ଚାଣକ୍ୟ- କୁକୁଡ଼ା ଠାରୁ ଶିଖନ୍ତୁ ଏହି 4ଟି କଥା, ପାଦ ଛୁଇଁବ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ଜଣେ ଅର୍ଥଶାସ୍ତ୍ରୀ, ଜ୍ଞାନୀ,ପଣ୍ଡିତ ଥିଲେ । ସେ ଅନେକ ପୁସ୍ତକ ରଚନା କରିଛନ୍ତି ଯେଉଁ ଥିରେ ମାନବ କଲ୍ୟାଣ ପାଇଁ ଅନେକ ଉପଦେଶ ରହିଛି ଯାହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ଙ୍କ ଜୀବନରେ କେବେ ମଧ୍ୟ ଅସଫଳତା ଅସୁବିଧା ଆଦି ଆସିବ ନାହିଁ । ଅନେକ ଲୋକ ଆମର ଏହି ଶାସ୍ତ୍ର ବିଷୟରେ ଜାଣିନାହାନ୍ତି କିମ୍ବା ଏହା କୁ ମାନନ୍ତି ନାହିଁ ।

ତେଣୁ ସାରା ଜୀବନ ସେମାନେ ଅସଫଳତା ନିନ୍ଦା ଅପନିନ୍ଦା ରେ ବ୍ୟତୀତ କରିଥାନ୍ତି । ତେବେ ଆସନ୍ତୁ ସେହି ସବୁ ବିଷୟରେ ଜାଣିବା ଯାହା କି ପ୍ରତ୍ୟକ ମଣିଷ କୁ ଜାଣିବା ଉଚିତ । ଚାଣକ୍ୟ ଙ୍କ ଏହି ନିୟମ କୁ ମାନିଲେ ଆପଣ ଭବିଷ୍ୟତରେ କେବେ ମଧ୍ୟ କୌଣସି ଅସୁବିଧାରେ ପଡ଼ିବେ ନାହିଁ । କୁକୁଡ଼ା ଠାରୁ ଶିଖନ୍ତୁ ଏହି ଗୁଣ ସବୁ ଯାହା କି ଆପଣଙ୍କ ବହୁତ କାମରେ ଆସିପାରିବ ।

କୁକୁଡ଼ା ଠାରୁ ମନୁଷ୍ୟ କଣ ଶିଖିବା ଉଚିତ?

କୁକୁଡ଼ା ସବୁବେଳେ ସକାଳୁ ହିଁ ଉଠିଥାଏ । କୁକୁଡ଼ା ଏଭଳି ଏକ ପ୍ରାଣୀ ଯିଏ କି ସୂର୍ଯ୍ୟଙ୍କ ସୁକ୍ଷ୍ମ କିରଣକୁ ପ୍ରଥମେ ହିଁ ଜାଣି ପାରେ ଏବଂ ବ୍ରହ୍ମ ମୁହୂର୍ତ୍ତରେ ହିଁ ବୋବାଇ ସଭିଙ୍କୁ ଉଠାଇ ଥାଏ । ନିଜ ପରିବାର ର ସଭି ଙ୍କୁ ସେ ଉଠାଇ ଥାଏ ଏବଂ କହେ କି କର୍ମ କରିବାର ସମୟ ଆସିଯାଇଛି । ଜଣେ ଗଞ୍ଜା କୁକୁଡ଼ା ସର୍ବଦା ନିଜ ପରିବାର କୁ ସୁରକ୍ଷା ଦେଇଥାଏ । କୁକୁଡ଼ା କେବେ ମଧ୍ୟ ଏକୁଟିଆ ଖାଦ୍ୟ ଗ୍ରହଣ କରିନଥାଏ ।

ନିଜ କୁଟୁମ୍ବ ନିଜ ପରିବାର ସହ ଭୋଜନ କରେ କିନ୍ତୁ ନିଜ ଭାଗ କେବେ ମଧ୍ୟ ଛାଡେ ନାହିଁ । ଗୋଟିଏ କୁକୁଡ଼ା ନିଜ ଭାଗ କେବେ ମଧ୍ୟ ଛାଡେ ନାହିଁ । ନିଜ ଭାଗ ପାଇଁ ସେ ଲଢ଼ିଥାଏ । ନିଜ ସାଥି ମାନଙ୍କ ସହ ହିଁ ସବୁବେଳେ ରହିଥାଏ କୁକୁଡ଼ା । ସହଜ ରେ କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ ।

କୁକୁଡ଼ା ଅନ୍ୟ କାହାରି ସହ ମିତ୍ରତା କରେ ନାହିଁ

ଦୁର୍ଜନ ଙ୍କ ସହ କେବେ ମଧ୍ୟ ମିତ୍ରତା ବ୍ୟବସାୟ କରିବା ଉଚିତ ନୁହେଁ । କୁକୁଡ଼ା ପରି ସକାଳୁ ଉଠିବା ର ଅଭ୍ୟାସ କରନ୍ତୁ । ଏହି ସବୁ ଗୁଣ କୁ ଅନୁସରଣ କଲେ ଆପଣ ନିଶ୍ଚିତ ଜୀବନରେ ସଫଳ ହୋଇପାରିବେ । କେବେ ବି ସିଧା ସାଧା ସରଳ ହେବା ଉଚିତ ନୁହେଁ ।

ଏହା ଛଡ଼ା ମଣିଷକୁ ସମାଜରେ ସମ୍ମାନ ଏବଂ ପ୍ରତିଷ୍ଠା ର ସହ ବଞ୍ଚିବାକୁ ହେଲେ କେବେ ମଧ୍ୟ ଏତେ ସରଳ ହୋଇ ବଞ୍ଚିବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ ଜଙ୍ଗଲ ରେ ପ୍ରଥମେ ସେହି ଗଛକୁ ହିଁ କଟା ଯାଏ ଯେଉଁ ଗଛ ସିଧା ହୋଇଥାଏ । ବଙ୍କା ତେଡ଼ା ଗଛକୁ କାଟିବାକୁ କେହି ପରିଶ୍ରମ କରନ୍ତି ନାହିଁ । ତେଣୁ ସହଜ ଶାନ୍ତ ସରଳ ମଣିଷ ପ୍ରଥମେ ହିଁ ଅସୁବିଧାରେ ପଡିଥାଏ ।

ସର୍ପ ଯେତେ ବୃଦ୍ଧ ହୋଇଗଲେ ମଧ୍ୟ ଆଘାତ ହେଲେ ମଧ୍ୟ ଫଣା ଟେକି ସୁ ସୁ ହେବା ବନ୍ଦ କରିନଥାଏ । ସେହିପରି ମଣିଷ ଭିତରୁ ଯେତେ ଦୁର୍ବଳ ହେଲେ ମଧ୍ୟ ବାହାରୁ ସବୁବେଳେ ଶକ୍ତ ଏବଂ ଶକ୍ତିଶାଳୀ ହେବାର ଅଭିନୟ କରିବା ଉଚିତ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।