କୁକର ରେ ଏହିପରି ବନାନ୍ତୁ ହୋଟେଲ ପରି ଭେଜ ବିରିୟାନୀ, ଏହା ଅଟେ ସବୁଠାରୁ ନୂଆ ଓ ଭଲ ଉପାୟ

ବିରିୟାନୀ ସମସ୍ତଙ୍କର ପସନ୍ଦ ହୋଇଥାଏ । ବିରିୟାନୀ ନାମ ଶୁଣି ସମସ୍ତଙ୍କ ମୁହଁରେ ପାଣି ଆସିଯାଏ । ଆଜି ଆମେ ଆପଣଙ୍କୁ ଘରେ ଭେଜ ବିରିୟାନୀ କରିବା ଶିଖେଇବୁ, ଯାହାର ସ୍ଵାଦ ହୋଟେଲ ବିରିୟାନୀ ପରି ହେବ । ଘରେ ଭେଜ ବିରିୟାନୀ କରିବାର ବିଧି କଣ ଅଟେ ଆସନ୍ତୁ ଜାଣିବା ।

ଭେଜ ବିରିୟାନୀ ତିଆରି କରିବା ପାଇଁ କେତେକ ସାମଗ୍ରୀର ଆବଶ୍ୟକତା ହୋଇଥାଏ । ସେହି ସାମଗ୍ରୀ ଗୁଡିକ ହେଉଛି ୫ ଚାମଚ ତେଲ, ୨ ଟି ପିଆଜ, ୧୦୦ ଗ୍ରାମ ପନୀର, ୧ ଟି ତେଜପତ୍ର, ଅଳ୍ପ ଡାଲଚିନି, ୪ ରୁ ୫ଟି ଲବଙ୍ଗ, ୫ ରୁ ୭ଟି ଗୁଜୁରାତି, ଗୋଟେ ପ୍ଳେଟ ଚାଉଳ, ଅଦା ଓ ରସୁଣର ପେସ୍ଟ ଗୋଟେ ଚାମଚ, ୨ଟି ଲଙ୍କା, ୧ଟି ଆଳୁ, କୋବି ଅଧା କପ, ଗାଜର ଅଧା କପ, ମଟର ଅଧା କପ, ଦହି ଅଧା କପ, ଲୁଣ ସ୍ଵାଦ ଅନୁସାରେ, ଲାଲ ଲଙ୍କା ପାଉଡର ଛୋଟ ଚାମଚ, ଧନିଆ ପାଉଡର ଛୋଟ ଚାମଚ, ଗରମ ମସଲା ପାଉଡର ଛୋଟ ଚାମଚ, ବିରିୟାନୀ ମସଲା ପାଉଡର ଛୋଟ ଚାମଚ, ପାଣି ଦେଢ ଗ୍ଲାସ, ଧନିଆ ଓ ପୋଦିନା ପତ୍ର, କେଶରର କ୍ଷୀର ୪ ରୁ ୫ ଚାମଚ ଇତ୍ୟାଦି ।

ଭେଜ ବିରିୟାନୀ ତିଆରି କରିବାର ବିଧି

ଭେଜ ବିରିୟାନୀ କରିବା ପାଇଁ ଆପଣ ପ୍ରଥମେ ଚାଉଳ ଧୋଇ ରଖନ୍ତୁ । ବର୍ତ୍ତମାନ ଆପଣ କୁକରରେ ୪ ରୁ ୫ ଚାମଚ ତେଲ ପକେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ଲମ୍ବା ଲମ୍ବା କଟା ହୋଇଥିବା ପିଆଜକୁ ଭାଜି କାଢି ଦିଅନ୍ତୁ । ଏହା ପରେ ଆପଣ ତେଲରେ ପନୀରକୁ ଭାଜି କାଢି ଦିଅନ୍ତୁ ।

ବିରିୟାନୀ ତିଆରି କରିବା ଆରମ୍ଭ କରନ୍ତୁ

ଆପଣ କୁକରରେ ୨ ଚାମଚ ତେଲ ପକାଇ, ସେଥିରେ ୧ ଟି ତେଜ ପତ୍ର, ଡାଲଚିନି, ୪ ରୁ ୫ଟି ଲବଙ୍ଗ, ୫ ରୁ ୭ଟି ଗୁଜୁରାତି ଓ ଅଦା ରସୁଣର ପେଷ୍ଟ ପକାଇ ଭଲ ଭାବରେ ମିକ୍ସ କରନ୍ତୁ । ମସଲା ହୋଇସାରିବା ପରେ ଆପଣ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା, କଟା ହୋଇଥିବା ଆଳୁ, ଅଧାକପ କୋବି, ଅଧାକପ ଗାଜର, ଅଧାକପ ବିନ୍ସ, ଅଧାକପ ମଟର, ଦହି ଓ ଅଧା ଗ୍ଲାସ ପାଣି ଦେଇ ତାକୁ ଭଲ ଭାବରେ ସିଝିବାକୁ ଦିଅନ୍ତୁ ।

ଧୈର୍ଯ୍ୟ ରଖନ୍ତୁ ଓ ସିଝିବାକୁ ଦିଅନ୍ତୁ

ବର୍ତ୍ତମାନ ଆପଣ ଏଥିରେ ଚାଉଳ ଖେଳାଇକି ପକାନ୍ତୁ ଓ ସ୍ଵାଦ ଅନୁସାରେ ଲୁଣ, ଛୋଟ ଚାମଚ ଲାଲ ଲଙ୍କା ପାଉଡର, ଛୋଟ ଚାମଚ ଧନିଆ ପାଉଡର, ଛୋଟ ଚାମଚ ଗରମ ମସଲା, ଛୋଟ ଚାମଚ ବିରିୟାନୀ ମସଲା, ଦେଢ ଗ୍ଲାସ ପାଣି, ଧନିଆ ଓ ପୋଦିନା ପତ୍ର, ୧ ଚାମଚ ଘିଅ ଓ ୪ ରୁ ୫ ଚାମଚ କେସର କ୍ଷୀର ପକେଇ କୁକରକୁ ଗୋଟେ ସିଟି ମାରିବାକୁ ଦିଅନ୍ତୁ । ସିଟି ଦେଲାପରେ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମ ରେ ହେବାକୁ ଦିଅନ୍ତୁ । ତାପରେ କୁକରକୁ ଗ୍ୟାସରୁ ତଳକୁ ଆଣି ଅପେକ୍ଷା କରନ୍ତୁ ।

ସ୍ଵାଦିଷ୍ଟ ବିରିୟାନୀର ଆନନ୍ଦ ନିଅନ୍ତୁ

କୁକର ଖୋଲିଲାପରେ ଚାଉଳକୁ ଟିକେ ଏପଟ ସେପଟ କରି ୩ ରୁ ୪ ମିନିଟ ପ୍ରଯନ୍ତ ଘୋଡାଇ ରଖନ୍ତୁ । ତାପରେ କାଢି ଖାଆନ୍ତୁ ଆପଣଙ୍କର ସ୍ଵାଦିଷ୍ଟ ଭେଜ ବିରିୟାନୀ ।