ଗୋଟିଏ କିସ୍ତି ଭରନ୍ତୁ ଓ ପ୍ରତିମାସ ପାଆନ୍ତୁ 19 ହଜାର ଟଙ୍କା, ଜାଣନ୍ତୁ କେମିତି

LIC ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯାହାକି ଏକ ଜୀବନବୀମା କମ୍ପାନୀ ଅଟେ । ଆପଣଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ଏଲଆଇସିର କୌଣସି ନା କୌଣସି ପଲିସି ବି ନିଶ୍ଚିତ କିଣିଥିବେ । କହିବାକୁ ଗେଲ ଏହି ସବୁ ମଧ୍ୟରେ ଏଲଆଇସି ପୁଣି ଥରେ ନିଜର ଗ୍ରାହକମାନଙ୍କ ପାଇଁ ଏକ ଭଲ ପ୍ଳାନ ନେଇ ଆସିଛି । ଯେଉଁଥିରେ ଆପଣଙ୍କୁ କେବଳ ଥରେ ମାତ୍ର ଟଙ୍କା ଦେବାକୁ ପଡିବ ଓ ଜୀବନ ସାରା ଆପଣ ଲାଭରେ ରହିବେ ।

ଆପଣ ମାତ୍ର ଗୋଟିଏ କିସ୍ତି ଦେବେ ଓ ଏଲଆଇସି ଆପଣଙ୍କୁ ମାସକୁ ୧୯ ହଜାର ଟଙ୍କା ଦେବ । କହିବାକୁ ଗଲେ ଗ୍ରାହକମାନଙ୍କ ସୁରକ୍ଷା ନିମନ୍ତେ ଏଲଆଇସି ସବୁବେଳେ ନୂଆ ନୂଆ ପ୍ଳାନ ନିଜର ଗ୍ରାହକମାନଙ୍କୁ ଦେଇଥାଏ ।

ଏହି ସବୁ ମଧ୍ୟରେ ଏଲଆଇସି ପୁଣି ଥରେ ଏକ ନୂଆ ଯୋଜନା ନେଇ ଆସିଛି । ଯେଉଁଥିରେ ଆପଣ ଥରେ ମାତ୍ର ଟଙ୍କା ଦେବେ ଓ ଜୀବନ ସାରା ଘରେ ବସି ଆପଣ ଟଙ୍କା ପାଇବେ । ଯଦି ଆପଣ ବୁଦ୍ଧା ଅବସ୍ଥା ସମୟରେ ପେନସନ ପାଇଁ ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏଲଆଇସିର ଏହି ନୂଆ ପ୍ଳାନର ଲାଭ ଉଠାଇ ପାରିବେ । ଆପଣ ଏହି ଯୋଜନାକୁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ କିଣି ପାରିବେ ।

ବର୍ତ୍ତମାନ ଆପଣଙ୍କୁ ଏଲଆଇସିର ଏହି ପ୍ଳାନ ବିଷୟରେ ବିସ୍ତାର ରୂପରେ କହିଦେଉଛୁ । ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ଅକ୍ଷୟ ୭ ଓ ପ୍ଳାନ ନମ୍ବର ୮୫୭ । ଏଲଆଇସିର ଏହି ନୂଆ ପ୍ଳାନ ଏହି ବର୍ଷର ୨୫ ଅଗଷ୍ଟରୁ ଆରମ୍ଭ ହୋଇ ଯାଇଛି । ଏହି ପ୍ଲାନ ୩୦ରୁ ୮୫ ବର୍ଷର ଲୋକମାନେ ଏହି ପ୍ଳାନର ଲାଭ ଉଠାଇ ପାରିବେ । ଏଲଆଇସିର ଏହି ପଲିସିରେ ଆପଣ ସର୍ବନିମ୍ନ ୧ ଲକ୍ଷ ଟଙ୍କା ନିବେଶ କରି ପାରିବେ ଓ ନିବେଶର କୌଣସି ସୀମା ବି ନାହିଁ ।

ଯଦି ଆପଣ ୪ ଲକ୍ଷ ୭୨ ହଜାର ଟଙ୍କା ନିବେଶ କରିଛନ୍ତି ତେବେ ଆପଣଙ୍କୁ ଏହି ପ୍ଳାନ ଅନ୍ତର୍ଗତ ପ୍ରତି ମାସରେ ୧୯ ହଜାର ଟଙ୍କା ମିଳିବ । ଏହା ସହିତ ଏହି ପ୍ଳାନକୁ ଆପଣ ମାସିକିଆ, ତିନି ମାସିଆ, ଛଅ ମାସିଆ, ବାର୍ଷିକ ହିସାବରେ କିଣି ପାରିବେ । ଏଥିରେ ବର୍ଷକୁ ଗ୍ରାହକକୁ ସର୍ବନିମ୍ନ ଗ୍ରାହାକକୁ ପେନସନ ରୂପରେ ୧୨ ହଜାର ଟଙ୍କା ମିଳିବ ।

ଏହି ପଲିସିକୁ ଗୋଟିଏ ହିଁ ପରିବାରର ଦୁଇ ଜଣ ସଦସ୍ୟ ସ୍ଵାମୀ ସ୍ତ୍ରୀ କିମ୍ବା ଭାଇ ଭଉଣୀ ମଧ୍ୟରେ ଜୟେନ୍ଟ ଲାଇଫ ରୂପରେ କିଣି ପାରିବେ । ଏହିଭଳି ଭାବରେ ଆପଣ ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ରୋଜଗାର କରି ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।