ମାଲିକ ହେବ ତ ଏମିତି ! ଗୋଟିଏ ରାତିରେ କମ୍ପାନୀର 500 କର୍ମଚାରୀଙ୍କୁ ବନାଇଲେ କୋଟିପତି, ଦେଖନ୍ତୁ କେମିତି, ଶୁଣିଲେ ଆପଣ ବି ଦେବେ ସାବାସି

ଭାରତର କମ୍ପାନୀ ଫ୍ରେଶୱାର୍କ୍ସର ଆମରିକାର ଷ୍ଟକ୍ ଏକ୍ସଚେଞ୍ଜ ନାସଡାକରେ ଏକ ଭଲ ପୋଜିସନରେ ଅଛି । ନାସଡାକରେ ସାମିଲ ହେବା ପରେ କମ୍ପାନୀରେ ଏକ ବହୁତ ବଡ ପରିବର୍ତ୍ତନ ଆସିଲା ଯାହା ବିଷୟରେ କେହି ଚିନ୍ତା ବି କରି ନ ଥିଲେ । ଅର୍ଥାତ ଗୋଟିଏ ରାତି ମଧ୍ୟରେ କମ୍ପାନୀର ୫୦୦ ଜଣ କର୍ମଚାରୀ କୋଟିପତି ହୋଇଗଲେ । ସେଥି ମଧ୍ୟରୁ ୭୦ ଜଣ କର୍ମଚାରୀ ୩୦ ବର୍ଷରୁ କମ ବୟସର ଅଟନ୍ତି ।

ସଫ୍ଟୱେର ତିଆରି କରୁଥିବା ଏହି କମ୍ପାନୀ ଷ୍ଟକ ମାର୍କେଟରେ ଚମତ୍କାର ରୂପରେ ୧ ବିଲିୟନ ଡଲାରରୁ ବି ଅଧିକ ଟଙ୍କା ସଂଗ୍ରହ କରିଛି । ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୭୫୦୦ କୋଟି ଟଙ୍କା ।

କହିଦେଉଛୁ କି କମ୍ପାନୀର ପ୍ରତିଷ୍ଠାତା ଗିରିଶ ମଥ୍ରୁବୁଥମ୍ ତାମିଲନାଡୁର ତ୍ରିଚି ସହରରେ ୭୦୦ ବର୍ଗଫୁଟ ଗୋଡାଉନରେ ଏହି କମ୍ପାନୀକୁ ଆରମ୍ଭ କରିଥିଲେ । ସୂଚନା ଅନୁସାରେ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ୧.୩ ବିଲିୟନ ଡଲାର ହାସଲ କରିସାରିଛି । ଏହି କାରଣରୁ କମ୍ପାନୀର ୫୦୦ ରୁ ଅଧିକ କର୍ମଚାରୀ କୋଟିପତି ହୋଇ ଯାଇଛନ୍ତି । ଯାହାକି ଏକ ଆଶ୍ଚର୍ଯ୍ୟକର ଘଟଣା କିନ୍ତୁ ଏହା ସତ୍ୟ ଅଟେ ।

ସବୁଠୁ ବଡ କଥା ହେଉଛି କି ଏମାନଙ୍କ ମଧ୍ୟରୁ ୭୦ ଜଣ କର୍ମଚାରୀଙ୍କ ବୟସ ୩୦ ବର୍ଷରୁ ବି କମ ଅଟେ ଓ ପ୍ରାୟତଃ ସେମାନେ କଲେଜ ସମାପ୍ତ କରିବା ପରେ କମ୍ପାନୀରେ ଯୋଗ ଦେଇଥିଲେ । ଚେନ୍ନାଇ ଓ ଆମେରିକାରେ କମ୍ପାନୀର ଅଫିସ ଅଛି । ସୂଚନା ଅନୁସାରେ କମ୍ପାନୀ ମୂଳ ମୂଲ୍ୟ ଠାରୁ ୨୧ ପ୍ରତିଶତ ଅଧିକ ବଢିଛି । ଏହି କାରଣରୁ କମ୍ପାନୀର ବଜାର କ୍ୟାପରେ ୧୨.୩ ବିଲିୟନ ଡଲାର ବୁଦ୍ଧି ପାଇଛି । ତାଙ୍କର କର୍ମଚାରୀମାନେ କମ୍ପାନୀର ଶେୟାରର ୭୬ ପ୍ରତିଶତ ଶେୟାର ନିଜର କରିଛନ୍ତି ।

କିଛି ଲୋକମାନେ କଲଜେରୁ ସିଧା ଡିଗ୍ରୀ ହାସଲ କରିବା ପରେ କିଛି ସମୟ ପୂର୍ବରୁ ହିଁ କମ୍ପାନୀରେ ଯୋଗ ଦେଇ ଥିଲେ ଓ ସେମାନଙ୍କର ପରିଶ୍ରମ ଦ୍ଵାରା କମ୍ପାନୀର ଶେୟାର ମୂଲ୍ୟ ବଢିଥିଲା । ସେଥିପାଇଁ କମ୍ପାନୀ ଉଚ୍ଚ ତାଲିକା ହାସଲ କରିବା ଦ୍ଵାରା ଏହାର କର୍ମଚାରୀମାନେ ମଧ୍ୟ ବହୁତ ଉପକୃତ ହେଲେ । କହିବାକୁ ଗଲେ ଏହିଭଳି ଘଟଣା ଆପଣ ପୂର୍ବରୁ କେବେ ବି ଶୁଣି ନ ଥିବେ କି ଗୋଟିଏ କମ୍ପାନୀର ଶେୟାର ମୂଲ୍ୟ ବଢିବା କାରଣରୁ ତାଙ୍କର କର୍ମଚାରୀମାନେ କୋଟିପତି ହୋଇଗଲେ । ଏହା ବହୁତ ଆଶ୍ଚର୍ଯ୍ୟକର ଓ କମ୍ପାନୀର କର୍ମଚାରୀମାନଙ୍କ ପାଇଁ ଲାଭଦାୟକ ଘଟଣା ଅଟେ ।