ମହିଳା ତା’ର ପୂର୍ବ ପ୍ରେମୀର ମା’କୁ ଛୁରୀ ମାରି ବେହୋସ କରିଲା, ତାପରେ ମୁଣ୍ଡ କାଟି ସୀଙ୍କରେ ରଖିଦେଲା, ପଢନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ଜଣେ ମହିଳା ତା’ର ପୂର୍ବ ପ୍ରେମୀର ମା’କୁ ଏତେ ଅମାନୁଷିକ ଉପାୟରେ ହତ୍ୟା କରିଛି, ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଅଦାଲତରେ କୁହାଯାଇଛି ଏହି ମହିଳା ଜଣେ ୬୩ ବର୍ଷ ବୟସର ବୃଦ୍ଧ ମହିଳାଙ୍କୁ ଦୁଇଟି ଛୁରୀରେ ଆକ୍ରମଣ କରିଥିଲା । ଖବର ଅନୁସାରେ ଜଣା ପଡିଛି କି ଆକ୍ରମଣ ପରେ ପରେ ମଧ୍ୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇନଥିଲା । ମହିଳା ଜଣକ ବେହୋସ ଅବସ୍ଥାରେ ତଳେ ପଡିଯାଇଥିଲେ । ଏ

ହା ପରେ ମହିଳା ଜଣକ ବୃଦ୍ଧ ମହିଳାଙ୍କ ଶରୀରରୁ ଆତ୍ମାକୁ ଅଲଗା କରିବା ପାଇଁ ବୃଦ୍ଧ ମହିଳାଙ୍କ ମୁଣ୍ଡ କାଟି ଦେଇଥିଲେ । ଏହା ପରେ ସେହି ମହିଳା ଜଣକ ବୃଦ୍ଧାଙ୍କ ଶରୀରକୁ ଗ୍ୟାରେଜରେ ଲୁଚାଇଦେଇଥିଲେ ଓ ମୁଣ୍ଡକୁ ରୋଷେଇ ଘରର sink ରେ ରଖିଦେଇଥିଲେ ।

ଗତ ଗୁରୁବାର ଦିନ ଏହି ମହିଳାଙ୍କ ଉପରେ ଫାର୍ଷ୍ଟ ଡିଗ୍ରୀ ମର୍ଡରର ଦୋଷ ଲାଗିଥିଲା । ଆମେରିକାର କଂସାସ ରାଜ୍ୟର ସବୁଠାରୁ ବଡ ସହର ବିଚିଟାରେ ରହୁଥିବା Rachael Hilyard ଙ୍କ ଉପରେ ୬୩ ବର୍ଷର Micki Davisଙ୍କୁ ହତ୍ୟା କରିଥିବାର ଆରୋପ ଲାଗିଛି । ୯ ଏପ୍ରିଲ ୨୦୧୭ରେ Miki Davis ନିଜ ୯ ବର୍ଷର ନାତି ସହ Rachael Hilyardଙ୍କ ଘରକୁ ତାଙ୍କ ପୁଅର କିଛି ସାମଗ୍ରୀ ଆଣିବାକୁ ଯାଇଥିଲେ ।

Sedgwick Country District Attorney, Marc Bennett ଅଦାଲତରେ କହିଥିଲେ କି, ସେହି ସମୟରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ଆରମ୍ଭ ହୋଇଥିଲା । ସେହି ସମୟରେ Rachael Hilyard ଦୁଇଟି ଛୁରୀ ନେଇ ହଠାତ ବୃଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲେ । ବେକକୁ ଆକ୍ରମଣ କରିବାରୁ ମହିଳା ଜଣକ ସେଠାରେ ବେହୋସ ଅବସ୍ଥାରେ ପଡିଯାଇଥିଲେ । ହେଲେ ସେହି ସମୟରେ ମହିଳାଙ୍କର ମୃତ୍ୟୁ ହୋଇନଥିଲା ।

ଖବର ଅନୁସାରେ ଜଣା ପଡିଛି କି Rachael Hilyard ଭବିଲା ତାର ପୂର୍ବ ପ୍ରେମୀର ମା’ ମରିଯାଇଛି, ଏହା ଭାବି ସେ ବୃଦ୍ଧା ମହିଳାଙ୍କ ମୁଣ୍ଡକୁ ଛୁରୀରେ କାଟିଦେଇଥିଲା ଓ ଶରୀରକୁ ଗ୍ୟାରେଜରେ ଲୁଚାଇଦେଇଥିଲା । ହେଲେ ମୁଣ୍ଡକୁ sink ରେ ଥୋଇଦେଇଥିଲା । ସେହି ସମୟରେ ବୃଦ୍ଧାଙ୍କ ସହ ଆସିଥିବା ପିଲାଟି ଏହି ଦୃଶ୍ୟକୁ ଦେଖି ଭୟଭୀତ ହୋଇ ଯାଇଥିଲା ।

ସେହି ପିଲାଟି ଘରୁ ବାହାରି ସମସ୍ତଙ୍କୁ ସାହାର୍ଯ୍ୟ ମାଗିଥିଲା । ଏହି ମାମଲାରେ ଗିରଫ ହୋଇଥିବା ମହିଳାକୁ ତା’ର ଚିକିତ୍ସା ପାଇଁ ମନୋବିଜ୍ଞାନ ହସ୍ପିଟାଲରେ ଭର୍ତି କରାଯାଇଛି । ମହିଳା ଜଣକ ଅଦାଲତରେ ନିଜର ଭୁଲକୁ ସ୍ଵୀକାର କରିଛି ଓ ୨୭ ମାର୍ଚ୍ଚରେ ମହିଳାର ଦଣ୍ଡ ଘୋଷଣା ହେବ ।