ମହିଳାଙ୍କ ଆକାଉଣ୍ଟକୁ ହଠାତ ଆସିଗଲା 81 କୋଟି ଟଙ୍କା ! ଏତେ ବ୍ଯାଙ୍କ ବାଲାନ୍ସ ଦେଖି ମହିଳା ଖୁସିରେ ଖର୍ଚ୍ଚ କରି ଚାଲିଲେ, ଆଉ ତା’ପରେ…

ବେଳେବେଳେ କିଛି ତ୍ରୁଟି ଯୋଗୁଁ ଟଙ୍କା ସ୍ଥାନାନ୍ତର ହୋଇପାରେନି ଓ ଟିକିଏ ଅସାବଧନତା ହେତୁ ଅନ୍ୟ କାହା ଆକାଉଣ୍ଟରେ ମଧ୍ୟ ଜମା ହୋଇଯାଏ । ଠିକ ଏମିତି ଘଟିଛି ଜଣେ ମହିଳାଙ୍କ ସହ । ହଠାତ ଜଣେ ମହିଳାଙ୍କ ଆକାଉଣ୍ଟରେ ୮୧କୋଟି ଟଙ୍କା ଜମା ହୋଇଥିବା ଜଣାପଡିଛି । ନିଜ ବ୍ଯାଙ୍କ ବାଲାନ୍ସ ଚେକ୍ କରିବା ପରେ ଖୁସିରେ ପାଗଳ ପ୍ରାୟ ହୋଇ ଯାଇଥିଲେ ମହିଳାଜଣକ । ଆଉ ଏତେ ଖୁସି ହୋଇ ଯାଇଥିଲେ ଯେ କାହାକୁ କିଛି ନକହି ବିଭିନ୍ନ କାର୍ଯ୍ୟରେ ମନଇଛା ଟଙ୍କା ଖର୍ଚ୍ଚ କରି ଚାଲିଥିଲେ ମହିଳା ।

ତେବେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି । ଥେବା ମାନୋଗିର ମନିଭେଲ ନାମକ ଜଣେ ମହିଳାଙ୍କ ଆକାଉଣ୍ଟକୁ ହଠାତ କେଉଁଠୁ ୮୧ କୋଟି ଟଙ୍କା ଆସି ଯାଇଥିଲା । ଏତେ ସାଙ୍ଗରେ ଏତେ ଟଙ୍କା ଦେଖି ମହିଳା ବହୁତ ଖୁସି ହୋଇ ଯାଇଥିଲେ । ହଠାତ ଏମିତି ଏତେ ଟଙ୍କା ଆକାଉଣ୍ଟକୁ ଆସିଥିଲେ ସେ କମ୍ପାନୀ କିମ୍ବା ବ୍ଯାଙ୍କକୁ ଏକଥା ଜଣାଇଟ ନଥିଲେ । ପ୍ରଥମେ ଏହି ଟଙ୍କାରେ ସେ ଗୋଟିଏ ଭଲ ଘର କିଣିଥିଲେ ।

ପରେ ଅବଶିଷ୍ଟ ଟଙ୍କାକୁ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲେ । ଏହି ଘଟଣାର ଆଠ ମାସ ପରେ କମ୍ପାନୀ ଏହି ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଥିଲା । ବାସ୍ତବରେ ଉକ୍ତ ମହିଳାଙ୍କୁ କ୍ରିପ୍ଟୋ କମ୍ପାନୀରୁ ପ୍ରାୟ ୮ ହଜାର ଟଙ୍କା ମିଳିବାର ଥିଲା । କିନ୍ତୁ କମ୍ପାନୀର ଭୁଲ ଯୋଗୁଁ ତାଙ୍କ କ୍ରିପ୍ଟୋ ମୁଦ୍ରା ଆକାଉଣ୍ଟରେ ଭୁଲବଶତଃ ୮୧ କୋଟି ଟଙ୍କା ଆସି ଯାଇଥିଲା ।

ଆଉ ଆଠ ମାସ ପରେ କମ୍ପାନୀ ମହିଳାଙ୍କୁ ଏନେଇ ଅବଗତ କରାଇବା ପରେ ମଧ୍ୟ ସେ କମ୍ପାନୀ କଥାକୁ ଅଣଦେଖା କରି କୌଣସି ଉତ୍ତର ନଦେଇ ଚୁପ୍ ରହିଥିଲେ । କିନ୍ତୁ କମ୍ପାନୀ ଯେତେବେଳେ ପ୍ରମାଣ ସହ ତାଙ୍କୁ ଏକ ନୋଟିସ ପଠାଇଲା ସେତେବେଳେ ତାଙ୍କର ହୋସ ଉଡି ଯାଇଥିଲା ।

ଆଉ ଏବେ ସେହି ମହିଳାଙ୍କ ପାଖରେ ଫେରାଇବା ପାଇଁ ସଂପୂର୍ଣ୍ଣ ଟଙ୍କା ନାହିଁ । ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ସେ ଯଦି ଟଙ୍କା ଫେରସ୍ତ ନ କରନ୍ତି ତେବେ ଜେଲ ଯାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।