ଯଦି ମା ଲକ୍ଷ୍ମୀଙ୍କର କୃପା ଚାହୁଁଛନ୍ତି ତ ନିଶ୍ଚିନ୍ତ କରନ୍ତୁ ଏହି ୫ଟି ଉପାୟ, ଧନ ଧାନ୍ୟରେ ଭରିଯିବ ଜୀବନ

ଏହି ସଂସାରରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନରେ ଖୁସି ସ୍ଥାୟୀ ହୋଇ ରୁହେ ନାହିଁ । ସବୁ ମଣିଷ ଚାହାନ୍ତି ତାଙ୍କ ଘରେ ସୁଖ ସମୃଦ୍ଧି ଭରିଯାଉ । ତାଙ୍କ ପାଖରେ ଧନର ଅଭାବ ନ ହେଉ । ଜ୍ୟୋତିଷ୍ ଶାସ୍ତ୍ର ଅନୁସାରେ ଜଣା ପଡିଛି କି ବହୁତ ଥର ଗ୍ରହ ନକ୍ଷତ୍ର ଆମ ଜୀବନରେ ଥିବା ସୁଖ ଓ ଦୁଃଖରେ ପ୍ରଭାବ ପକାଇଥାନ୍ତି । ଗ୍ରହ ନକ୍ଷତ୍ର ପାଇଁ ଆମ ଜୀବନରେ କେତେବେଳେ ଲାଭ ହୋଇଥାଏ ତ କେତେବେଳେ କ୍ଷତି । ଯଦି ଆମେ କିଛି ଉପାୟ କରିବା ତେବେ ଆମ ଘରେ ସବୁ ବେଳେ ସୁଖ ସମୃଦ୍ଧି ରହିବ । ଧନର ଅଭାବ ହେବନାହିଁ ।

ଆର୍ଥିକ ସ୍ଥିତିରେ ଆସିବ ସୁଧାର

ଘରର ଆର୍ଥିକ ସ୍ଥିତି ସବୁବେଳେ ବ୍ୟବସାୟ ବା ଚାକିରୀ ଉପରେ ନିର୍ଭର ହୋଇ ନଥାଏ । ଜ୍ୟୋତିଷ୍ ଶାସ୍ତ୍ର ଅନୁସାରେ କୁହାଯାଇଛି କି ପ୍ରତିଦିନ ପକ୍ଷୀ ମାନଙ୍କୁ ୭ ଟି ଅଲଗା ଅଲଗା ପ୍ରକାରର ଦାନା ଖାଇବାକୁ ଦେଲେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ ।

ମିଳିବ ଲକ୍ଷ୍ମୀ ମା’ଙ୍କର କୃପା

ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ଲୁହା ବାସନରେ ପାଣି, ଚିନି, ଘିଅ ଓ କ୍ଷୀର ଏହି ସବୁ ଜିନିଷକୁ ମିଶାଇ ଓସ୍ଥ ଗଛ ମୂଳରେ ପକାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବାସ କରିବେ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଭରିଯିବ ।

ହେବ ନାହିଁ ଧନହାନି

ଧନ ହାନିରୁ ବଞ୍ଚିବା ପାଇଁ ଆପଣ ନିଜ ଘରର ମୁଖ୍ୟ କବାଟରେ ରବିବାର ଦିନ ଅବିର ଛିଞ୍ଚବା ଆବଶ୍ୟକ । ଏହା କରିବା ସହ ଆପଣ ସେଠାରେ ଦୁଇମୁଖା ଦୀପ ଜଳାନ୍ତୁ ।ଦୀପ ଲିଭିବା ପରେ ତାକୁ ପାଣିରେ ବିସର୍ଜନ କରିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣ ଧନ ହାନିରୁ ବଞ୍ଚିତ ହୋଇଯିବେ ।

ଆର୍ଥିକ ସ୍ଥିତିରେ ହେବାକୁ ଲାଗିବ ସୁଧାର

କୌଣସି ବ୍ୟକ୍ତିର ଜୀବନରେ ସମସ୍ୟା ଆସିବା ସାମାନ୍ୟ କଥା କିନ୍ତୁ ତା’ର ସମାଧାନ ହେବା ମଧ୍ୟ ଆବଶ୍ୟକ । ସବୁ ସମସ୍ୟା ମଧ୍ୟରୁ ଆର୍ଥିକ ସମସ୍ୟା ବହୁତ କଷ୍ଟ ଦାୟକ ଅଟେ । ସେଥିପାଇଁ ଏହାକୁ ଦୂର କରିବା ବହୁତ ଆବଶ୍ୟକ । ଏଥିପାଇଁ ଆପଣ ସୁନାର ମୁଦ୍ରା ନିଜ ଘରେ ରଖନ୍ତୁ ଓ କୁକୁରକୁ କ୍ଷୀର ପିଆନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଯିବ ।

ଧନ ଲାଭ ପାଇଁ କରନ୍ତୁ ଏହି ଉପାୟ

ସବୁ ବ୍ୟକ୍ତି ଚାହାଁନ୍ତି ତାଙ୍କ ଜୀବନରେ ବହୁତ ସାରା ଧନ ଲାଭ କରିବା ପାଇଁ । ସେଥିପାଇଁ ଏକ ଉପାୟ କରିବାକୁ ହେବ । ସର୍ବ ପ୍ରଥମେ ଏକ ମାଟିର ମାଠିଆ ନେଇ ଆସନ୍ତୁ ଓ ଏଥିରେ ଲାଲ ରଙ୍ଗ ଲଗାଇ ଦିଅନ୍ତୁ ଓ ଏହାର ମୁହଁରେ ଏକ ଲାଲ ଧାଗା ବାନ୍ଧି ସେଥିରେ ଏକ ନଡିଆ ରଖନ୍ତୁ ଓ ତାହାକୁ ଘର ପାଖରେ ଥିବା ନଦୀରେ ପ୍ରବାହିତ କରିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବେ ।