Jyotish Shastra- 19 ନଭେମ୍ବର 2021 କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ (Lunar Eclipse), ବଦଳିବାକୁ ଯାଉଛି ଏହି 5 ଟି ରାଶିର ଭାଗ୍ୟ

ନଭେମ୍ବର ମାସ ୧୯ ତାରିଖ ଶୁକ୍ରବାର ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ଦ୍ଵିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ସାଧାରଣତଃ ତିନି ପ୍ରକାରର ହୋଇଥାଏ, ଯଥା:- ଆଂଶିକ, ସଂପୂର୍ଣ୍ଣ ଓ ଉପଛାୟା ଚନ୍ଦ୍ରଗ୍ରହଣ । ଆସନ୍ତା ଚନ୍ଦ୍ରଗ୍ରହଣଟି ଏକ ଉପଛାୟା ଚନ୍ଦ୍ରଗ୍ରହଣ । ତେବେ ଚନ୍ଦ୍ରଗ୍ରହଣ କିଛି ରାଶି ଜାତକଙ୍କ ପାଇଁ ଖୁସି ଆଣିଥାଏ ତ ଆଉ କିଛି ରାଶି ଜାତକଙ୍କ ପାଇଁ ସମସ୍ଯା ଆଣିଥାଏ । ତେବେ ଏହି ଚନ୍ଦ୍ରଗ୍ରହଣ କେଉଁ ରାଶିମାନଙ୍କ ପାଇଁ ଖୁସି ଆଣିବାକୁ ଯାଉଛି ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ପ୍ରଥମରେ ହେଉଛି ମେଷ ରାଶି । ମେଷ ରାଶିର ବ୍ୟକ୍ତିଙ୍କ ଗ୍ରହର ଚଳନ କାରଣରୁ ଗୁରୁଗ୍ରହଙ୍କ କୃପା ଏହି ରାଶିର ବ୍ୟକ୍ତିଙ୍କୁ ପ୍ରାପ୍ତ ହେବ । ଯାହାଫଳରେ ଏମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟ ଏବେ ସହଜରେ ପୂର୍ଣ୍ଣ ହେବ । ଏହି ଚନ୍ଦ୍ରଗ୍ରହଣ ମେଷ ରାଶି ଜାତକଙ୍କ ପାଇଁ ଶୁଭ ଫଳଦାୟକ ରହିବା ସହ ଏମାନଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହେବ ।

ଦ୍ବିତୀୟରେ ହେଉଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏମାନଙ୍କ ଧନରେ ବୃଦ୍ଧି ହେବା ସହ ପରିବାରରେ ସୁଖଶାନ୍ତି ମଧ୍ୟ ଆସିବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିଥିଲେ ବର୍ତ୍ତମାନ ଆପଣଙ୍କ ପାଇଁ ଅତି ଉତ୍ତମ ସମୟ ଆସିଛି ।

ତୃତୀୟରେ ହେଉଛି ସିଂହ ରାଶି । ଏହି ରାଶିର ଲୋକଙ୍କ ଜୀବନରେ ଏବେ ନୂଆ ଅବସର ପ୍ରାପ୍ତ ହେବାକୁ ଯାଉଛି । ଆପଣ କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିପାରନ୍ତି । ମାତା ଲକ୍ଷ୍ମୀ ଓ କୁବେର ମହାରାଜାଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି । ଯାହାଫଳରେ ଆପଣ ପ୍ରଚୁର ଧନ ଲାଭ କରିବେ ।

ଚତୁର୍ଥରେ ହେଉଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ଖୁସିର ବାତାବରଣ ରହିବ । ଏମାନଙ୍କ ଆତ୍ମବିଶ୍ଵାସରେ ଉନ୍ନତି ଦେଖିବାକୁ ମିଳିବ । ଏହି ଚନ୍ଦ୍ରଗ୍ରହଣ ଏମାନଙ୍କ ପାଇଁ ଶୁଭ ସମୟ ଆଣିକରି ଆସୁଅଛି । ଏମାନଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ । ଜୀବନରେ ଧନଲାଭ ହେବା ସହ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ ।

ପଞ୍ଚମରେ ହେଉଛି କର୍କଟ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ ଓ ଫସି ରହିଥିବା ଧନ ଫେରି ଆସିବ । ଏମାନେ ଧନ ଉପାର୍ଜନର ନୂଆ ନୂଆ ଦିଗ ଲାଭ କରିବେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ ଆସିବାକୁ ଯାଉଛି । ଏମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ଆର୍ଥିକ ଉନ୍ନତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।