ମା’ ମଜଦୂରୀ କରି ପୁଅକୁ CRPFରେ ପଠାଇଥିଲେ… ହେଲେ ଏବେ ବର୍ତ୍ତମାନ ଏକୂଟିଆ ରହିଗଲା ବିଚରୀ ବୁଢୀ ମା, କହିଲା..

ଜମ୍ମୂ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣରେ ମଧ୍ୟପ୍ରଦେଶର ଜବଲପୁରର ଅଶ୍ୱନୀ କୁମାର କାଛୀ (୩୦) ବି ସହିଦ ହୋଇଗଲେ । ସେ ମୂଳତଃ ଜବଲପୁର ପାଖରେ ଥିବା ସିହୋରାର ଖୁଡାୱଲ ଗ୍ରାମର ନିବାସୀ ଅଟନ୍ତି । ସୀଆରପୀଏଫର ୩୫ତମ ବଟାଲିୟନରେ ଥିଲେ ଅଶ୍ୱନୀ । ତାଙ୍କୁ ୨୦୧୭ରେ ଶ୍ରୀନଗର ପୋସ୍ଟେଡ ହୋଇଥିଲା । ତାଙ୍କର ସହିଦ ହେବା ପରେ ପୁରା ଗ୍ରାମରେ ଶୋକ ଖେଳି ଯାଇଛି ।

କୁହାଯାଉଛି କି ଅଶ୍ଵନୀଙ୍କର ପରିବାର ବହୁତ ଛୋଟ ଅଟେ । ସୀଆରପୀଏଫରେ ଚାକିରି ଲାଗିବା ପରେ ତାଙ୍କର ବାହାଘରର କଥା ଚାଲିଥିଲା । ତାଙ୍କ ପାଇଁ ଘର ଲୋକ ଝିଅ ଦେଖୁଥିଲେ । କିନ୍ତୁ ଏହି ମଧ୍ୟରେ ତାଙ୍କର ସହିଦ ହେବା ଖବର ପୁରା ପରିବାରକୁ ଭାଙ୍ଗି ଦେଇଛି ।

ବହୁତ ସାଧାରଣ ପରିବାରରୁ ଆସିଥିବା ଅଶ୍ଵନୀ ଘରର ଏକ ମାତ୍ର ବ୍ୟକ୍ତି ଥିଲେ ଯାହାଙ୍କର ସରକାର ଚାକିରି ଲାଗିଥିଲା । ତାଙ୍କ ଘରର ବହୁତ ସଦସ୍ୟ ମଜଦୂରୀ କରି ନିଜର ଭରଣ ପୋଷଣ କରୁଥିଲେ । ସହିଦ ଅଶ୍ଵନୀଙ୍କର ମା ବି ମଜଦୂରୀ କରୁଥିଲେ । ସହିଦ ଅଶ୍ଵନୀ କୁମାରଙ୍କର ପିଲାବେଳୁ ହିଁ ସ୍ଵପ୍ନ ଥିଲା କି ସେ ସେନାରେ ଭର୍ତ୍ତି ହେବେ । ସେଥିପାଇଁ ସ୍କୁଲରେ ଭର୍ତ୍ତି ହେବା ମାତ୍ରେ ହିଁ ସେ ଏନସୀସୀରେ ସାମିଲ ହୋଇଗଲେ । ସେଠି ସେ ପ୍ରଶିକ୍ଷଣ ବି ନେଲେ । ତାଙ୍କର ପଢା ସାରିବା ପରେ ତାଙ୍କର ସିଲେକ୍ସନ ସୀଆରପୀଏଫରେ ହୋଇଥିଲା । ଏହା ଖବର ଶୁଣି ପୁରା ପରିବାର ଖୁସି ଥିଲେ ।

ଅଶ୍ଵନୀ କୁମାରଙ୍କର ସହିଦ ହେବାର ଖବର ଶୁଣି ପୁରା ଗ୍ରାମରେ ଶୋକର ବାତାବରଣ ଛାଇ ଯାଇଛି । ଗ୍ରାମର ଲୋକମାନଙ୍କର କହିବା ଅଟେ କି ପାକିସ୍ତାନର ଏହିଭଳି କାମ ପାଇଁ ତାକୁ ଜବାବ ଦେବା ନିହାତି ଦରକାର । କେତେ ସମୟ ପର୍ଯ୍ୟନ୍ତ ଭାରତ ଏହି ଆକ୍ରମଣ ସହୁଥିବ ।