ଦେଖନ୍ତୁ ଭିଡିଓ: ମହୁମାଛିମାନେ ସେଠି କଲେ ବସା, ଯେଉଁଠି ଆପଣ ଚିନ୍ତା ବି କରି ପାରିବେ ନାହିଁ!

ମହୁମାଛିମାନେ ନିଜର ବସା ଗଛ, ଘର କାନ୍ଥରେ କିମ୍ବା ଛାତ ଉପରେ କରିଥାନ୍ତି । କିନ୍ତୁ ଖେଳ ମନ୍ତ୍ରୀ କିରଣ ରିଜିଜୂ ଟ୍ୱିଟର ଉପରେ ଏମ ଏମିତି ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖିବା ପରେ ଜନତା ଚିନ୍ତାରେ ପଡି ଯାଇଛନ୍ତି । କହିବାକୁ ଗଲେ ଏହି ଭିଡିଓରେ ଏକ ବ୍ୟକ୍ତି ନଜର ଆସୁଛି ଏବଂ ସେ ଯେଉଁ ଜୀନ୍ସ ପିନ୍ଧିଛି ତାହା ପଛରେ ମହୁମାଛିମାନେ ନିଜର ଘର ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଏହା କେମିତି ହେଲା ବୋଲି କେହି ବି ଜାଣି ନାହାନ୍ତି ।

କିନ୍ତୁ କିରଣ ରିଜିଜୂ ଲେଖିଛନ୍ତି କି ‘ଏହିଭଳି କେବଳ ନାଗାଲ୍ୟାଣ୍ଡରେ ହିଁ ହୋଇପାରେ ।

କିରଣ ରିଜିଜୂ ବୁଧୁବାରକୁ ଏହି ଭିଡିଓକୁ ନିଜର ଆଧିକାରିକ ଟ୍ୱିଟର ହୈଂଡଲରେ ଶେୟାର କରିଲେ ଓ କୈପ୍ଶନରେ ଲେଖିଲେ,‘ସତରେ ମହୁମାଛିମାନଙ୍କର ଏହି ବସା ବହୁତ ଅଜବ ଜାଗାରେ ଅଛି । ଏହା କେବଳ ନାଗାଲ୍ୟାଣ୍ଡରେ ହିଁ ହୋଇପାରେ ।‘

ଏହି ଭିଡିଓ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଖବର ଲେଖାଯିବା ମଧ୍ୟରେ ପାଖାପାଖି ୪୦ ହଜାର ଲୋକମାନେ ଏହି ଭିଡିଓକୁ ଦେଖି ସାରିଛନ୍ତି । ଯେତେବେଳେ କି ୬୦୦ରୁ ଅଧିକ ରୀ-ଟ୍ୱୀଟ ଓ ୩୦୦୦ରୁ ବି ଅଧିକ ଲାଇକ ଏହାକୁ ମିଳି ସାରିଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।