ଲାଇଭ ମ୍ଯାଚରେ ପ୍ରେମିକଙ୍କୁ ପ୍ରପୋଜ କଲେ ଏହି ଝିଅ, ଦେଖନ୍ତୁ କିଏ ଏହି ଝିଅ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video

ଲାଇଭ ମ୍ଯାଚର ଯୁବତୀଙ୍କ ପ୍ରେମ ପ୍ରସ୍ତାବ ପରେ ଏବେ ଭିଡିଓ ଖୁବ ଭାଇରାଲ ହେଉଛି । ଆଇପିଏଲ ମ୍ଯାଚରେ ଅନେକ ଆଶ୍ଚର୍ଯ୍ୟଜନକ ଓ ରୋଚକ ଦୃଶ୍ୟମାନ ଦେଖିବାକୁ ମିଳେ । ଖେଳାଳିଙ୍କ ସହ ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକ କିଛି ନା କିଛି ମଜାଦାର ହରକତ କରିଥାନ୍ତି । ଯେଉଁଥି ପାଇଁ ସେମାନେ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି । ବର୍ତ୍ତମାନ ଏଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାପରେ ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେବାରେ ଲାଗିଛି ।

ବୁଧବାର ଦିନ ଚେନ୍ନାଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ଯାଚ ଖେଳା ଯାଇଥିଲା । ଏହି ମ୍ଯାଚ ଚାଲିଥିବା ବେଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଲାଇଭ ମ୍ଯାଚରେ ପ୍ରପୋଜ କରୁଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁସାରେ ଲାଇଭ ମ୍ଯାଚ ଚାଲିଥିବା ବେଳେ ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀ ଆଣ୍ଠୁ ମାଡି ବସି ନିଜ ପ୍ରେମିକଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ଏହାସହ ପ୍ରେମିକଙ୍କ ହାତରେ ଏକ ମୁଦି ପିନ୍ଧାଇ ଦେଇଥିଲେ । ପ୍ରେମିକ ଜଣକ ମଧ୍ୟ ତାଙ୍କ ପ୍ରପୋଜାଲକୁ ଗ୍ରହଣ କରିଥିଲେ ଆଉ ଖୁସିରେ ତାଙ୍କୁ କୋଳାଗ୍ରତ କରି ପକାଇଥିଲେ । ଦୁଇ ପ୍ରେମୀଯୁଗଳ ଆରସିବିର ଫ୍ୟାନ୍ସ ଅଟନ୍ତି । ଦୁଇ ଜଣ ଯାକ ଆରସିବି ର ଟିମ୍ ଜର୍ସି ଭଳି ଟି-ସାର୍ଟ ପିନ୍ଧି ଖେଳ ଆସିବାକୁ ଆସିଥିଲେ ।

ଏହି ଭିଡିଓକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଲୋକମାନେ ଏହି ଭିଡିଓକୁ ଶେୟାର କରିବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଲାଇଭ ମ୍ଯାଚରେ ଏଭଳି ପ୍ରପୋଜ କରିବା ଏହ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଲାଇଭ ମ୍ଯାଚରେ ଜଣେ ଭାରତୀୟ ଦର୍ଶକ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ବ୍ଯତୀତ ଖୋଦ ଖେଳାଳି ମଧ୍ୟ ଲାଇଭ ମ୍ଯାଚରେ ପ୍ରପୋଜ କରିବାର ନଜିର ରହିଛି ।

ଚେନ୍ନାଇ ସୁପରକିଙ୍ଗସ୍ ର ଖେଳାଳି ଦୀପକ ଚହର ଗତ ବର୍ଷ ମ୍ଯାଚ ଶେଷ ହେବା ପରେ ପରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ । ଆଉ ଆଇପିଏଲ ମ୍ଯାଚ ଶେଷ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।