୫ ଟି ପ୍ରସିଦ୍ଧ କମ୍ପାନୀ ଲୋଗୋ ପଛରେ ଲୁଚି ଅଛି ଏହି ସବୁ ଗୁପ୍ତ ରାଜ୍

ଆପଣଙ୍କ ଆଖପାଖରେ ବହୁତ ସାଇନ, ସିମ୍ବଲ୍ସ ଓ ଲୋଗୋ ଥାଏ । ସେମାନଙ୍କର ସେହି ଲୋଗୋ ହିଁ ସେହି କମ୍ପାନୀ ବିଷୟରେ କିଛି କହିଥାଏ । କିନ୍ତୁ ଏହି ଲୋଗୋ ପଛରେ ଥିବା ଅସଲ କାରଣ ସମସ୍ତେ ଜାଣି ନ ଥାନ୍ତି । ଆଜି ଆମେ ଆପଣଙ୍କୁ ବିଭିନ୍ନ ଫେମସ ବ୍ରାଣ୍ଡ ଗୁଡିକର ଲୋଗୋ ପଛରେ ଥିବା ଅସଲ କାରଣ କିମ୍ବା ଲୁଚିଠିବା ମ୍ୟାସେଜ ବିଷୟରେ କହିବାକୁ ଯାଉଛୁ ।

Amazon

ଦୁନିଆର ସବୁଠୁ ବଡ ଅନଲାଇନ ରିଟେଲର ଲୋଗୋର ରହସ୍ୟ କଣ ଅଟେ । ଯଦି ଆପଣ ଏହାକୁ ଧ୍ୟାନର ସହ ଦେଖିବେ ତେବେ ଆପଣଙ୍କୁ ଏଥିରେ ଦୁଇଟି ରହସ୍ୟ ଜଣା ପଡିବ । ପ୍ରଥମେ Amazon ତଳେ ଥିବା ହଳଦିଆ ରଙ୍ଗର ଏରୋ ଚିହ୍ନ ସ୍ମାଇଲକୁ ଦର୍ଶାଇ ଥାଏ । ଯାହାର ଅର୍ଥ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା । ଦ୍ଵିତୀୟ ଏହା ଅଟେ କି ସେହି ଏରୋ ଚିହ୍ନ a ଠାରୁ Z ପର୍ଯ୍ୟନ୍ତ ଅଛି । ମାନେ କମ୍ପାନୀ A ଠାରୁ Z ପର୍ଯ୍ୟନ୍ତ ସବୁକିଛି ବିକ୍ରି କରିଥାଏ ।

Adidas

Adidas ର ୩ ଟି ଷ୍ଟ୍ରାଇପ୍ସ ଏକ ପାହାଡର ଆକୃତି ଭଳି ନଜର ଆସିଥାଏ । ଏହି ପାହାଡ ଦର୍ଶାଇ ଥାଏ ଖେଳାଳିମାନଙ୍କୁ ଓ ଷ୍ଟ୍ରଗଲରମାନଙ୍କୁ ।

HYUNDAI

HYUNDAI ଲୋଗୋ H ଦେଖିବାକୁ ତ ବହୁତ ସାଧାରଣ ଲାଗିଥାଏ କିନ୍ତୁ ସେହି Hର ଡିଜାଇନରେ ଏକ ଅର୍ଥ ଲୁଚି ଅଛି । ଏହାର ଅର୍ଥ ଗୋଟିଏ ଗ୍ରାହକ ଓ HYUNDAI କମ୍ପାନୀର ବ୍ୟକ୍ତି ହାତ ମିଶାଇଛନ୍ତି । ଏହି ହାତ ମିଶାଇବା ବିଶ୍ଵାସ ଓ ସନ୍ତୁଷ୍ଟିକୁ ଦର୍ଶାଇଥାଏ ।

APPLE

ମୋବାଇଲ ଓ ଇଲୋକ୍ଟ୍ରୋନିକ ଜିନିଷ ଗୁଡିକର ସବୁଠୁ ବଡ ବ୍ରାଣ୍ଡ ଅଟେ APPLE । ଯେତେବେଳେ ଏହି କମ୍ପାନୀର ଲୋଗୋ ଦିଜାଇନରକୁ ପ୍ରଶ୍ନ କରାଗଲା କି ଏହିଭଳି ଲୋଗୋର ଆଇଡିଆ କେମିତି ମିଳିଲା । ତେବେ ସେ କହିଲେ କି ଦିନେ ସେ ଆପଲ ଗୁଡିକୁ ଦେଖି ତାହାର ଡ୍ରଇଂ କରିବାକୁ ଲାଗିଲେ ।

କିନ୍ତୁ ଯେତେବେଳେ କିଛି ଖାସ ଲୋଗୋ ମିଳିଲା ନାହିଁ ତେବେ ସେ କ୍ଳାନ୍ତ ହୋଇ ଏକ ଆପଲକୁ ଖାଇଲେ । ଏହା ପରେ ତାକୁ ଡ୍ର କରିଲେ । ଏହିଭଳି ଭାବରେ ତାଙ୍କୁ ଆପଲ ଲୋଗୋର ଆଇଡିଆ ମିଳିଲା ।

BMW

କହିବାକୁ ଗଲେ BMW ଜର୍ମାନୀର Bavaria ଅଞ୍ଚଳରୁ ଉତ୍ପତ୍ତି ହୋଇଛି ଓ ଏହାର ଯେଉଁ ମଝି ଅଂସ ଅଛି ତାହା Bavaria ଫ୍ଲାଗର ଏକ ଅଂସ ଅଟେ । ଏହା ସହିତ BMWର ଫୁଲ୍ ଫର୍ମ ହେଉଛି Bavaria Motor Works ଅଟେ ।