ମହିଳା ଜଣଙ୍କ ମେକାନିକକୁ କହିଲା – କିଛି ବି ହେଇଯାଉ ଡିକ୍କି ଖୋଲିବୁ ନାହିଁ, ଯେତେବେଳେ ମେକାନିକ ଖୋଲି ଦେଖିଲା ତ…

ଆଜି ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ ତାହା ପୁରୁଣା ଅଟେ ସତ କିନ୍ତୁ ଏହା ଆପଣଙ୍କୁ ବହୁତ ଚକିତ କରିଦେବ । ଫ୍ରାନ୍ସ ରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି । ଜଣେ ମହିଳା ନିଜର ଗର୍ଭାବସ୍ଥାକୁ ଲୁଚାଇବା ପାଇଁ ନିଜ ଝିଅକୁ ୨ ବର୍ଷ ପର୍ଯ୍ୟନ୍ତ କାର ଡିକ୍କିରେ ଲୁଚାଇ ରଖିଥିଲା । କିନ୍ତୁ ଏହାର ପର୍ଦ୍ଦାଫାଶ ସେତେବେଳେ ହେଲା ଯେତେବେଳେ କାର ମେକାନିକ କାର ସଜାଡିବା ସମୟରେ ଡିକ୍କିକୁ ଖୋଲିଲା । ଡିକ୍କି ଭିତର ଅବସ୍ଥା ଦେଖି ମେକାନିକ ଚକିତ ହୋଇ ରହିଗଲା ।

ଟେରାସନ ଲେବିଲେଡ଼ିୟୁ ରେ ରହୁଥିବା ୫୦ ବର୍ଷୀୟ ରୋଜା ମାରିୟା ଡା କୃଜ ନିଜର ୩ ଟି ପିଲାଙ୍କ ସହିତ ରହୁଥିଲା । କିନ୍ତୁ ଯେତେବେଳେ ତା’ର ଚତୁର୍ଥ ଗର୍ଭାବସ୍ଥାର ଖବର ମିଳିଲା, ତେବେ ସେ ଡରିଗଲା । ରୋଜା ଚାହୁଁ ନଥିଲା କି ତା’ର ପିଲାମାନେ ଓ ସାଙ୍ଗ ସାଥିମାନେ ତା’ର ଚତୁର୍ଥ ଗର୍ଭାବସ୍ଥା ବିଷୟରେ ଜାଣନ୍ତୁ ।

Image courtesy: Google

ପ୍ରେଗ୍ନେଂସୀ ର ୪ ମାସରେ ରୋଜା ନିଜ ସ୍ଵାମୀକୁ ମିଛ କହି କାମ ବାହାନାରେ ବାହାରକୁ ଚାଲିଗଲା । ଯେଉଁଠି ସେ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଲା । ଏହା ପରେ ସେ ସେହି ପିଲାଟିକୁ ନିଜ ସାଥିରେ ଆଣି ଘରକୁ ଆସିଲା କିନ୍ତୁ ସେ ପିଲାଟିକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଲା ।

ଦିନେ ଯେତେବେଳେ ରୋଜା କାର ସଜାଡିବା ଦେଇ ଆସିଥିଲା, ସେ ମେକାନିକକୁ ଡିକ୍କି ଖୋଲିବାକୁ ମନା କରିଥିଲା । କିନ୍ତୁ ଯେମିତି ହିଁ ରୋଜା ଘରକୁ ପଳାଇଲା, ଡିକ୍କିରୁ କିଛି ଆବାଜ ଆସିବାକୁ ଲାଗିଲା । ସେତେବେଳେ ମେକାନିକ ଭାବିଲା କି କୌଣସି ପଶୁ ବୋଲି, ଏଥିପାଇଁ ସେ ଡିକ୍କି ଖୋଲିଦେଲା । ତେବେ ସେ ଦେଖିଲା କି ଗୋଟିଏ ଝିଅ ଗୋଟିଏ ବାକ୍ସରେ ପଡି ରହିଥିଲା, ଯିଏ ବହୁତ ଖରାପ ଅବସ୍ଥାରେ ଥିଲା । ପିଲାଟି ବହୁତ କୁପୋଷିତ ଥିଲା ।

Image courtesy: Google

ମେକାନିକ ତୁରନ୍ତ ଆପାତକାଳୀନ ନମ୍ବରରେ ଫୋନ କରି ଘଟଣା ବିଷୟରେ ସବୁ କିଛି କହିଲା । ପୋଲିସ ରୋଜା ଓ ତାର ସ୍ବାମୀଙ୍କୁ ଗିରଫ କରିନେଲା । ଦୁଇ ଜଣଙ୍କ ସହିତ ନାବାଳିକା ସହିତ ହିଂସାର ରିପୋର୍ଟ ଲେଖାଗଲା । ରୋଜାର ସ୍ଵାମୀ ଏହି ବିଷୟରେ କିଛି ଜାଣି ନଥିବାରୁ ପରେ ତାକୁ ଅଦାଲତ ଛାଡି ଦେଲା । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।