ମାର ଦ୍ଵିତୀୟ ବିବାହ ଉପରେ ପୁଅ ଦେଲା ଶୁଭେଛା, ଲେଖିଲା – ‘ତୁମେ ମୋ ପାଇଁ ବହୁତ ସହିଛ, କିନ୍ତୁ ଏବେ…’

ମା ନିଜର ପିଲାମାନଙ୍କ ପାଇଁ ନିଜର ପୁରା ଜୀବନକୁ ତ୍ୟାଗ କରି ଦିଅନ୍ତି । ପିଲାମାନଙ୍କ ପାଇଁ ମା କିଛି ବି ସହିବାକୁ ପ୍ରସ୍ତୁତ ଥାନ୍ତି । ଏହା ମଧ୍ୟରେ କେରଳ ନିବାସୀ ଏକ ମହିଳା ନିଜ ପୁଅ ପାଇଁ ଯାହା ବି ସହିଛି, ତାହା ଅବିସ୍ମରଣୀଯ ଅଟେ । ମହିଳା ଜଣକ ପୁଅର ଭବିଷ୍ୟକୁ ଭଲ କରିବା ପାଇଁ ଘରେଲୁ ହିଂସା ପର୍ଯ୍ୟନ୍ତ ବି ସହିଛି, ଏହା ପରେ ସେ ମହିଳା ଜଣକ ଦ୍ଵିତୀୟ ବିବାହ କରିଛି । ମାର ଦ୍ଵିତୀୟ ବିବାହ ପରେ ପୁଅ ଖୁସି ହୋଇ ସୋସିୟାଲ ମିଡିୟାରେ ଏହାର ସୂଚନା ଦେଇଛି ।

କେରଳର ଗୋକୁଲ ଶ୍ରୀଧର ନିଜର ମାର ଦ୍ଵିତୀୟ ବିବାହକୁ ନେଇ ମଲାୟଲାମରେ ପୋସ୍ଟ କରିଛି । ଏହା ପରେ ଗୋକୁଲ ଶ୍ରୀଧର ନିଜର ମା ର ପ୍ରଥମ ବିବାହ ବିଷୟରେ ବି ବହୁତ କିଛି କହିଛି ।

ହାପି ମ୍ୟାରେଡ ଲାଇଫ ମା – ଗୋକୁଲ ଶ୍ରୀଧର

ଗୋକୁଲ ଶ୍ରୀଧର ନିଜର ମାର ଦ୍ଵିତୀୟ ବିବାହ ପାଇଁ ଶୁଭେଛା ଦେଇଛି ଓ ଏକ ଇମୋଶନଲ ପୋସ୍ଟ ଲେଖିଛି । ଗୋକୁଲ ଶ୍ରୀଧର କହିଲା କି ମୋ ମା ମୋ ପାଇଁ ବହୁତ କିଛି ସହିଛି । କେତେ ଥର ତାଙ୍କୁ ଶାରୀରିକ ଓ ମାନସିକ ରୂପରେ ହିଂସା ସହିବାକୁ ପଡିଛି । ସେ ଆଗକୁ ଲେଖିଲା କି କେତେ ଥର ମୁଁ ନିଜେ ମାକୁ ଶାରୀରିକ ହିଂସା ସହୁଥିବାର ଦେଖିଛି, କିନ୍ତୁ ମୁଁ ବର୍ତ୍ତମାନ ତାଙ୍କ ପାଇଁ କିଛି କରିବାକୁ ଚାହୁଁଛି ।

ମୋତେ କିଛି ଲୁଚାଇବାକୁ ଦରକାର ନାହିଁ – ଗୋକୁଲ ଶ୍ରୀଧର

ଗୋକୁଲ ଶ୍ରୀଧର ଆଗକୁ ଲେଖିଲେ କି ମୁଁ ବହୁତ କିଛି କହିବାକୁ ଚାହୁଁଛି, କିନ୍ତୁ ମା ମୁଁ କହି ପାରିଲି ନାହିଁ । ମୁଁ ବିବାହର କଥାକୁ ଶେୟାର କରିବା ପାଇଁ ପ୍ରଥମେ ସଙ୍କୋଚ କରୁଥିଲି, କିନ୍ତୁ ଏହା ପରେ ମୁଁ ତୁମ ବିଷୟରେ ଚିନ୍ତା କରିଲି ଓ ଏହି ପୋସ୍ଟ ଲେଖିଲି, କାରଣ ବର୍ତ୍ତମାନ ଆପଣଙ୍କୁ ଆପଣଙ୍କର ଖୁସି ମିଳିବା ଦରକାର । ସେ ଆଗକୁ ଲେଖିଲେ କି ମୋ ମାର ବହୁତ ସ୍ଵପ୍ନ ଅଛି । ଯାହାକୁ ମୁଁ ବର୍ତ୍ତମାନ ପୁରା କରିବି ।

ସୋସିୟାଲ ମିଡିୟାରେ ଲୋକମାନେ କରୁଛନ୍ତି ପ୍ରଶଂସା

ପ୍ରଥମେ ଗୋକୁଲ ଶ୍ରୀଧର ପୋସ୍ଟ ଲେଖିବା ପାଇଁ ସଙ୍କୋଚ କରୁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଭାବନାକୁ ଲୋମାନେ ବୁଝି ପାରୁଛନ୍ତି ଓ ତାଙ୍କର ବହୁତ ପ୍ରଶଂସା ବି କରୁଛନ୍ତି । କେତେକ ଲୋକମାନେ ଗୋକୁଲ ଶ୍ରୀଧରକୁ ଲେଖିଲେ କି ତୁମେ ନିଜ ପୁଅର ଦାୟିତ୍ଵ ବହନ କରିଛ । ନିଜ ମାକୁ ଖୁସି ଦେଇ ତୁମେ ବହୁତ ଭଲ କାମ କରିଛ । ଏହି ପୋସ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକମାନେ ପଢସାରିଛନ୍ତି ଓ ଲାଇକ ବି କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।