ମହାଦେବଙ୍କ ଏହି ସବୁ ଗୁଣରୁ ସମସ୍ତ ଶିବଭକ୍ତଙ୍କୁ କିଛି ଶିକ୍ଷା ନେବା ଆବଶ୍ୟକ, ଆପଣଙ୍କ ଜୀବନରେ ଆସିବ ଅଦ୍ଭୁତ ସୁଧାର

ମହାଦେବ ସ୍ଵଭାବରେ ବହୁତ ଭୋଳା ହୋଇଥାନ୍ତି ଓ ସେ ନିଜ ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଯଦି କୌଣସି ଭକ୍ତ ଶ୍ରଦ୍ଧାର ସହିତ ତାଙ୍କ ଉପରେ ଜଳ ମଧ୍ୟ ଅର୍ପଣ କରନ୍ତି ତେବେ ସେହି ଭକ୍ତ ଉପରେ ମହାଦେବଙ୍କ କୃପାଦୃଷ୍ଟି ରହିଥାଏ । ସୋମବାର ମହାଦେବଙ୍କ ପାଇଁ ସମର୍ପିତ ହୋଇଥାଏ । ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ । ଏମିତି କୁହାଯାଏ କି ଯଦି ସୋମବାର ଦିନ ମହାଦେବଙ୍କର ପୂଜାର୍ଚ୍ଚନା କରାଯାଏ ତେବେ ଏହା ଦ୍ଵାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ ଓ ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ ।

ଏହା ବ୍ୟତୀତ ଆମ ସମସ୍ତଙ୍କୁ ଭଗବାନ ଶିବଙ୍କ ଠାରୁ କିଛି ଶିକ୍ଷା ନେବାର ଅଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଶିବଙ୍କର ତିନିଟି ଆଖି, ମୁଣ୍ଡରେ ଚନ୍ଦ୍ରମା ଓ ନୀଳକଣ୍ଠ ଅଟନ୍ତି ଯିଏ ଆମକୁ ନୂଆ ରୂପରେ ଜୀବନ ବଞ୍ଚିବାକୁ ପ୍ରେରଣା ଦିଅନ୍ତି ।

ଯଦି ଭଗବାନ ଶିବଙ୍କ ଠାରୁ ପ୍ରେରଣା ନିଆଯାଏ ତେବେ ଜୀବନରେ ସବୁ ସମସ୍ୟା ସମାପ୍ତ ହେବ, ଆପଣ ନିଜ ଜୀବନକୁ ଠିକ ଭାବରେ କାଟି ପାରିବେ । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ସ୍ୱରୂପରୁ କେଉଁ ପ୍ରକାରର ଶିକ୍ଷା ନେବା ଆବଶ୍ୟକ ଏହା ବିଷୟରେ ଜଣାଇବୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଅଦ୍ଭୁତ ସୁଧାର ଦେଖିବାକୁ ମିଳିବ ।

ଆସନ୍ତୁ ଜାଣିବା ମହାଦେବଙ୍କ ଗୁଣରୁ କଣ ଶିକ୍ଷା ନେବା ଆବଶ୍ୟକ

୧. ଆପଣ ସମସ୍ତେ ଜାଣିଛନ୍ତି ଭଗବାନ ଶିବ ଜଟାରେ ଗଙ୍ଗାଙ୍କୁ ଧାରଣ କରିଛନ୍ତି, ତାଙ୍କର ଏହି ଗୁଣରୁ ଆମକୁ ଏକଜୁଟ ହେବାର ଶିକ୍ଷା ମିଳିଥାଏ । ଭଗବାନ ଶିବ ନିଜର ଅଡୁଆ କେଶକୁ ଏକତ୍ର କରି ଗଙ୍ଗାଙ୍କର ବିକ୍ରାଳ ରୂପକୁ ଶାନ୍ତ କରିଥିଲେ । ଏହି ପ୍ରକାରରେ ଆମ ସମସ୍ତଙ୍କୁ ଏକଜୁଟ ରହିବା ଆବଶ୍ୟକ ଯାହା ଦ୍ଵାରା ଆମେ କଠିନରୁ କଠିନ ପରିସ୍ଥିତିର ସାମ୍ନା କରି ପାରିବା ।

୨. ଭଗବାନ ଶିବଙ୍କର ତିନିଟି ଆଖି, ତୃତୀୟ ନେତ୍ର ତାଙ୍କର ମଥାରେ ଅଛି ଓ ଏହି ନେତ୍ର ଆମକୁ ଶିକ୍ଷା ଦେଇଥାଏ କି ଦୂରଗାମୀ ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ଆମକୁ କେବଳ ବାହାର ନେତ୍ରର ବ୍ୟବହାର କରିବା କଥା ନୁହେଁ ବରଂ ଭାବି ଚିନ୍ତି କୌଣସି ନିଷ୍ପତ୍ତି ନେବା ଆବଶ୍ୟକ ।

୩. ଭଗବାନ ଶିବଙ୍କ ମସ୍ତକରେ ଚନ୍ଦ୍ରମା ଅଛନ୍ତି ଓ ଚନ୍ଦ୍ରମା ଶୀତଳତା ଓ ଶାନ୍ତିର ପ୍ରତୀକ ଅଟନ୍ତି, ଭଗବାନ ଶିବଙ୍କର ଏହି ଗୁଣରୁ ଆମକୁ ଶିକ୍ଷା ମିଳିଥାଏ କି ପରିସ୍ଥିତି କିପରି ହେଉ ନା କାହିଁକି ଆମକୁ ଧୈର୍ଯ୍ୟ ରଖିବା ଆବଶ୍ୟକ ।

୪. ଭଗବାନ ଶିବଙ୍କର ଆଉ ଏକ ରୂପ ନୀଳକଣ୍ଠ ହୋଇଥାଏ, ଯାହାଠାରୁ ଆମକୁ ଶିକ୍ଷା ମିଳିଥାଏ କି ଆମକୁ କ୍ରୋଦ୍ଧ ଉପରେ କଣ୍ଟ୍ରୋଲ କରିବା ଆବଶ୍ୟକ । କ୍ରୋଦ୍ଧ କାରଣରୁ ବହୁତ ସମସ୍ୟା ଆସିଥାଏ, କ୍ରୋଦ୍ଧ ଉପରେ ନିୟନ୍ତ୍ରଣ ରଖିଲେ ଆମକୁ ସମସ୍ୟାର ସମାଧାନ ମିଳିଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଲେ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।