ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଅଟକି ରହିଥିବା ସବୁ କାମକୁ କରିଥାଏ ପୁରା, ଜାଣନ୍ତୁ କେଉଁ ଦିଗରେ ରଖିଲେ ମିଳିଥାଏ ଲାଭ

ଆପଣ ପ୍ରାୟତଃ ଯେତେବେଳେ ଲୋକଙ୍କ ଘରକୁ ଓ ଅଫିସ ଯାଉଥିବେ ତେବେ ସଜା ହୋଇଥିବା ଜିନିଷ ମଧ୍ୟରେ ଲାଫିଙ୍ଗ ବୁଦ୍ଧଙ୍କର ମୂର୍ତ୍ତି ଦେଖିଥିବେ । ଲାଫିଙ୍ଗ ବୁଦ୍ଧର ଡିମାଣ୍ଡ ମାର୍କେଟରେ କେବେ ଶେଷ ହୁଏ ନାହିଁ ଓ ଉପହାର ରୂପରେ ବି ଏହାର ବ୍ୟବହାର କରାଯାଇଥାଏ । ଏମିତି ଲୋକ ମାନନ୍ତି କି ଲାଫିଙ୍ଗ ବୁଦ୍ଧ ଯଦି ଆପଣ କାହାକୁ ଉପହାର ରୂପରେ ଦିଅନ୍ତି ତେବେ ତା ଘରେ ଖୁସି ଆସିଥାଏ ଓ ଆପଣଙ୍କ ପରିବାର ବି ଖୁସିରେ ରହିଥାଏ ତା ସହିତ ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ।

ଏମିତିରେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ କି ଲାଫିଙ୍ଗ ବୁଦ୍ଧ କିଏ ଓ ତାଙ୍କର ସବୁ ମୂର୍ତ୍ତି ହସୁଥିବାର କାହିଁକି ହୋଇଥାଏ । ତା ସହିତ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ସଜାଇବାରେ କଣ ଲାଭ ମିଳିଥାଏ ।

ପ୍ରକୃତରେ ଲାଫିଙ୍ଗ ବୁଦ୍ଧ କିଏ

ମହାତ୍ମା ବୁଦ୍ଧଙ୍କର ବହୁତ ଶିଷ୍ୟ ଥିଲେ ତାଙ୍କ ମଧ୍ୟରୁ ଜଣେ ଥିଲେ ଜାପାନର ହୋତୋଇ । ଯେବେ ହୋତୋଇ ବୌଦ୍ଧ ହେଲେ ତେବେ ତାଙ୍କୁ ଆତ୍ମଜ୍ଞାନ ପ୍ରାପ୍ତ ହେଲା । ତାଙ୍କ ଜୀବନର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଓ ତାଙ୍କ ଜୀବନକୁ ସୁଖୀ କରିବା । ହୋତୋଇ ସବୁ ଜାଗାକୁ ଯାଇ ଲୋକଙ୍କୁ ହସାନ୍ତି । ଏହା ପରେ ହିଁ ତାଙ୍କର ନାମ ରଖାଗଲା ଲାଫିଙ୍ଗ ବୁଦ୍ଧ ମାନେ ଯେଉଁ ବୁଦ୍ଧ ସମସ୍ତଙ୍କୁ ହସାଉଥାନ୍ତି । ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଓ ଏଥିରୁ ମନ ବି ପ୍ରସନ୍ନ ରହିଥାଏ ଓ ସକାରାତ୍ମକ ଶକ୍ତି ମିଳିଥାଏ । ଏହା ପରେ ତାଙ୍କୁ ମାନୁଥିବା ଲୋକଙ୍କର ସଂଖ୍ୟା ବି ବଢିଗଲା ।

ଲାଫିଙ୍ଗ ବୁଦ୍ଧଙ୍କର ଉପାୟ

ମୂର୍ତ୍ତି କୁ କେବେ ବି ମେନ ଗେଟ ବା ମୁଖ୍ୟ ଦ୍ଵାରରେ ରଖିବା କଥା ନୁହେଁ । ଯେଉଁଠାରେ ଆପଣଙ୍କର ପ୍ରତିଦିନ ଯିବା ଆସିବା ହୁଏ ସେଠାରେ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଯଦି ଘରେ ଆମଦାନୀ ବଢାଇବାକୁ ଓ ସୁଖ ଶାନ୍ତିରେ ବୃଦ୍ଧି ଚାହୁଞ୍ଚନ୍ତି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଘରର ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ।

ଲାଫିଙ୍ଗ ବୁଦ୍ଧଙ୍କର ସେହି ମୂର୍ତ୍ତି ଘରେ ଓ ଅଫିସରେ ରଖନ୍ତୁ ଯେଉଁଥିରେ ସେ ଦୁଇ ହାତ ଟେକି ହସୁଥିବେ ଓ ତା ସହିତ ପୂର୍ବ ଦିଗରେ ହିଁ ରଖନ୍ତୁ ।

ଯଦି ଆପଣଙ୍କୁ ଏମିତି ଲାଗୁଥାଏ କି ଆପଣଙ୍କ ଖୁସିକୁ କାହାର ନଜର ଲାଗିଛି ବା ଆପଣଙ୍କ ପରିବାର ଲୋକଙ୍କର କାମ ହେଉ ହେଉ ରହି ଯାଉଛି ତେବେ ବୁଦ୍ଧଙ୍କର ମୂର୍ତ୍ତି ଘରକୁ ଆଣନ୍ତୁ ଯେଉଁଥିରେ ସେ ଡ୍ରାଗନ ଉପରେ ବସିଥିବେ ।

ଘର ଅଫିସ ବା ବିଜନେସରେ ଉନ୍ନତି ପାଇଁ କାମ ଜାଗାରେ ବୁଦ୍ଧଙ୍କର ସେହି ମୂର୍ତ୍ତି ଆଣନ୍ତୁ ଯେଉଁଥିରେ ସେ ଧନର ପୁଟୁଳି ଧରି ହସୁଥିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।