ମଝବୁତ ଓ ଲମ୍ବା ବାଳ ପାଇବା ପାଇଁ କରନ୍ତୁ ଏହି ଜିନିଷର ବ୍ୟବହାର, ଗୋଟିଏ ମାସରେ ଲମ୍ବା ହେଇଯିବ ବାଳ

ମଝବୁତ ଓ ଘନ ବାଳ ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ସାମ୍ପୋ ବ୍ୟବହାର କରିଥାଉ । କିନ୍ତୁ ସବୁ କିଛି କରିବା ପରେ ମଧ୍ୟ ଆମ ବାଳ ଘନ ଓ ମଝବୁତ ହୋଇନଥାଏ । ବାଳର ଚିକିତ୍ସା ଯଦି ଭଲ ଭାବରେ କରାଯାଏ, ତେବେ ଆପଣ ମଝବୁତ ଓ ଘନ ବାଳ ପାଇପାରିବେ । ମଝବୁତ ବାଳ ପାଇବା ପାଇଁ ଆପଣ ସପ୍ତାହକୁ ଗୋଟିଏ ଥର ମହୁର ପ୍ରୟୋଗ କରନ୍ତୁ । ମହୁ ଦ୍ଵାରା ଆପଣ ନିଜ ବାଳକୁ ମୂଳରୁ ମଝବୁତ ଓ ଲମ୍ବା କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ।

ଅଲିଭ ଅଏଲ ଓ ମହୁର ହେୟାର ମାସ୍କ

ଯେଉଁ ଲୋକମାନଙ୍କର ବାଳ ବହୁତ ଦୁର୍ବଳ ସେମାନେ ଅଲିଭ ଅଏଲ ଓ ମହୁର ହେୟାର ମାସ୍କ ଲଗାଇ ପାରିବେ । ଏଥିପାଇଁ ଆପଣ ଏକ ବାଉଲରେ ମହୁ ଓ ଅଲିଭ ଅଏଲକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ଏହାପରେ ଏହି ମିଶ୍ରଣକୁ ହଲ୍କା ଗରମ କରିଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବରେ ନିଜ ବାଳରେ ଲଗାଇ ଦିଅନ୍ତୁ । ଏହି ମାସ୍କକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ବାଳରେ ଲଗାଇ ରଖନ୍ତୁ । ଏହା ଶୁଖିବା ପରେ ଉଷୁମ ପାଣିରେ ବାଳକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ବାଳ ମୂଳରୁ ମଝବୁତ ହୋଇଯିବ ।

କଦଳୀ ଓ ମହୁର ହେୟାର ମାସ୍କ

ଗୋଟିଏ କଦଳୀକୁ ଭଲ ଭାବରେ ପେଷି ଦିଅନ୍ତୁ । ଏହାକୁ ପେଷିବା ସମୟରେ ଅଳ୍ପ କ୍ଷୀର ଏଥିରେ ପକାଇ ଦିଅନ୍ତୁ । କଦଳୀର ପତଳା ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ ଓ ଏହି ପେଷ୍ଟରେ ମହୁ ମିଶାଇ ଦିଅନ୍ତୁ । ଏହି ମାସ୍କକୁ ନିଜର ବାଳରେ ଲଗାଇ ଦିଅନ୍ତୁ ଓ ଶୁଖିଗଲା ପରେ ଏହାକୁ ଭଲ ଭାବରେ ସମ୍ପୋରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ବାଳ ମଝବୁତ ଓ ଘନ ହୋଇଯିବ ।

ଲେମ୍ବୁ ଓ ମହୁର ମାସ୍କ

ବାଳରେ ରୁପି ହେବା କାରଣରୁ ଝଡିଥାଏ ଓ ଏହା ଦୁର୍ବଳ ହୋଇଯାଏ । ଏଥିପାଇଁ ମହୁରେ ଦୁଇଟି ଲେମ୍ବୁ ମିଶାଇ ଏକ ପେଷ୍ଟ କରିଦିଅନ୍ତୁ ଓ ଏହାକୁ ତୁଳା ମାଧ୍ୟମରେ ବାଳରେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବାଳ ଝଡିବ ନାହିଁ ଓ ରୁପି ଗାୟବ ହୋଇଯିବ ।

ଦହି ଓ ମହୁର ହେୟାର ମାସ୍କ

ଏକ ବାଉଲରେ ଦହି ଓ ମହୁ ମିଶାଇ ଦିଅନ୍ତୁ ଓ ଏହି ହେୟର ମାସ୍କକୁ ଭଲ ଭାବରେ ନିଜ ବାଳରେ ଲଗାଇ ଦିଅନ୍ତୁ । ଏହା ଶୁଖିଯିବା ପରେ ବାଳକୁ ଭଲ ଭାବରେ ସାମ୍ପୋରେ ଧୋଇ ଦିଅନ୍ତୁ । ସପ୍ତାହକୁ ଗୋଟିଏ ଥର ଏହି ହେୟାର ମାସ୍କର ପ୍ରୟୋଗ କରିଲେ ବାଳ ଲମ୍ବା ହୋଇଥାଏ । ଏହି ହେୟର ମାସ୍କରେ ଅଲିଭ ଅଏଲ ମଧ୍ୟ ପକାଇ ପାରିବେ ।