ମକର ସଙ୍କ୍ରାନ୍ତି ୨୦୨୦ : ଜାଣନ୍ତୁ ମକର ସଙ୍କ୍ରାନ୍ତିର ଇତିହାସ , ମହତ୍ଵ ଓ ପୂଜା ମୂହୁର୍ତ୍ତ

ମକର ସଙ୍କ୍ରାନ୍ତି ପ୍ରାୟତଃ ୧୪ ଜାନୁୟାରୀରେ ପଡିଥାଏ । କିନ୍ତୁ ଏଥର ମକର ସଙ୍କ୍ରାନ୍ତି ୧୫ ଜାନୁୟାରୀରେ ପାଳନ କରାଯିବ । କାରଣ ଜ୍ୟୋତିଷଙ୍କ ଗଣନା ଅନୁସାରେ ଏଥର ସୂର୍ଯ୍ୟର ମକର ରାଶିରେ ପ୍ରବେଶ ୧୪ ଜାନୁୟାରୀ ରାତି ୦୨: ୦୭ ଟା ସମୟରେ ହେବ । ସେଥିପାଇଁ ସଙ୍କ୍ରାନ୍ତି ୧୫ ଜାନୁୟାରୀରେ ପାଳନ କରାଯିବ । ଏହି ଦିନରେ ଲୋକମାନେ ସକାଳୁ ଉଠି ନଦୀରେ ସ୍ନାନ କରିବା ପରେ ଶନିଦେବ ଓ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତି ।

ମନ୍ଦିରରେ ଗରିବମାନଙ୍କୁ ଓ ବ୍ରାହ୍ମଣମାନଙ୍କୁ ଦାନ ବି କରନ୍ତି । ଏହା ପରେ ରାଶି ଲଡୁ, ଖେଚେଡି ଓ ଅନ୍ୟ ସ୍ଵାଦିଷ୍ଟ ଭୋଜନ ସହିତ ସଙ୍କ୍ରାନ୍ତି ପର୍ବ ପାଳନ କରନ୍ତି । ଗୁଜୁରାଟ ଓ ଦିଲ୍ଲୀ ସମେତ ଦେଶର ବହୁତ ସହରରେ ଏହି ଦିନରେ ଗୁଡି ଉଡାଯାଏ । ମକର ସଙ୍କ୍ରାନ୍ତିକୁ ଉତ୍ତର ଭାରତର କେତେକ ଅଞ୍ଚଳରେ ଖେଚେଡିର ପର୍ବ ରୂପରେ ବି ପାଳନ କରନ୍ତି ।

ଅନ୍ୟ ପଟେ ଦକ୍ଷିଣ ଭାରତର ତାମିଲନାଡୁ ଓ କେରଳରେ ଏହାକୁ ପୋଂଗଲ ପର୍ବ ରୂପରେ ପାଳନ କରନ୍ତି । ପୋଂଗଲ ୨୦୨୦ର ପର୍ବ ୧୫ ଜାନୁୟାରୀରେ ଆରମ୍ଭ ହୋଇ ୧୮ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ପୋଂଗଲର ପର୍ବ ନୂଆ ଫସଲ ଆସିବାର ଖୁସିରେ ବି ପାଳନ କରାଯାଏ ।

କଣ ଅଟେ ମକର ସଙ୍କ୍ରାନ୍ତି

ମକର ସଙ୍କ୍ରାନ୍ତିରେ ‘ମକର’ ଶବ୍ଦ ରାଶିକୁ ଇଙ୍ଗିତ କରିଥାଏ । ଯେତେବେଳେ କି ସଙ୍କ୍ରାନ୍ତିର ଅର୍ଥ ସଂକ୍ରମଣ ଅର୍ଥାତ ପ୍ରବେଶ କରିବାକୁ ବୁଝାଏ । ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି । ଗୋଟିଏ ରାଶିକୁ ଛାଡି ଦ୍ଵିତୀୟରେ ପ୍ରବେଶ କରିବାର ଏହି ବିସ୍ଥାପନ କ୍ରିୟାକୁ ସଙ୍କ୍ରାନ୍ତି କୁହନ୍ତି । ଜ୍ୟୋତିଷ ଗଣନା ଅନୁସାରେ ମକର ସଙ୍କ୍ରାନ୍ତି ରୁ ହିଁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ମକର ସଙ୍କ୍ରାନ୍ତି ଶୁଭ ମୁହୂର୍ତ୍ତ –

ମକର ସଙ୍କ୍ରାନ୍ତି ୨୦୨୦ – ୧୫ ଜାନୁୟାରୀ

ସଙ୍କ୍ରାନ୍ତି କାଳ – ୦୭ : ୧୯ (୧୫ ଜାନୁୟାରୀ)

ପୁଣ୍ୟକାଳ – ୦୭ : ୧୯ ରୁ ୧୨ : ୩୧ ପର୍ଯ୍ୟନ୍ତ

ମହାପୁଣ୍ୟ କାଳ – ୦୭ : ୧୯ ରୁ ୦୯ : ୦୩ ପର୍ଯ୍ୟନ୍ତ

ସଙ୍କ୍ରାନ୍ତି ସ୍ନାନ – ପ୍ରାତଃ କାଳ, ୧୫ ଜାନୁୟାରୀ ୨୦୨୦

ମକର ସଙ୍କ୍ରାନ୍ତିର ଇତିହାସ

ପୌରାଣିକ କଥା ଅନୁସାରେ, ମକର ସଙ୍କ୍ରାନ୍ତି ଦିନ ଗଙ୍ଗା ଭଗିରଥୀଙ୍କ ପଛରେ ଚାଲି ଚାଲି କପିଲ ମୁନିଙ୍କ ଆଶ୍ରମ ହୋଇ ସାଗରରେ ଯାଇ ମିଶି ଥିଲେ । ସେଥିପାଇଁ ଆଜିର ଦିନରେ ଗଙ୍ଗା ସ୍ନାନର ବିଶେଷ ମହତ୍ଵ ଅଛି । ମକର ସଙ୍କ୍ରାନ୍ତିକୁ ମୌଶମରେ ଚେଞ୍ଜେସର ସୂଚକ ବୋଲି ବି କୁହାଯାଏ । ଆଜି ଠାରୁ ବାତାବରଣରେ କିଛି ଗରମ ଆସିବାକୁ ଲାଗିଥାଏ ଓ ପୁଣି ବସନ୍ତ ଋତୁ ପରେ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ ।

କିଛି ଅନ୍ୟ କଥା ଅନୁସାରେ ମକର ସଙ୍କ୍ରାନ୍ତି ଦିନ ଦେବତା ପୃଥିବୀ ଉପରେ ଅବତାରିତ ହୋଇଥାନ୍ତି ଓ ଗଙ୍ଗା ସ୍ନାନ କରିଥାନ୍ତି । ଏହି କାରଣରୁ ବି ଆଜିର ଦିନରେ ଗଙ୍ଗା ସ୍ନାନର ବିଶେଷ ମହତ୍ଵ ଅଛି ।

ମକର ସଙ୍କ୍ରାନ୍ତିର ମହତ୍ଵ –

କୁହାଯାଏ କି ଏହି ଦିନରେ ସୂର୍ଯ୍ୟ ନିଜର ପୁତ୍ର ଶନିଦେବଙ୍କ ଉପରେ ଥିବା କ୍ରୋଧକୁ ଭୁଲି ତାଙ୍କ ଘରକୁ ଯାଇଥିଲେ । ଏହି ଦିନରେ ମଳମାସ ଶେଷ ହେବା ସହିତ ଶୁଭ ମାସ ଆରମ୍ଭ ହୋଇଥାଏ । ଏହି ଖାସ ଦିନକୁ ସୁଖ ଓ ସମୃଦ୍ଧିର ଦିନ ବି କୁହାଯାଏ ।