ମହିଳା ପୋଲିସକର୍ମୀକୁ ଲକଅପ ସାମ୍ନାରେ TikTok ଭିଡିଓ କରିବା ପଡିଲା ମହଙ୍ଗା, ମିଳିଲା ଏମିତି ଦଣ୍ଡ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟିକଟକ ଭିଡିଓ କରି ଭାଇରାଲ ହେବା ଏକ ଟ୍ରେଣ୍ଡ ହୋଇଗଲାଣି । ଏହି ଆପ୍ପ ଏତେ ଅଧିକ ପପୁଲାର ହୋଇଗଲାଣି କି ବଡ ବଡ ସହର ଠାରୁ ନେଇ ଛୋଟ ଛୋଟ ଗ୍ରାମରେ ରହୁଥିବା ଲୋକମାନେ ବି ଏହାର ବ୍ୟବହାର କରୁଛନ୍ତି । କିନ୍ତୁ ଟିକଟକ ଭିଡିଓ କାରଣରୁ ଅନେକ ଲୋକମାନେ ବିଭନ୍ନ ପ୍ରକାରର ଅସୁବିଧାରେ ବି ଫସି ଯାଉଛନ୍ତି । ଏହା ମଧ୍ୟରେ ମେହସାଣା ଜିଲ୍ଲାର ଲଂଗନାଜ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ ମହିଳା ପୋଲିସକର୍ମୀ ଅସୁବିଧାରେ ପଡି ଯାଇଛି ।

କହିବାକୁ ଗଲେ ଏହି ମହିଳା ଜଣକ ପୋଲିସ ଷ୍ଟେସନ ଭିତରେ ହିଁ ଟିକଟକ ଭିଡିଓ କରୁଥିଲା ଯାହା ପରେ ତାକୁ ଦଣ୍ଡ ମିଳିଛି ।

ଅର୍ପିତା ଚୌଧରୀ ନାମକ ଏହି ମହିଳା ପୋଲିସକର୍ମୀ ମେହସାଣା ଜିଲ୍ଲାର ଲଂଗନାଜ ପୋଲିସ ଷ୍ଟେସନରେ ଲୋକ ରକ୍ଷକ ଦଳ (ଏଲଆରଡୀ) ପଦରେ କାର୍ଯ୍ୟରତ ଥିଲା । ଅର୍ପିତା ୨୦ ଜୁଲାଇରେ ଥାନାର ଲକଅପ ସାମ୍ନାରେ ଡ୍ୟାନ୍ସ କରି ନିଜର ଏକ ଟିକଟକ ଭିଡିଓ କରିଲା । ଏହା ପରେ ମହିଳା ଜଣକ ଭିଡିଓକୁ ଟିକଟକରେ ଅପଲୋଡ କରିଦେଲା ଓ ତାହା ଧୀରେ ଧୀରେ ଭାଇରାଲ ହେବାକୁ ଲାଗିଲା ।

କେବଳ ଟିକଟକରେ ନୁହେଁ, ଫେସବୁକ, ଟ୍ୱିଟର, ୟୁଟ୍ୟୁବ ଓ ହ୍ଵାଟ୍ସ ଆପ ରେ ବି ଏହି ଭିଡିଓ ଭାଇରାଲ ହେବାକୁ ଲାଗିଲା । ଏତେ ଭାଇରାଲ ହେଲା କି ଶେଷରେ ପୋଲିସ ଷ୍ଟେସନର ଅଧିକାରୀମାନଙ୍କୁ ବି ଏହା ବିଷୟରେ ଜଣା ପଡିଗଲା ।

ଏହା ପରେ ପୋଲିସ ଷ୍ଟେସନରେ ଡ୍ୟାନ୍ସ କରିବା ଓ ତାହାର ଭିଡିଓ କରିବା ପାଇଁ ମହିଳାକୁ ଦଣ୍ଡ ରୂପରେ ସସ୍ପେଂଡ କରି ଦିଆଗଲା । ଏହା ଉପରେ ଡ଼ିଏସପି ମନଜୀତ ୱନଜାରା କହିଲେ କି ଅର୍ପିତା ଚୌଧରୀ ନିୟମ ଗୁଡିକର ଉଲଂଘନ କରିଛନ୍ତି । ଯେତେବେଳେ ସେ ଏହି ଭିଡିଓ କରୁଥିଲେ ସେତେବେଳେ ସେ ଡ୍ୟୁଟିରେ ଥିଲେ ଓ ସେ ନିଜର ୟୁନିଫର୍ମ ବି ପିନ୍ଧି ନ ଥିଲେ ।

ଏହା ଛଡା ସେ ଲଂଗନାଜ ଗ୍ରାମର ପୋଲିସ ଷ୍ଟେସନର ବି ଏକ ଭିଡିଓ କରିଛନ୍ତି । ଜନତାଙ୍କ ସହିତ ପୋଲିସକୁ ବି ନିଜର ଅନୁଶାସନ ଓ ନିୟମ ଗୁଡିକର ପାଳନ କରିବା ଉଚିତ । ଅର୍ପିତା କୌଣସି ନିୟମକୁ ପାଳନ କରି ନାହାନ୍ତି, ଏହି କାରଣରୁ ତାଙ୍କୁ ନିଲମ୍ବିତ କରି ଦିଆଯାଇଛି ।

ଅନ୍ୟ ପଟେ ସୋସିଆଲ ମିଡିଆରେ ଏହି କଥାକୁ ନେଇ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଯେଉଁଠି ଗୋଟିଏ ପଟେ କିଛି ଲୋକମାନେ ପୋଲିସର ଏହି ଆକ୍ସନ କୁ ପ୍ରଶଂସା କରୁଛନ୍ତି ତ ଅନ୍ୟ ପଟେ କିଛି ଲୋକମାନଙ୍କର କହିବା ଅଟେ କି ଜଣେ ପୋଲିସବାଲାକୁ ବି ବେଳେ ବେଳେ ଏନଜୟ କରିବା ଦରକାର ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।