Liver ଖରାପ ହେଲେ ଶରୀର ଦେଇଥାଏ ଏହି ସବୁ ସଙ୍କେତ, ଯଦି ଆପଣଙ୍କୁ ଦେଖା ଦେଉଛି ଏମିତି କିଛି ଲକ୍ଷଣ ତ ହୋଇଯାନ୍ତୁ ସାବଧାନ !

ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।ଏହା ଏପରି ଏକ ଅଙ୍ଗ ଯାହା ନିଜର କ୍ଷତକୁ ନିଜେ ପୂରଣ କରିପାରେ ବା ଭଲ କରିପାରେ । କିନ୍ତୁ ଯଦି କୌଣସି କାରଣରୁ ଯଥା ଭୁଲ୍ ଖାଦ୍ଯପେୟ ଓ ଜୀବନଶୈଳୀ ଯୋଗୁଁ ଏହି ସମସ୍ଯା ଅତ୍ୟଧିକ ବଢିଯାଏ ତେବେ ଏହାର କିଛି ଲକ୍ଷଣ ଆମ ଶରୀରରେ ଦେଖିବାକୁ ମିଳିଥାଏ । ଯାହା ଆମେ ଜାଣି ରଖିବା ନିହାତି ଆବଶ୍ୟକ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଲିଭର ଖରାପ ହେବାର କିଛି ସଙ୍କେତ ବା ଲକ୍ଷଣ ବିଷୟରେ ଜଣାଇବୁ ।

ଯଦି ଆପଣଙ୍କ ଲିଭର ଠିକ ନଥାଏ ତେବେ ଆପଣଙ୍କ ଆଖିର ଧଳା ଅଂଶ ହଳଦିଆ ଦେଖା ଯାଇଥାଏ । ଏହାର କାରଣ ହେଉଛି ଆପଣଙ୍କ ରକ୍ତରେ ବିଲରୁବିନ ନାମକ ଏକ ହଳଦିଆ ତତ୍ତ୍ଵ ବଢି ଯାଏ । ଏହାକୁ ଜଣ୍ଡିସ ମଧ୍ୟ କୁହାଯାଏ । ହେପାଟାଇଟିସ, ଅତ୍ୟଧିକ ନି-ଶା-ଦ୍ର-ବ୍ୟ ସେବନ ଆଦି ଜଣ୍ଡିସର କାରଣ ହୋଇପାରେ । ଯଦି ଆପଣଙ୍କ ମୂତ୍ରର ରଙ୍ଗ ବି ହଳଦିଆ ଆସୁଛି ତେବେ ମଧ୍ୟ ଆପଣଙ୍କୁ ସଚେତନ ରହିବାର ଆବଶ୍ୟକତା ରହିଛି ।

ହଳଦିଆ ରଙ୍ଗର ମୂତ୍ର ଏବଂ ଫିକା ମଳ ମଧ୍ୟ ଆପଣଙ୍କ ଲିଭର ଖରାପ ହେବାର ସଙ୍କେତ ହୋଇପାରେ । ଏହାସହ ଲିଭର ଖରାପ ହେଲେ ଶରୀର କୁଣ୍ଡାଇ ହେବା ମଧ୍ୟ ଆରମ୍ଭ ହୋଇଥାଏ । ଏହି କୁଣ୍ଡାଣ ଆପଣଙ୍କ ହାତ ଓ ପାଦରୁ ଆରମ୍ଭ ହୋଇ ଧୀରେ ଧୀରେ ସଂପୂର୍ଣ୍ଣ ଶରୀରରେ ବ୍ୟାପିଯାଏ । ବିଶେଷ କରି ରାତି ସମୟରେ ଏହି କୁଣ୍ଡାଇ ହେବା ସମସ୍ଯା ଅତ୍ୟଧିକ ବଢିଯାଏ ।

ବିନା କୌଣସି କାରଣରେ ଯଦି ଆପଣଙ୍କ ଶରୀରରେ କୁଣ୍ଡାଇ ହେବା ଭଳି ସମସ୍ଯା ଦେଖା ଦେଉଛି ତେବେ ଏହା ମଧ୍ୟ ଆପଣଙ୍କ ଲିଭର ଖରାପ ହେବାର ସଙ୍କେତ ହୋଇ ପାରେ । ଲିଭର ଠିକ ଭାବେ କାର୍ଯ୍ୟ କରି ନପାରିଲେ ଆପଣଙ୍କ ପେଟ ଓ ପାଦରେ ପାଣି ମଧ୍ୟ ଜମା ହେବାକୁ ଲାଗିଥାଏ । ଏହା ଯୋଗୁଁ ପେଟ ଓ ପାଦ ଫୁଲି ଯାଇଥାଏ । ଯଦି ଅଚାନକ ଆପଣଙ୍କ ପେଟ ଫୁଲିଯାଉଛି ତେବେ ଆପଣ ସତର୍କ ରହିବାର ଆବଶ୍ୟକତା ରହିଛି ।

ଏହା ସହ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଲିଭର ଖରାପ ହେଲେ ଏକା ଏକ ବିଶେଷ ପ୍ରକାରର ପ୍ରୋଟିନ ତିଆରି କରିବା ବନ୍ଦ କରି ଦେଇଥାଏ । ଯାହା ଆମ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରରେ କୌଣସି ଆ-ଘା-ତ ଲାଗିଲେ ରକ୍ତ ବୋହିବା ଶୀଘ୍ର ବନ୍ଦ ହେଉନାହିଁ, ତେବେ ଏହା ମଧ୍ୟ ଲିଭର ଖରାପ ହେବାର ଲକ୍ଷଣ ହୋଇପାରେ ।

ତେବେ ଏହି ସବୁ ଲକ୍ଷଣ ଦେଖାଯିବା ମାନେ ନୁହେଁ କି ଆପଣଙ୍କ ଲିଭର ଖରାପ ହୋଇଯାଇଛି । ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ସବୁଠୁ ଉତ୍ତମ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।