ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି 5 ସଙ୍କେତ, ଦେଖନ୍ତୁ ଆପଣଙ୍କୁ ମିଳି ନାହିଁତ

ମା ଲକ୍ଷ୍ମୀ ତଥା ଧନ ଟିକେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଧନ କେବେ ବି ଗୋଟିଏ ଜାଗାରେ ସ୍ଥିର ରୁହେ ନାହିଁ । ଆପଣଙ୍କୁ ଯଦି ଧନର ଆବଶ୍ୟକତା ରହିଛି ତେବେ ସମ୍ପୂର୍ଣ୍ଣ ନିଷ୍ଠାର ସହ ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ଏହିପରି କିଛି ଲକ୍ଷଣ ରହିଛି ଯାହା ଦେଖିଲେ ଆପଣ ଅନୁଭବ କରି ପାରିବେ କି ଆପଣଙ୍କ ଉପରେ ଧନ ବର୍ଷା ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ସବୁ କଣ ।

୧- ମା ଲକ୍ଷ୍ମୀ ଙ୍କ ବାହନ ହେଉଛି ଧଳା ପେଚା । ଯଦି ଆପଣ ସକାଳୁ ଉଠୁ ଉଠୁ କିମ୍ବା ରାତି ରେ ଏହି ପେଚା ଦେଖନ୍ତି, କିଅବା ଦୀପାବଳୀ ଦିନ ମଧ୍ୟ ଯଦି ପେଚା ଦେଖନ୍ତି ତେବେ ଜାଣି ନିଅନ୍ତୁ କି ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି ଓ ଧନ ପ୍ରାପ୍ତିର ପ୍ରବଳ ସୁଯୋଗ ରହିଛି । କିନ୍ତୁ ପେଚାକୁ ଦେଖି ତାକୁ କେବେ ଉଡ଼ାଇ ଦିଅନ୍ତୁ ନାହିଁ, ଏହା ଅଶୁଭ ଅଟେ ।

୨- ଯେଉଁ ମାନଙ୍କ ଘରେ ଅଭାବ ଅସୁବିଧା ରହିଥାଏ, ପ୍ରାୟ ଦେଖାଯାଏ କି ସେମାନଙ୍କ ଘର ଆଖପାଖ ଗଛ ପତ୍ର ମଧ୍ୟ ଠିକ୍ ସେ ଫଳିଭୂତ ହୋଇ ନ ଥାଆନ୍ତି । ଯେଉଁ ଘରେ ଗଛ ଲଗାଇଲେ ଗଛ ମରିଯାଏ, ସେହି ଘରେ ମଧ୍ୟ ସେତେ ଉନ୍ନତି ହୁଏ ନାହିଁ । ଯଦି ଅଚାନକ ଆଖପାଖ ଗଛ ସବୁଜ ଓ ହରା ଭରା ହେବାକୁ ଲାଗେ ତେବେ ତାହା ମଧ୍ୟ ଘରକୁ ଧନ ଆସିବାର ଏକ ସଙ୍କେତ ଅଟେ ।

google

୩- ଯଦି ଆପଣ ଭୋର୍ ରୁ ଶୀଘ୍ର ଉଠିଛନ୍ତି ଆଉ ଆପଣଙ୍କ ଘର ବାହାରେ କେହି ଝାଡୁ କରୁଛନ୍ତି, ଯାହା ପ୍ରତିଦିନ ଦେଖିବାକୁ ମିଳେ ନାହିଁ ତେବେ ତାହା ମଧ୍ୟ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଏକ ସଙ୍କେତ ଅଟେ ।

୪- ଆଉ ମଧ୍ୟ ଆପଣ ଭୋର୍ ରୁ ଉଠିବା ପରେ ଯଦି କେହି ଆପଣଙ୍କ ଘର ଆଖ ପାଖରେ ପୂଜା କରି ଶଙ୍ଖ ବଜାଉ ଥିବାର ଶୁଣୁଛନ୍ତି, ତେବେ ତାଙ୍କ ଭାଗ୍ୟ ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲି ଯିବ ବୋଲି ଜାଣି ନିଅନ୍ତୁ । ସକାଳୁ ଶଙ୍ଖ ଶବ୍ଦ ଶୁଣି ବିରକ୍ତ ହୁଅ ନାହିଁ କି ଏହି ବିଷୟରେ ଆଲୋଚନା କରନ୍ତୁ ନାହିଁ ।

୫- ସକାଳୁ ସକାଳୁ ଉଠି ଯଦି ଆପଣ ଆଖୁ କେହି ନେଇକି ଯାଉ ଥିବାର ଦେଖନ୍ତି କିବା ଆଖୁ ବିକାଳୀ ଦେଖନ୍ତୁ ତେବେ ଏହା ମଧ୍ୟ ଧନ ପ୍ରାପ୍ତିର ସଙ୍କେତ ଅଟେ । ଆଖୁ ରସ ମଧ୍ୟ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କଲେ ସେ ଶୀଘ୍ର ପ୍ରସନ୍ନ ହୋଇ ଧନ ବର୍ଷା କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।