2023 ରୁ 2030 କଣ କଣ ଘଟିବ ? ମାଳିକାରୁ ମିଳିଲା ବଡ ପ୍ରମାଣ, ଦେଖନ୍ତୁ କଣ କହୁଛି Malika

ନମସ୍କାର ବନ୍ଧୁଗଣ, କଳିଯୁଗରେ ପାପର ଭାର ବଢିଗଲେ କଳିଯୁଗ ଶେଷ ହେବାର କଥା ମାଳିକାରେ ଉଲ୍ଲେଖ ରହିଛି । ତେବେ ଆଜିର ଏହି ଦୁନିଆରେ ଯେଉଁ ପାପ ହେଉଛି ତାହା ଠାରୁ ଆଉ କିଛି ବଡ ପାପ ଥିବ ଏହା ତ ମନେ ହେଉନାହିଁ । ତେବେ କଳିଯୁଗ ତାହାର ଅନ୍ତିମ ଚରଣରେ ଆସି ପହଞ୍ଚିଛି କି ନାହିଁ ତାହା ଜାଣିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ 2023 ରୁ 2030 ମସିହା ପର୍ଯ୍ୟନ୍ତ ଘଟିବାକୁ ଯାଉଥିବା ସମସ୍ତ ଘଟଣା ସମ୍ପର୍କରେ ।

କଳିଯୁଗର ମୀମାଂ-ସା 2030 ମସିହାରେ ହେବା କଥା ଉଲ୍ଲେଖ ରହିଛି । ତେଣୁ 2023 ଠାରୁ 2030 ମଧ୍ୟରେ ଘଟିବାକୁ ଯାଉଥିବା ଘଟଣା ଅନ୍ତିମ ଘଟଣା ଅଟେ କଳିଯୁଗର । ଯାହା ଏହି କଳିଯୁଗର ପାପ ଭାର ବଢିବା କାରଣରୁ ହେବ । ମାଲିକାରେ ଉଲ୍ଲେଖ ଥିଲା କି ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାତ ହେବ କିନ୍ତୁ ଭକ୍ତ ମାନେ ତାହା ଦେଖି ପାରିବେ ନାହି ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ ରଥଯାତ୍ରାରେ ।

ତେବେ ଏହି କଥା ତ ବର୍ତ୍ତମାନ ଘଟି ସାରିଛି କାରଣ କୋରୋନା ସମୟରେ ବୀନା ଭକ୍ତରେ ରଥ ଯାତ୍ରା ସମ୍ପର୍ଣ କରାଯାଇଥିଲେ । ସେହିଭଳି ଆଉ ଏକ କଥାର ଉଲ୍ଲେଖ ରହିଛି ତାହା ହେଉଛି ରଥଯାତ୍ରାରେ ଗଡିବ ନାହିଁ ନନ୍ଦିଘୋଷ ରଥ । ଏହା ମଧ୍ୟ ଆଉ କିଛି ବର୍ଷରେ ସତ ହେବ ବୋଲି କୁହାଯାଉଛି । 6 ବର୍ଷ ଓଡିଶାର ସବୁଠାରୁ ବଡ ଧାର୍ମିକ ଯାତ୍ରା ରଥଯାତ୍ରା ନ ହେବାର କଥା ଉଲ୍ଲେଖ ରହିଛି ।

ଯେତେବେଳେ 6 ବର୍ଷ ନନ୍ଦୀଘୋଷ ଯାତ୍ରା ବନ୍ଦ ହେବ ସେହିଦିନ ଠାରୁ  ଠିକ 9 ବର୍ଷ 9 ମାସରେ ପୃଥିବୀକୁ ସତ୍ୟଯୁଗ ପଦାର୍ପଣ କରିବ । ସାମଗ୍ର ବିଶ୍ଵର ବଡ ଠାକୁର ଅଟନ୍ତି ଆମ ଜଗନ୍ନାଥ ମହାପ୍ରଭୁ । ଜଗନ୍ନାଥକୁ ରୁଷିଆ ସୈନିକ ନେବାର ଉଦ୍ୟମ କରିବେ ଏବଂ ନେବେ । ପୁରୀର ଗଜପତି ବଂଶଧର ଲୋକ ରୁଷିଆ ଯାଇଥିଲେ ଏବଂ ଏବେ ଋଷିଆର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେହି ଗଜପତି ବଂଶଧର ।

ଏହି କାରଣ ହେତୁ ରୁଷିଆରେ ରହିଥିବା ଗଜପତି ବଂଶଧର ନିଜ ସମ୍ପତ୍ତିକୁ ନେବା ପାଇଁ ଆସିବେ ଓଡିଶା । ଯାହାର ବର୍ଣନା କରାଯାଇଛି ମାଳିକାରେ । 2024 ମସିହାରେ ଭାରତ ଉପରକୁ ବିପଦ ଆସିବା କଥା କୁହାଯାଇଛି । ଏହି ସମସ୍ତ କଥା ମାଳିକାରେ ମହାପୁରୁଷ ଅଚ୍ୟୁତା ନନ୍ଦ ଉଲ୍ଲେଖ କରି ଯାଇଛନ୍ତି ।

ଯାହାର ଅର୍ଥକୁ ବୁଝି ସାରି ଘଟୁଥିବା ଘଟଣା ସହ ସଂଯୋଗ କରିବା ଦ୍ଵାରା ତାହା ସତ୍ୟ ବୋଲି ପ୍ରମାଣିତ ମଧ୍ୟ ହୋଇଯାଉଛି । ଏହା ଥିଲା କିଛି ବଡ ବଡ ଘଟଣା ଯାହା କଳିଯୁଗର ଅନ୍ତିମ ଚରଣ ସମୟରେ ଘଟିବ । ତେବେ ସେହି ସମୟଟି 2023 ରୁ 2030 ମଧ୍ୟରେ ଆସିବ ବୋଲି ଅନୁମାନ କରାଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।