(କୁମ୍ଭ ରାଶି )ଆଗରୁ ଜାଣିନଥିବା କିଛି ଗୁପ୍ତ ରହସ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ରାଶିର ଭିନ୍ନ ଭିନ୍ନ ପ୍ରକାରର ସ୍ଵଭାବ ଓ ଗୁଣ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର କିଛି ରହସ୍ୟ ପୂର୍ଣ କଥା ଅର୍ଥାତ କିଛି ଗୁପ୍ତ କଥା ବିଷୟରେ କହିବୁ । ଯାହା ବିଷୟରେ ନା ହିଁ ଆପଣ ଆଗରୁ କେବେ ବି ଶୁଣିଥିବେ ଓ ନା ହିଁ ଦେଖିଥିବେ । କୁମ୍ଭ ରାଶିକୁ ତିନୋଟି ଭାଗରେ ବିଭକ୍ତ କରା ଯାଇଛି । ସେ ଗୁଡିକ ହେଲା ୨୩ / ୧୧ ଘନିଷ୍ଠ ନକ୍ଷତ୍ର । ୨୪ / ୧୧ ସତାବିଶା ନକ୍ଷତ୍ର । ୨୫ / ୧୧ ପୂର୍ବ ଭଦ୍ରା ନକ୍ଷତ୍ର ।

ଏମାନେ ଦାନବ ଗଣ ହୋଇଥାନ୍ତି । ଏମାନେ ଭଗବାନଙ୍କ ଉପରେ ଆସ୍ଥା ବି ରଖନ୍ତି । ଏମାନଙ୍କ ପାଇଁ ସବୁଠୁ ଶୁଭ ଦିନ ହେଉଛି ମଙ୍ଗଳବାର, ସୋମବାର, ଶୁକ୍ରବାର ଓ ଶନିବାର । ୨, ୩, ୬, ୯ ଏମାନଙ୍କ ପାଇଁ ଶୁଭ ସଂଖ୍ୟା ହୋଇଥାଏ । ଏହି ରାଶିର ବ୍ଯକ୍ତିମାନେ ଉତ୍ତମ ଫଳ ଦିଅନ୍ତି । ଏମାନଙ୍କ ପାଇଁ ଶୁଭ ରଙ୍ଗ ଗୁଡିକ ହେଲା କଳା, ବାଇଗଣି, ନୀଳ ଓ ସବୁଜ ରଙ୍ଗ ଅଟେ । ପଶ୍ଚିମ ଦିଗ ଏମାନଙ୍କ ପାଇଁ ସବୁଠୁ ଶୁଭ ହୋଇଥାଏ ।

ଗୁରୁବାର ଦିନ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ । ଶନି ଗ୍ରହ ଶାନ୍ତି ପାଇଁ ଲୁହା ଓ ସୀସା ଶନିବାର ଦିନ ପୂଜା କରି ପିନ୍ଧିବା ଦାରା ଶନି ଗ୍ରହ ଶାନ୍ତି ହୋଇଥାଏ । ଏହା ସହିତ ଆପଣ ଯଦି ହନୁମାନଙ୍କ ପୂଜା ଅର୍ଚନା କରିବେ ତେବେ ଏହା ଦ୍ଵାରା ବି ଆପଣଙ୍କ ଗ୍ରହ ଶାନ୍ତ ହେବ । କୁମ୍ଭ ରାଶିର ସ୍ଵାମୀ ଶନି ଗ୍ରହ ଅଟନ୍ତି ।

କୁମ୍ଭ ରାଶି ଗୁଣ ଓ ସ୍ଵଭାବ

ଏମାନେ ଶାନ୍ତ ଗମ୍ଭୀର, ସହାନୁଭୁତି, ବୁଦ୍ଧିମାନ, କଳା କ୍ଷେତ୍ରରେ ରୁଚି ରଖିଥାନ୍ତି । ଏମାନେ ବହୁତ ପରିଶ୍ରମ ଅଟନ୍ତି । ଏମାନେ ଅଳ୍ପ ଜିଦି ସ୍ଵଭାବର ହୋଇଥାନ୍ତି । ରାଜନୀତି ପ୍ରତି ବି ରୁଚି ରଖନ୍ତି । ଏମାନଙ୍କୁ ନିଜ ଜୀବନରେ କିଛି ରୋଗ ସମସ୍ୟାର ବି ସମ୍ମୁଖିନ କରିବାକୁ ପଡିଥାଏ । ରକ୍ତଚାପ, ପେଟ ରୋଗ ଓ ଚରମ ରୋଗ ଇତ୍ୟାଦି ରୋଗର ସମ୍ମୁଖୀନ ବି କରି ପାରନ୍ତି । ଏମାନେ ପ୍ରାୟତଃ ଦୁର୍ଘଟଣାର ଶିକାର ବି ହୁଅନ୍ତି ।

ଏହି ରାଶିର ଲୋକମାନେ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ବୈଜ୍ଞାନିକ, ଯନ୍ତ୍ରପାତି ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ସଫଳ ହୋଇଥାନ୍ତି । ଏହି ସବୁ କ୍ଷେତ୍ରରେ ଏମାନେ ବହୁତ ଧନ ଅର୍ଜନ ବି କରିଥାନ୍ତି । ଏମାନଙ୍କୁ ସବୁବେଳେ ବନ୍ଧୁମାନଙ୍କ ସହଯୋଗ ମିଳିଥାଏ । ଏହି ରାଶିର ପିଲାମାନେ ନିଜ ଜୀବନରେ କିଛି ବଡ ହାସଲ କରିବାର ଇଚ୍ଛା ରଖିଥାନ୍ତି । ଏମାନେ ପାଠ ପଢାରେ ବି ଭଲ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।