OMG: ଏହି ମହିଳା ଜଣଙ୍କ ଏକା ସହିତ 2 ନୁହେଁ, 3 ନୁହେଁ, 4 ନୁହେଁ ବରଂ ଏତେ ପିଲାଙ୍କୁ ଜନ୍ମ ଦେଇଛନ୍ତି

ଦୁନିଆରେ ପ୍ରାୟତଃ ଅଜବ ଅଜବ ଘଟଣା ଘଟିଥାଏ ଯାହା ବିଷୟରେ ଲୋକମାନେ କେବେ ବି ଭାବି ନ ଥାନ୍ତି । କିଛି ଦିନ ତଳେ ଏମିତି ଏକ ଅଜବ ଘଟଣା ଘଟିଛି ଯାହାକୁ ଶୁଣି ସମସ୍ତେ ଚକିତ ହେଇ ଯାଉଛନ୍ତି । ପ୍ରକୃତରେ ଏହି ଘଟଣା ଇରାକ ଦେଶରେ ହୋଇଛି ଯେଉଁଠି ଗୋଟିଏ ମହିଳା ଏକା ସହିତ 7 ଟି ପିଲାଙ୍କୁ ଜନ୍ମ ଦେଇଛନ୍ତି । ଆଜ୍ଞା ହଁ, ଏକା ସହିତ 7 ଟି ପିଲାଙ୍କୁ ଗୋଟିଏ ମହିଳା ଜନ୍ମ ଦେଇଛନ୍ତି ଓ ଏହି 7 ଟି ପିଲା ଓ ମହିଳା ଜଣଙ୍କ ଏକଦମ ଫିଟ ଅଛନ୍ତି । ସେମାନଙ୍କ ମଧ୍ୟରେ 6 ଟି ଝିଅ ଓ ଗୋଟିଏ ପୁଅ ହୋଇଛନ୍ତି ।

ଏହି ମହିଳାଜଣଙ୍କର ଆୟୁ ହାରାହାରି 25 ବର୍ଷ ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁସାରେ ଇରାକ ରେ ରହୁଥିବା ଏହି ମହିଳା ଦିୟାଲି ପ୍ରୋବିନ୍ସ ହସ୍ପିଟାଲ ରେ ଏହି ପିଲାମାନଙ୍କୁ ଜନ୍ମ ଦେଇଛନ୍ତି ଓ ଏହି ହସ୍ପିଟାଲ ପୂର୍ବ ଇରାକରେ ଅବସ୍ଥିତ ।

ପୂର୍ବରୁ ବି ଅଛନ୍ତି 3ଟି ପିଲା

ଏକା ସହିତ 7ଟି ପିଲାଙ୍କୁ ଜନ୍ମ ଦେଇଥିବା ଏହି ମହିଳାଙ୍କର ମଧ୍ୟ ପୂର୍ବରୁ 3ଟି ପିଲା ଅଛନ୍ତି ଓ ଏବେ ଏହି 7ଟି ପିଲାଙ୍କୁ ଜନ୍ମ ଦେଇଥିବା ମହିଳା ସମୁଦାୟ 10 ଟି ପିଲାଙ୍କର ମା ହୋଇଛନ୍ତି । ଏହି ଅନୋଖା ଘଟଣାକୁ ଶୁଣି ସମସ୍ତେ ଚକିତ ହେଇ ଯାଉଛନ୍ତି ।

ଏହା ପୂର୍ବରୁ ବି ହୋଇଛି ଏମିତି ଘଟଣା

ଏହା ପ୍ରଥମ ଥର ହୋଇନହିଁ କି କୌଣସି ମହିଳା ଏକା ସହିତ ଏତେ ପିଲାଙ୍କୁ ଜନ୍ମ ଦେଇଛି । ଦୁନିଆରେ ଏହା ପୂର୍ବରୁ ବି 7ଟି ପିଲାଙ୍କର ଜନ୍ମ ଏକା ସହିତ ହୋଇଛି ଓ ଏହି ଘଟଣା 1997 ର ଅଟେ ଯେତେବେଳେ ଆମେରିକାର କେନି ଓ ବବି ମ୍ୟାକକାଙ୍ଘି ନାମର ଏକ ଦମ୍ପତ୍ତି ଏକ ସହିତ 7ଟି ପିଲାଙ୍କର ମାତା ପିତା ହୋଇ ଥିଲେ । ଏହି ଦମ୍ପତ୍ତିଙ୍କ ଘରେ 7ଟି ପିଲା ହେବା ପରେ ତାଙ୍କୁ ସେହି ସମୟର ଆମେରିକାର ରାଷ୍ଟ୍ରପତି ବିଲ କ୍ଲୀଣ୍ଟନ ଫୋନ କରି ଶୁଭେଶ୍ଚା ଜଣାଇଥିଲେ ।

ଗୋଟିଏ ଦିନରେ ଆବଶ୍ୟକ ହେଉଥିଲା 42ଟି କ୍ଷୀର ବୋତଲ

7ଟି ପିଲାଙ୍କୁ ଜନ୍ମ ଦେବା ପରେ ଏହି ପିଲାମାନଙ୍କୁ ପାଳିବା ବହୁତ ମୁସ୍କିଲ ଥିଲା ଓ କେନି ଓ ବବି ମ୍ୟାକକାଙ୍ଘିଙ୍କ ଅନୁସାରେ ଏମାନଙ୍କ ଘରେ ପ୍ରତିଦିନ 42 ଟି କ୍ଷୀର ବୋତଲର ଆବଶ୍ୟକତା ପଡୁଥିଲା ଓ ତାଙ୍କୁ ଗୋଟିଏ ଦିନରେ 52 ଟି ନ୍ୟାପିର ଆବଶ୍ୟକତା ପଡୁଥିଲା । ଏହି ଦମ୍ପତ୍ତିଙ୍କୁ ସାହାର୍ଯ୍ୟ କରିବା ପାଇଁ ବହୁତ ଲୋକ ମଧ୍ୟ ସାମ୍ନାକୁ ଆସିଥିଲେ ।

ଲେବନାମରେ ହୋଇଥିଲା 6ଟି ପିଲାଙ୍କର ଜନ୍ମ

ଆମେରିକା ଓ ଇରାକ ଭଳି ଲେବନାମ ଦେଶରେ ମଧ୍ୟ ରହୁଥିବା ଏକ ମହିଳା ଏକ ସହିତ 6 ଟି ପିଲାଙ୍କୁ ଜନ୍ମ ଦେଇଥିଲେ ଓ ଏମାନେ ଲେବନାମ ର ସେଣ୍ଟ ଜର୍ଜ ଉନିଭର୍ସିଟି ହସ୍ପିଟାଲ ରେ ହୋଇଥିଲେ ।

ଏମିତି ନୂଆ ନୂଆ ଘଟଣା ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ ସେଆର କରନ୍ତୁ ।