ପ୍ରତି ମାସରେ ମହିଳାମାନଙ୍କୁ କାହିଁକି ଭୋଗିବାକୁ ପଡିଥାଏ ମାସିକ ଧର୍ମର ପୀଡା

ଆମର ଧର୍ମ ଗ୍ରନ୍ଥରେ ଏମିତି ବହୁତ କଥାର ବର୍ଣ୍ଣନା ମିଳିଥାଏ ଯାହାର କଳ୍ପନା ଆମେ କରି ପାରି ନଥାଉ । ଏହା ତ ଆମେ ସମସ୍ତେ ଜାଣିଛେ କି ସବୁ ମହିଳାଙ୍କୁ ସବୁ ମାସରେ ମାସିକ ପୀଡା ହୋଇଥାଏ । ଯେଉଁଠି ବିଜ୍ଞାନ ଏହାକୁ ଏକ ସାମାନ୍ଯ ପ୍ରକ୍ରିୟା ମାନିଥାଏ ସେଇଠି ଆମ ଧର୍ମ ଗ୍ରନ୍ଥରେ ଏହାକୁ ମହିଳାଙ୍କର କମ୍ଜୋରି ବୋଲି କୁହାଯାଇଛି । ମନରେ ପ୍ରଶ୍ନ ଉଠେ କି ମହିଳାଙ୍କୁ ହିଁ କାହିଁକି ସବୁ ମାସରେ ଏହି ମାସିକ ପୀଡାକୁ ସହିବାକୁ ପଡିଥାଏ । ଏହାର କାରଣ କଣ ଅଟେ ? ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଗ୍ରନ୍ଥରେ ଏହାର କାରଣ କଣ ବୋଲି କୁହାଯାଇଛି ।

Image courtesy: Google

ପୌରାଣିକ କଥା ଅନୁସାରେ ଏହାର କାରଣ ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ମହିଳାଙ୍କୁ ଦିଆଯାଇଥିବା ଅଭିଶାପ ବୋଲି କୁହାଯାଇଛି । ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ରଙ୍କ ଉପରେ ରାଗିଗଲେ । ଯାହାର ଫାଇଦା ଉଠାଇ ଅସୁରମାନେ ଇନ୍ଦ୍ରଲୋକ ଉପରେ ଆକ୍ରମଣ କରିଦେଲେ । ଏହି କାରଣରୁ ଇନ୍ଦ୍ର ଦେବଙ୍କୁ ନିଜର ସିଂହାସନ ଛାଡି ପଳାଇବାକୁ ପଡିଲା ।

ନିଜକୁ ଅସୁରଙ୍କ ଠାରୁ ବଚାଇ ଇନ୍ଦ୍ରଦେବ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ ଓ ବ୍ରହ୍ମାଙ୍କୁ ସାହାର୍ଯ୍ୟ ମାଗିଲେ । ସେତେବେଳେ ବ୍ରହ୍ମା ତାଙ୍କୁ ଏକ ଉପଦେଶ ଦେଲେ କି ହେ ଦେବେନ୍ଦ୍ର, ଏଥିପାଇଁ ତୁମକୁ ଜଣେ ବ୍ରହ୍ମଜ୍ଞାନୀଙ୍କର ସେବା କରିବାକୁ ପଡିବ । ଯଦି ସେ ପ୍ରସନ୍ନ ହୋଇଗଲେ ତେବେ ତୁମକୁ ସ୍ଵର୍ଗଲୋକ ପୁନଃ ମିଳିଯିବ । ବ୍ରହ୍ମାଙ୍କ କହିବା ଅନୁସାରେ ଇନ୍ଦ୍ର ଦେବ ଜଣେ ବ୍ରାହ୍ମଜ୍ଞାନୀଙ୍କର ସେବା କରିବାକୁ ଲାଗିଲେ ।

କିନ୍ତୁ ଇନ୍ଦ୍ରଦେବ ଏହି କଥା ଜାଣି ନଥିଲେ କି ସେ ଯାହାର ସେବା କରୁଛନ୍ତି ସେହି ଜ୍ଞାନୀଙ୍କର ମାତା ଅସୁର ଅଟେ । ଯାହା କାରଣରୁ ସେହି ଜ୍ଞାନୀଙ୍କୁ ଅସୁରଙ୍କ ସହିତ ଅଧିକ ଭଲ ସମ୍ପର୍କ ଥିଲା । ଅସୁରଙ୍କ ସହିତ ଭଲ ସମ୍ପର୍କ ଥିବା କାରଣରୁ ସେହି ଜ୍ଞାନୀ ଇନ୍ଦ୍ରଦେବଙ୍କର ସବୁ ଯଜ୍ଞ ସାମଗ୍ରୀ ଦେବତାଙ୍କ ବଦଳରେ ଅସୁରଙ୍କୁ ଦେଇ ଦେଉଥିଲେ । ଯେତେବେଳେ ଇନ୍ଦ୍ରଦେବ ଏହି କଥା ଜାଣିଲେ ତେବେ ସେ କ୍ରୋଧରେ ଆସି ସେହି ଜ୍ଞାନୀଙ୍କର ହତ୍ୟା କରିଦେଲେ ।

Image courtesy: Google

ଭଗବାନ ବିଷ୍ଣୁ ବ୍ରହ୍ମ ହତ୍ୟା ଭଳି ପାପରୁ ବଞ୍ଚିବାର ଉପାୟ କହିଲେ କି ହେ ଦେବରାଜ ଏଥିପାଇଁ ଆପଣଙ୍କୁ ଜଳ, ବୃକ୍ଷ, ଭୂମି ଓ ସ୍ତ୍ରୀ ମଧ୍ୟରେ ନିଜର କିଛି କିଛି ପାପ ବାଣ୍ଟିବାକୁ ପଡିବ ତା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ବରଦାନ ବି ଦେବାକୁ ପଡିବ ।

Image courtesy: Google

ଭଗବାନ ବିଷ୍ଣୁଙ୍କ କହିବା ଅନୁସାରେ ଇନ୍ଦ୍ରଦେବ ପ୍ରଥମେ ବୃକ୍ଷକୁ ପାପର କିଛି ଅଂଶ ନେବାକୁ ଅନୁରୋଧ କଲେ । ତେବେ ବୃକ୍ଷ ପାପର ଏକ ଚତୁର୍ଥାଂଶ ଭାଗ ନେଇଗଲା ଯାହା ବଦଳରେ ଇନ୍ଦ୍ର ବୃକ୍ଷକୁ ବରଦାନ ଦେଲେ କି ମରିବା ପରେ ସ୍ଵୟଂ ଗଛ ନିଜେ ନିଜକୁ ଜୀବିତ କରି ପାରିବ ।

ଏହା ପରେ ଇନ୍ଦ୍ରଦେବଙ୍କ ଅନୁରୋଧରେ ଜଳ ପାପର କିଛି ଅଂଶ ନେଇଗଲା ତା ବଦଳରେ ଇନ୍ଦ୍ରଦେବ ତାଙ୍କୁ ଅନ୍ୟ ବସ୍ତୁକୁ ପବତ୍ର କରିବାର ଶକ୍ତି ପ୍ରଦାନ କଲେ । ଏହି କାରଣରୁ ହିନ୍ଦୁ ଧର୍ମରେ ଜଳକୁ ପବିତ୍ର ମାନି ପୂଜା ପାଠରେ ବ୍ୟବହାର କରାଯାଏ ।

ଏହି ପ୍ରକାରରେ ଭୂମି ବି ଇନ୍ଦ୍ରଦେବଙ୍କ ପାପର କିଛି ଅଂଶ ସ୍ଵୀକାର କରିନେଲା । ଯାହା ବଦଳରେ ଇନ୍ଦ୍ରଦେବ ଭୂମିକୁ ବରଦାନ ଦେଲେ କି ତା ଉପରେ ଆସିଥିବା କ୍ଷତ ମନକୁ ମନ ଭରିଯିବ ।

Image courtesy: Google

ଶେଷରେ ଇନ୍ଦ୍ରଦେବଙ୍କ ଅନୁରୋଧରେ ସ୍ତ୍ରୀ ବାକି ବଞ୍ଚିଥିବା ପାପର ସବୁ ଅଂଶ ନିଜ ଉପରେ ନେଇଗଲା । ଯାହା କାରଣରୁ ମହିଳାଙ୍କୁ ସବୁ ମାସରେ ମାସିକ ପୀଡା ସହିବାକୁ ପଡିଥାଏ । କିନ୍ତୁ ଏହା ବଦଳରେ ଇନ୍ଦ୍ରଦେବ ସ୍ତ୍ରୀ କୁ ବରଦାନ ଦେଲେ କି ପୁରୁଷ ଙ୍କ ତୁଳନାରେ ମହିଳାମାନେ ଶାରୀରିକ ସମ୍ବନ୍ଧରେ ଅଧିକ ଆନନ୍ଦ ନେଇ ପାରିବେ । ସେବେଠୁ ମହିଳାମାନେ ମାସିକ ଧର୍ମ ରୂପରେ ବ୍ରହ୍ମହତ୍ୟାର ପାପ ଭୋଗୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।