏହାକୁ ବୁଝିପାରିବେ ନାହିଁ । ମହାପୁରୁଷ ଆଚ୍ୟୁତାନନ୍ଦ କହିଛନ୍ତିଯେ, ଜିଏ ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ଲୟ ଓ ଭକ୍ତି ଲଗାଇବ ସେହି ମାନେ ହିଁ ଏହି ଭବସାଗରରୁ ତରିବେ । ଆଉ ଯେଉଁମାନଙ୍କର ଚେତନା ଶକ୍ତି ଥିବ ଓ ପୂର୍ବ ଜନ୍ମର ସୁକୃତ ଥିବ ସେହିବମାନେ ହିଁ ଏହି କଳି ଭବସାଗରରୁ ତରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।