Pipili Bypoll: ନିଜ ପୁଅକୁ ନେଇ କିଛି ଏମିତି କହିଲେ ସ୍ବର୍ଗତଃ Pradeep Maharathy ଙ୍କ ପତ୍ନୀ Prativa Maharathy, ଦେଖନ୍ତୁ Video

ପାଖାପାଖି ଏକ ବର୍ଷ ପରେ ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ହେଉଛି । ଆଜି ସକାଳ ୭ଟା ରୁ ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀ ରହିଛନ୍ତି ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ । ମତଦାନ ସ୍ଥଳରେ ପୁରା ମହାରଥୀ ପରିବାର ସହ ଆଦି ପହଞ୍ଚିଥିଲେ ରୁଦ୍ରପ୍ରତାପ ମହାରଥୀ ।

ଭୋଟ ଦେବା ପାଇଁ ପାଣିତୋଳ ଭୋଟ କେନ୍ଦ୍ରରେ ରୁଦ୍ରପ୍ରତାପ ମହାରଥୀ, ପତ୍ନୀ ଜାଗୃତି, ମା ପ୍ରତିଭା ମହାରଥୀ ଓ ଭଉଣୀ ଭିଣୋଇ ମଧ୍ୟ ଆସି ପହଞ୍ଚିଥିଲେ । ସକାଳୁ ସକାଳୁ ସେମାନେ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଭୋଟ କେନ୍ଦ୍ରରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲି ବାସିନ୍ଦା । ଏଠାରେ ପ୍ରାୟ ୨ ଲକ୍ଷ ୨୯ ହଜାର ଭୋଟର ନିଜର ମତାଧିକାର ଦେଉଛନ୍ତି ଏବଂ ସେମାନଙ୍କ ଜନ ପ୍ରତିନିଧି ତଥା ପିପିଲି ବିଧାୟକ କିଏ ହେବେ ସେନେଇ ଦେଉଛନ୍ତି ଭୋଟ ।

ତେବେ କଂଗ୍ରେସ, ବିଜେଡି ଓ ବିଜେପି ଏହି ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ବିଜୟ ଲାଭ କରି ସାତ ଥର ପିପିଲି ବିଧାୟକ ହୋଇଥିଲେ ସ୍ଵର୍ଗତ ପ୍ରଦୀପ ମହାରଥୀ । ପିତା ଯେମିତି ବିଜୟ ଲାଭ କରିଥିଲେ ପୁଅ ମଧ୍ୟ ସେହିପରି ବିଜୟ ଲାଭ କରିବ ତାଙ୍କର ଆଶା ଏବଂ ବିଶ୍ବାସ ବୋଲି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ମା ପ୍ରତିଭା ମହାରଥୀ କହିଛନ୍ତି । ପିପିଲି ପ୍ରଦୀପ ମହାରଥୀଙ୍କ ଗଡ ଥିଲା ଓ ସେ ଥିଲେ ପିପିଲିର ସେନାପତି ।

ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ପିତାଙ୍କ ପଦଚିହ୍ନ ଅନୁସରଣ କରି ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି । ପିପିଲି ବାସିନ୍ଦା ନିଶ୍ଚୟ ତାଙ୍କୁ ଜିତେଇବେ ଏବଂ ପ୍ରତିଦ୍ଵନ୍ଦୀ ପ୍ରତିହତ କରିପାରିବେ ନାହିଁ ବୋଲି ପ୍ରତିଭା ମହାରଥୀ ଦୃଢ ଭାବେ କହିଛନ୍ତି । ଆଉ ସକାଳୁ ବଡ ସଂଖ୍ଯାରେ ଭୋଟ ଦେବା ପାଇଁ ଆସିଥିବାରୁ ଭୋଟର ମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ ।

ତେବେ ଆସନ୍ତା ୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ଜଣାପଡିବା କିଏ ହେବେ ପିପିଲର ଆଗାମୀ ବିଧାୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।