ମାଆର ଗୋଟିଏ ଆଖି ନ ଥିଲା ତ ପୁଅ କରୁଥିଲା ଘୃଣା, ପାଠ ପଢି ଚାକିରି କରି ବିଦେଶରେ ଯାଇ ରହିଗଲା, ମାର ମୁର୍ତ୍ୟୁ ପରେ ଯେବେ ସେ ଫେରିଲା..

ମା ଶବ୍ଦ ଆଗରେ ସବୁ ଶବ୍ଦ ଛୋଟ ହୋଇଯାଏ । ଏହା ବିଲକୁଲ ସତ ଅଟେ କି ମାଙ୍କ ଚରଣରେ ଦୁନିଆ ହୋଇଥାଏ ଏବଂ ମା ପିଲାର ସମ୍ପର୍କ ସବୁଠୁ ଗଭୀର ହୋଇଥାଏ । ପିଲାମାନେ ଯେତେବେଳେ ଛୋଟ ଥାନ୍ତି ତେବେ ବାପା ମା ତାଙ୍କର ରକ୍ଷା ପାଇଁ ନିଜର ଜୀବନ ମଧ୍ୟ ଦେଇ ଦିଅନ୍ତି । କିନ୍ତୁ ଯେତେବେଳେ ସେହି ପିଲା ବଡ ହୋଇଯାନ୍ତି ତେବେ ତାଙ୍କ ପାଇଁ ବାପା ମା ବୋଝ ହୋଇଯାନ୍ତି । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କ ପାଇଁ ଏମିତି ହିଁ ଏକ ଭାବୁକ କରିଦେବା ଭଳି କାହାଣୀ ନେଇ ଆସିଛୁ ।

କୌଣସି ସହରରେ ଜଣେ ମହିଳା ନିଜର ପୁଅ ସହିତ ରହୁଥିଲା । ମହିଳାର ଗୋଟିଏ ଆଖି ଖରାପ ଥିଲା ଯେଉଁ କାରଣରୁ ସେ ଠିକ ଭାବରେ ଦେଖି ପାରୁ ନଥିଲା । ତାହାର ସ୍ଵାମୀର ବି ମୁର୍ତ୍ୟୁ ଏକ ଦୁର୍ଘଟଣାରେ ହୋଇଯାଇଥିଲା । ସ୍ଵାମୀର ମୁର୍ତ୍ୟୁ ପରେ ଯେମିତି ସେମିତି ସେ ଛୋଟ – ମୋଟ କାମ କରି ନିଜ ପୁଅର ଲାଳନ ପାଳନ କରିଥିଲା ।

Image courtesy: Google

ଏହିଭଳି ଦିନେ ସ୍କୁଲ ଯିବା ସମୟରେ ପୁଅ ନିଜର ଲଞ୍ଚ ବକ୍ସ ଘରେ ହିଁ ଭୁଲି ଯାଇଥିଲା । ପୁଅ ସ୍କୁଲରେ ଭୋକିଲା ନ ରହି ଯାଉ ଏହା ଚିନ୍ତା କରି ମା ସ୍କୁଲରେ ଲଞ୍ଚ ବକ୍ସ ଦେବା ପାଇଁ ପହଞ୍ଚିଗଲା । ସ୍କୁଲରେ ଯେତେବେଳେ ବାକି ପିଲାମାନେ ତାର ମାର ଚେହେରା ଦେଖିଲେ ତ ସମସ୍ତେ ପୁଅର ଥଟ୍ଟା କରିବାକୁ ଲାଗିଲେ । ପୁଅକୁ ନିଜ ମା କାରଣରୁ ଅଧିକ ଅପମାନିତ ହେବାକୁ ପଡିଲା । ଘରକୁ ଆସି ପୁଅ ନିଜର ମାକୁ ବହୁତ ଗାଳି କରିଲା ଏବଂ ସେ ଚିନ୍ତା କରିଲା କି ସେ ବଡ ହେବା ପରେ ଏହି ଜାଗାରୁ ଚାଲିଯିବ ।

ପୁଅ ଧୀରେ ଧୀରେ ବଡ ହୋଇ କଲେଜ ଯିବାକୁ ଲାଗିଲା । ଏବଂ ସେଠି ତାକୁ ସ୍କଲରଶିପ ମିଳିଗଲା । ଏହା ପରେ ପୁଅ ନିଜର ମାକୁ ଛାଡି ପଢିବା ପାଇଁ ବିଦେଶ ଚାଲିଗଲା ଏବଂ ସେଠି ଚାକିରି କରିବାକୁ ଲାଗିଲା । ଏବଂ ସେ ସେଠି ବିବାହ ବି କରିନେଲା ଏବଂ ନିଜ ଜୀବନକୁ ଆରମରେ ବିତାଇବାକୁ ଲାଗିଲା । ଯେତେବେଳେ ବି ମାଙ୍କର ଫୋନ ଆସୁଥିଲା ତେବେ ସେ ନିଜ ମା ସହିତ ଠିକ ସେ କଥାବାର୍ତ୍ତା ବି କରୁ ନଥିଲା । କିଛି ଦିନ ପରେ ପୁଅକୁ ମାର ଦେହାନ୍ତର ଖବର ଆସିଲା । ଏହା ପରେ ମାର ଅନ୍ତିମ ସଂସ୍କାର କରିବା ପାଇଁ ଯେତେବେଳେ ସେ ଘରକୁ ପହଞ୍ଚିଲା ତେବେ ତାହାକୁ ଏକ ଚିଠି ମିଳିଲା ।

Image courtesy: Google

ଚିଠିରେ ତାହାର ମା ଲେଖିଥିଲେ କି, “ମୋର ସୁନାପୁଅ, ମୁଁ ତୋ ପାଇଁ ବହୁତ ଅପେକ୍ଷା କରିଲି କିନ୍ତୁ ତୁ ଆସିଲୁ ନାହିଁ । ମୋତେ ଜଣା ଅଛି କି ମୋ କାରଣରୁ ତୋତେ ବହୁତ ଅପମାନିତ ହେବାକୁ ପଡିଥିଲା କିନ୍ତୁ ଆଜି ମୁଁ ତୋତେ ଏକ ଏମିତି କଥା ବିଷୟରେ କହିବାକୁ ଯାଉଛୁ ଯାହା ତୋତେ ଜଣା ନାହିଁ । ଯେତେବେଳେ ତୁ ବହୁତ ଛୋଟ ଥିଲୁ ସେତେବେଳେ ତୋର ପିତା ଆମ ସମସ୍ତଙ୍କୁ ବୁଲାଇବାକୁ ନେଇଥିଲେ । ସେହି ସମୟରେ ଗୋଟିଏ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ତୋ ପିତାଙ୍କର ମୁର୍ତ୍ୟୁ ହୋଇଗଲା ଏବଂ ତୋର ଗୋଟିଏ ଆଖିର ଦେଖିବା ଶକ୍ତି ଚାଲି ଯାଇଥିଲା । ଏହା ପରେ ମୁଁ ମୋ ନିଜର ଗୋଟିଏ ଆଖି ତୋତେ ଦେଇ ଦେଇଥିଲି ।“ ମାର ଏହି ଚିଠି ପଢି ପୁଅ ଜୋରରେ କାନ୍ଦିବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ତାହା ପାଖରେ କାନ୍ଦିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ।

ଯେତେବେଳେ ପିଲାମାନେ ଛୋଟ ହୋଇଥାନ୍ତି ତେବେ ବାପା ମା ନିଜର ସବୁ ଖୁସିକୁ ତ୍ୟାଗ କରି ପିଲାମାଙ୍କର ଖୁସି ପ୍ରତି ଧ୍ୟାନ ରଖନ୍ତି । କିନ୍ତୁ ଏମିତି କାହିଁକି ହୁଏ କି ଯେତେବେଳ ପିଲାମାନେ ବଡ ହୋଇଯାନ୍ତି ତେବେ ତାଙ୍କ ପାଇଁ ବାପା ମା ବୋଝ ହୋଇଯାନ୍ତି । ଯେଉଁଭଳି ଭାବରେ ସେମାନେ ଆମର ଧ୍ୟାନ ରଖନ୍ତି ଆମ ସମସ୍ତଙ୍କୁ ବି ସେମାନଙ୍କର ଧ୍ୟାନ ରଖିବା ଉଚିତ । ମା ବାପା ଏହି ଦୁନିଆର ସବୁଠୁ ବଡ ଉପାହାର ଅଟନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।