ମହିଳା କନଷ୍ଟବଳ ପ୍ରଥମେ କରେଇଲା ଲିଙ୍ଗ ପରିବର୍ତ୍ତନ, ତାପରେ କରିଲା ଅନ୍ୟ ଏକ ମହିଳା ସହ ବିବାହ, ଦେଖନ୍ତୁ ଭିଡିଓ

ଲିଙ୍ଗ ପରିବର୍ତ୍ତନ ସର୍ଜରୀ ବର୍ତ୍ତମାନ ସମାଜରେ ଏକ ସାଧାରଣ କଥା ନୁହେଁ । ଯେଉଁ ଲୋକ ଏହାକୁ କରିଥାଏ, ତାକୁ ଶାରୀରିକ ଓ ମାନସିକ ରୂପରେ ମଝବୁତ ହେବା ନିହାତି ଆବଶ୍ୟକ । ଏହି ପ୍ରକ୍ରିୟା କରିବା ପରେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ । ଯଦି ଏହି ସର୍ଜରୀକୁ କୌଣସି ମଣିଷ କରିବ, ତେବେ ଅଲଗା ପରିଚୟ ସହିତ ତାର ନୂଆ ଜୀବନ ଆରମ୍ଭ ହେବ ।

ଆଜି ଆମେ ଆପଣଙ୍କୁ ଏହିପରି ଏକ ମହିଳାଙ୍କ ବିଷୟରେ କହିବୁ, ଯିଏ ତାଙ୍କର ଲିଙ୍ଗକୁ ପରିବର୍ତ୍ତନ କରି ଅନ୍ୟ ଏକ ମହିଳାଙ୍କ ସହ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ମହିଳା ଜଣଙ୍କ ବିଷୟରେ ।

ସେହି ମହିଳା ଜଣକ ହେଉଛନ୍ତି ଲଳିତା ସାଲଭେ, ସେ ୩ ଟି ସ୍ଟେଜ ରେ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସେ ସଂପୂର୍ଣ୍ଣ ରୂପେ ପୁରୁଷ ହୋଇସାରିଛନ୍ତି । ଲଳିତା ମହାରାଷ୍ଟ୍ରର ବିଡ ଜିଲ୍ଲା ସ୍ଥିତ ରାଜେଗାଁରେ କନଷ୍ଟବଲ ଅଛନ୍ତି । ୪ ବର୍ଷ ପୂର୍ବରୁ ଲଳିତାଙ୍କୁ ଅନୁଭବ ହେଲା କି, ତାଙ୍କ ଶରୀରରେ କିଛି ଅଲଗା ପରିବର୍ତ୍ତନ ହେଉଛି । ସେତେବେଳେ ସେ ମେଡିକାଲ ଟେଷ୍ଟ କରାଇଥିଲେ, ମେଡିକାଲ ଟେଷ୍ଟରୁ ଜଣା ପଡିଥିଲା କି ତାଙ୍କ ଶରୀରରେ Y chromosomes(ଗୁଣସୁତ୍ର)ର ମାତ୍ରା ଅଧିକ ଅଛି ।

ଆପଣଙ୍କୁ କହିଦେଉଛୁ କି ପୁରୁଷଙ୍କ DNA ରେ XY chromosome ଅଧିକ ଥାଏ ଯେତେବେଳେ କି ମହିଳାଙ୍କ DNA ରେ XX choromosomes ଅଧିକ ଥାଏ ।

ସେଥିପାଇଁ ସେ ଲିଙ୍ଗ ପୁନର୍ମୂଲ୍ୟାଙ୍କନ ସର୍ଜରୀ କରି ସଂପୂର୍ଣ୍ଣ ରୂପରେ ପୁରୁଷ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଲଳିତାଙ୍କୁ ଅଲଗା ଅଲଗା ସମୟରେ ୩ଟି srs କୁ ପାର କରିବାର ଥିଲା । ସେ ତାଙ୍କର ପ୍ରଥମ ସର୍ଜରୀ ୨୦୧୮ରେ ମୁମ୍ବାଇରେ (the state-run St Georges’s Hospital)ରେ କରାଇଥିଲେ ଓ ପରେ ଅନ୍ୟ ଦୁଇଟି ସର୍ଜରୀ ମଧ୍ୟ କରିଥିଲେ । ଏହିପରି ଗତ ବର୍ଷ ଲଲିତା ସମ୍ପୂର୍ଣ୍ଣ ରୂପରେ ପୁରୁଷ ହୋଇଯାଇଥିଲେ ।

କିଛି ଦିନ ତଳେ ଲଳିତା ଔରଙ୍ଗାବାଦରେ ରହୁଥିବା ଏକ ମହିଳାଙ୍କ ସହିତ ବିବାହ କରିଥିଲେ । ମିଡିଆରେ ଲଳିତା କହିଥିଲେ କି, ‘୩ ଟି ସ୍ଟେଜରେ ଲିଙ୍ଗ ପରିବର୍ତ୍ତନ କରିବା ପରେ ମୋତେ ଏକ ନୂଆ ଜୀବନ ମିଳିଛି । ବିବାହ ପରେ ମୁଁ ଏକ ନୂଆ ଜୀବନ ଆରମ୍ଭ କରିଛି ଓ ଏଥିପାଇଁ ମୁ ବହୁତ ଖୁସି ଅଛି । ମୋ ବିବାହ ପାଇଁ ପରିବାର ଲୋକ ଓ ସମ୍ପର୍କୀୟମାନେ ମଧ୍ୟ ଖୁସି ଅଛନ୍ତି’ ।

ଲଳିତାଙ୍କୁ ତାଙ୍କର ପୋଲିସ ଡିପାର୍ଟମେଣ୍ଟରେ ଏକ ପୁରୁଷ କନଷ୍ଟବଲ ରୂପରେ ସ୍ଵୀକାର କରିଛନ୍ତି । ସୋସିଆଲ ମିଡିଆରେ ଲଳିତାଙ୍କର ଏହି ବିବାହ ବିଷୟରେ ଲୋକମାନେ ବହୁତ ଚର୍ଚ୍ଚା କରୁଛନ୍ତି । ତାଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।