ମହିଳା ଜଣକ ଭୁଲରେ ପରିବା ସହ ଫୋପାଡି ଦେଲେ ଗହଣା, ଷଣ୍ଢ ଖାଇଦେଲା ଗହଣା ଓ ଏବେ ପରିବାର କରୁଛନ୍ତି ଏହି କାମ, ଜାଣିଲେ ଉଡିଯିବ ଆପଣଙ୍କ ହୋସ

ହରିୟାଣାର ସିରସାରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କହିବାକୁ ଗଲେ ଗୋଟିଏ ଷଣ୍ଢ ଜଣେ ମହିଳାର ୪ ତୋଲା ସୁନା ଖାଇ ଦେଲା ଓ ଏହା ପରେ ପରିବାର ଲୋକମାନେ ଚିନ୍ତିତ ହୋଇଗଲେ ଓ ଯେତେବେଳେ ମିଡିଆରେ ଏହି କଥା ସାମ୍ନାକୁ ଆସିଲା ତେବେ ଘରର ଜଣେ ସଦସ୍ୟ ଜନକରାଜ ନାମକ ଜଣେ ବ୍ୟକ୍ତି ଏହି ବିଷୟରେ କହିଲେ କି, ଏହି ଘଟଣା ୧୯ ଅକ୍ଟୋବର ଅଟେ ।

ମୋର ପତ୍ନୀ ଓ ବୋହୁ ସୁନାକୁ ଗୋଟିଏ ଜାଗାରେ ରଖିଥିଲେ ଓ ତାହାରି ପାଖରେ ସେମାନେ ପନିପରିବା କାଟୁଥିଲେ । ଏହା ପରେ ଅଜଣତାରେ ସେମାନେ ପନିପରିବାରର ଚୋପା ସହ ସୁନାକୁ ବି ଏକ ଆବର୍ଜନା କୁଣ୍ଡରେ ଫୋପାଡି ଦେଲେ । କାହାକୁ ଜଣା ବି ନାହିଁ କି ସେହି ପନିପରିବା ଚୋପା ମଧ୍ୟରେ ସୁନା ଅଛି । କିଛି ଘଣ୍ଟା ପରେ ଯେତେବେଳେ ଚାରିଆଡେ ସେହି ସୁନା ଗହଣାକୁ ଖୋଜଗଲା ତ ସିସିଟିଭି କ୍ୟାମେରା ଜରିଆରେ ଜଣା ପଡିଲା କି ଗୋଟିଏ ଷଣ୍ଢ ସେହି ଆବର୍ଜନା କୁଣ୍ଡରେ ଥିବା ପନିପରିବା ଚୋପା ସହ ସେହି ସୁନାକୁ ବି ଖାଇ ଦେଇଛି ।

ଏହା ପରେ ଜନକରାଜ ଆଗକୁ କହିଲେ କି, ଆମେ ଷଣ୍ଢକୁ ଖୋଜି ପାଇଲୁ ଓ ତାକୁ ଧରିବା ପାଇଁ ପଶୁ ଚିକତ୍ସାକଙ୍କୁ ବି ଡାକିଲୁ । ଏହା ପରେ ଆମେ ସେହି ଷଣ୍ଢକୁ ନିଜ ଘର ପାଖରେ ଥିବା ଏକ ଖୋଲା ସ୍ଥାନରେ ବାନ୍ଧି ତାକୁ ଖାଇବାକୁ ଦେଉଛୁ । ଆମେ ଆଶା କରୁଛୁ କି ଆମକୁ ତାହାର ଗୋବର ମଧ୍ୟରେ ସୁନା ମିଳିଯିବ । ସେଥିପାଇଁ ଆମେ ତାକୁ ଖାଇବାକୁ ଦେଉଛୁ ।

ଏହା ଛଡା ଜନକରାଜ କହିଲେ କି ଯଦି ସୁନା ମିଳିବ ନାହିଁ ତେବେ ସେ ସେହି ଷଣ୍ଢକୁ ଛାଡି ଦେବେ । ଏମିତି କୁହାଯାଉଛି କି ସେହି ୪ ତୋଲା ସୁନାର ଦାମ ଲକ୍ଷ ଲକ୍ଷ ଟଙ୍କା ଅଟେ ଓ ଯଦି ସେହି ଚାଷୀ ପରିବାରକୁ ସୁନା ମିଳିବ ନାହିଁ ତେବେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ । ପଶୁ ଚିକିତ୍ସକଙ୍କ ଅନୁସାରେ ଷଣ୍ଢ ପେଟରୁ ସୁନା ବାହାର କରିବା ପାଇଁ ଦୁଇଟି ଉପାୟ ଅଛି ।

ପ୍ରଥମ ଉପାୟ ହେଉଛି ଷଣ୍ଢକୁ ଭରପୁର ମାତ୍ରାରେ ଖାଇବା ଦେଇ ତାହାର ଗୋବର ରାସ୍ତା ଦେଇ ସୁନା ବାହାର କରିବା ଓ ଦ୍ଵିତୀୟ ଉପାୟ କୌଣସି ପଶୁ ହସ୍ପିଟାଲରେ ଯାଇ ପ୍ରଥମେ ଷଣ୍ଢର ପେଟର ଏକ୍ସରେ ଇତ୍ୟାଦି କରି ଯାଞ୍ଚ କରିବାର ଅଛି । ଯେଉଁଥିରେ ଜଣା ପଡିବ କି ସତରେ ତାହାର ପେଟରେ ସୁନା ଅଛି ନା ନାହିଁ । ଯଦି ଅଛି ତେବେ ଅପରେସନ ଦ୍ଵାରା ତାହାର ପେଟରୁ ସୁନା ବାହାର କରାଯାଇ ପାରିବ ।

କିନ୍ତୁ ଅପରେସନ ସମୟରେ ଷଣ୍ଢର ଜୀବନ ଯିବାର ବି ସମ୍ଭାବନା ଅଛି । ପଶୁ ଚିକିତ୍ସକଙ୍କ କହିବା ପରେ ପରିଜନମାନେ କହିଲେ କି ସେ ପ୍ରଥମ ଉପାୟକୁ କରିବେ, ଯଦି ଏହା ପରେ ସୁନା ନ ମିଳିବ ତେବେ ସେ ଦ୍ଵିତୀୟ ଉପାୟକୁ କରିବେ । କହିବାକୁ ଗଲେ ପରିବାର ଲୋକମାନେ ଚାହୁଁ ନାହାନ୍ତି କି ସୁନା କାରଣରୁ କୌଣସି ପଶୁର ଜୀବନ ଚାଲି ଯାଉ ।