ମାଡି ଆସୁଛି ୧୭ ବର୍ଷ ଇତିହାସର ସବୁଠୁ ପ୍ରଳୟଙ୍କରୀ ବାତ୍ୟା “Batsirai” ! ସ୍ଥଳଭାଗ ଛୁଇଁବା ବେଳେ 200 କିଲୋମିଟର ବେଗରେ ବହିବ ପବନ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଫେବୃୟାରୀ ମାସରେ ରହିଛି ବାତ୍ୟା ସମ୍ଭାବନା । ଏଥର ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଭାରତ ମହାସାଗରରେ ଆଗକୁ ଆଗକୁ ମାଡି ଆସୁଛି ବାତ୍ୟା ବାଟସିରାଇ । ସାଟେଲାଇଟରୁ ବାତ୍ୟା ବାଟସିରାଇର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଏଥିରୁ ବାତ୍ୟା ଯେ ପ୍ରଳୟର ରୂପେ ନେବ ତାହା ଅନୁମାନ କରି ହେଉଛି । ବାତ୍ୟା ବାଟସିରାଇ ତାଣ୍ଡବ ଭାରତରେ ରଚିବ ବୋଲି ଅନୁମାନ କରାଯାଉଛି ।

ଭାରତ ମହାସାଗର ମଧ୍ୟରେ ଧୀରେ ଧୀରେ ବଳ ଗୋଟାଇ ଧୀରେ ଧୀରେ ଶକ୍ତିଶାଳୀ ହୋଇ ଚାଲିଛି ବାତ୍ୟା । ଆଉ ଏହାସହ ସ୍ଥଳଭାଗ ମୁହାଁ ମଧ୍ୟ ହେବାରେ ଲାଗିଛି । ଏହି ବାତ୍ୟା ମାଡଗାସ୍କାର ଉପକୂଳରେ ଆଜି ମାଡ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ବେଗ ପ୍ରାୟ ୨୦୦କିମି ରହିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଭାଗ । ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ରହିଛି ।

ଏହି ପ୍ରଳୟକରୀ ବାତ୍ୟାର ଗତିପଥରେ ଆସୁଛନ୍ତି ପ୍ରାୟ ୨ କୋଟି ୮୦ ଲକ୍ଷ ଲୋକ । ଏଥି ମଧ୍ୟରୁ ପ୍ରାୟ ୬ ଲକ୍ଷ ଲୋକ ବାତ୍ୟା ଦ୍ଵାରା ପ୍ରତ୍ଯକ୍ଷ ଭାବେ ପ୍ରଭାବିତ ହେବେ । ଏ ପର୍ଯ୍ୟନ୍ତ କେବଳ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗତ ଦୁଇ ସପ୍ତାହ ତଳେ ମାଡଗାସ୍କାର ଦୀପକୁ ହିଟ କରିଥିଲା ବାତ୍ୟା ଆନା । ଆଉ ଏବେ ଆସୁଥିବା ଏହି ବାତ୍ୟା ବାଟସିରାଇ ତା’ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ପ୍ରଳୟଙ୍କରୀ ।

ବାଟସିରାଇ ସ୍ଥଳଭାଗ ଛୁଇଁବା ବେଳକୁ କ୍ୟାଟାଗୋରୀ ୩ ରୁ କ୍ୟାଟାଗୋରୀ ୪ ର ରୂପ ନେବ । ଏଥି ଯୋଗୁଁ ପ୍ରବଳ ପବନ ସହ ୩୦ ସେମି ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି । ଆଉ ଏହି ବର୍ଷା ଆଣିପାରେ ଅଚାନକ ବନ୍ୟା । ଏହାସହ ସମୁଦ୍ରରୁ ୧୫ ମିଟର ଉଚ୍ଚର ଜୁଆର ମାଡି ଆସି ପାରେ । କୁହାଯାଉଛି ବାତ୍ୟା ବାଟସିରାଇ ମାଡଗାସ୍କାରର ୧୭ ବର୍ଷ ଇତିହାସରେ ସବୁଠୁ ଅଧିକ ପ୍ରଳୟଙ୍କରୀ ବାତ୍ୟା ହେବ ।

ଏହାକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ଲୋକଙ୍କୁ ଯଥା ଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମାତ୍ର ସପ୍ତାହକ ତଳେ ବାତ୍ୟା ମାଡ ସହିଥିବା ମାଡଗାସ୍କାର ପାଇଁ ଏହି ବାତ୍ୟା ନୂଆ ଚ୍ୟାଲେଞ୍ଜ ଆଣିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।