ଘରେ ପହଞ୍ଚିବା ପାରେ ମା Aparajita ଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ Babushan, ଆଉ ମା’ଙ୍କୁ ଯାହା ସବୁ କହିଲେ ଶୁଣିଲେ ଆପଣ ବି କାନ୍ଦି ପକେଇବେ

ଆଜି ଚେନ୍ନାଇରୁ ଫେରି ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ନିଜ ଘରକୁ ଯାଇଛନ୍ତି ବାବୁଶାନ । ଘରେ ପହଞ୍ଚିବା ପରେ ସେ ନିଜ ମାଆଙ୍କୁ ଧରି କାନ୍ଦିଛନ୍ତି । ଏମିତି ଭୁଲ୍ ଆଉ କେବେ ହେବନି, ମାଆ ମୁଁ ତୋତେ ଛାଡି ଆଉ କୁଆଡେ ବି ଯିବିନି ଲୋ । ମୁଁ ସବୁବେଳେ ତୋ ପାଖରେ ଆଉ ବାପାଙ୍କ ପାଖରେ ହିଁ ରହିବି । ମୁଁ ଏବେ ପୁରା ବଦଳିଯିବି ଆଉ ତୋ ସୁନା ପୁଅ ହୋଇଯିବି । ଏ ଦୁନିଆ ଏବେଠୁ ନୂଆ ବାବୁଶାନଙ୍କୁ ଦେଖିବ । ଘରେ ପହଞ୍ଚି ମାଆକୁ ଦେଖିବା ପରେ ତାଙ୍କୁ ଧରି କାନ୍ଦି କାନ୍ଦି ଏମିତି କିଛି କହିଛନ୍ତି ଓଲିଉଡର ହିରୋ ନଂ.୧ ବାବୁଶାନ ମହାନ୍ତି ।

ବାପାଙ୍କ ଦେହ ଖରାପ ଥିବାରୁ ସେ ବାପାଙ୍କ ପାଖରେ ବସି ମଧ୍ୟ କାନ୍ଦିଛନ୍ତି । ପୁଅ ତୁ ଫେରିଆ ବୋଲି ବାବୁଶାନଙ୍କ ମା’ ଅପରାଜିତା ନେହୁରା ହୋଇ କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଥିଲେ । ନିଜ ପୁଅକୁ ଏତେ ଭଲ ପାଉଥିବା ମା’ ତାଙ୍କୁ କେମିତି ବା ଛାଡିକି ରହିପାରିବ । ସେଥିପାଇଁ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରି ଆଜି ପୁଅ ତା’ ମାଆ ପାଖକୁ ପୁଣି ଥରେ ଫେରି ଆସିଛି । ବାବୁଶାନ ଘରକୁ ଆସିବା ପରେ ମା’ର ଆଖି ଭିଜି ଯାଇଛି ।

ପୁଅ ବି ମାଆକୁ ଧରି ଭୋ ଭୋ ହୋଇ କାନ୍ଦିଛି । ଗତକାଲି ଚେନ୍ନାଇ ବିମାନ ବନ୍ଦରରୁ ବାବୁଶାନଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାପରେ ସେ ଭୁବନେଶ୍ବର ଆସୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଗତକାଲି ସେ ଭୁବନେଶ୍ବର ଆସି ନଥିଲେ । ହେଲେ ବୁଧବାର ସକାଳୁ ସକାଳୁ ସେ ଭୁବନେଶ୍ବରରେ ପହଞ୍ଚି ବରମୁଣ୍ଡାସ୍ଥିତ ନିଜ ଘରକୁ ଫେରିଛନ୍ତି ।

ବାବୁଶାନ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଅନେକ ଗଣମାଧ୍ୟମ ଭିଡ ଜମାଇଥିଲେ । କିନ୍ତୁ ବାବୁଶାନ ପ୍ରଥେମ କେବଳ ନିଜ ଘରକୁ ନିଜ ବାପାମା’ଙ୍କ ପାଖକୁ ଯିବାକୁ ଚାହାନ୍ତି ବୋଲି କହିଥିଲେ । ସେମାନଙ୍କ ସହ ଆଲୋଚନା ପରେ ବାବୁଶାନ ମିଡିଆ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିପାରନ୍ତି । ସାରା ଓଡିଶାବାସୀ ଗତ ତିନିଦିନ ହେଲାଣି ବାବୁଶାନ ଘରକୁ ଫେରି ଆସନ୍ତୁ ବୋଲି ଅପିଲ୍ କରୁଥିଲେ ।

ତେବେ ଅପେକ୍ଷାର ଅନ୍ତ ଘଟାଇ ବାବୁଶାନ ତ ଫେରି ଆସିଛନ୍ତି । ଦେଖାଯାଉ ସେ ପ୍ରକୃତିଙ୍କ ସହ ସମ୍ପର୍କକୁ ନେଇ ଆଉ କଣ ପ୍ରତିକ୍ରିୟା ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।