ଭାରତର କୃଷକମାନେ ଟମାଟର ପଠାଇବା ପାଇଁ କରିଲେ ମନା ତେବେ ରାଗିଗଲା ପୁରା ପାକିସ୍ତାନ, କହିଲେ କରୁଛନ୍ତି ଏବେ ଏହି ଜିନିଷର ବ୍ୟବହାର

ଗତ ୧୪ ଫେବ୍ରୁୟାରୀରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫଙ୍କର ୪୦ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣ ପରେ ଦେଶ ସାରା ଲୋକମାନେ ପାକିସ୍ତାନକୁ ନିନ୍ଦା କରୁଛନ୍ତି ଏବଂ ସମସ୍ତେ ବିରୋଧ କରୁଛନ୍ତି । ସାଧାରଣ ମଣିଷ ଠାରୁ ଆରମ୍ଭ କରି ବଲୀଉଡ ଷ୍ଟାରମାନେ ବି ଏହି ଆକ୍ରମଣ ଉପରେ ନିଜ ନିଜ ମନର ଭାବନାକୁ ପ୍ରକାଶ କରୁଛନ୍ତି ।

କେହି ଟ୍ୱୀଟ କରି ନିଜର ରାଗ ବାହାର କରୁଛି ତ କେହି ଭିଡିଓ କରି । ଏମିତିରେ ଭାରତୀୟ କୃଷକମାନେ ବି ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ନିଷ୍ପତି ନେଇଛନ୍ତି ।

ଟମାଟର ପଠାଇବା ପାଇଁ କରିଲା ମନା

ପୁଲୱାମା ଆକ୍ରମଣ ପରେ ଭାରତ ଭିନ୍ନ ଭିନ୍ନ ପ୍ରକାରରେ ପାକିସ୍ତାନକୁ ଘେରୁଛି । ଯେଉଁଥିରେ ବ୍ୟପାରିକ ସମ୍ବନ୍ଧ ବି ସାମିଲ ଅଛି । କେତେକ ଟ୍ରେଡର୍ସ ଏବଂ କୃଷକ ନିଜର ମାଲ ପାକିସ୍ତାନକୁ ପଠାଇବା ପାଇଁ ମନା କରି ଦେଇଛନ୍ତି । ଯେଉଁ ଜିନିଷ ପାକିସ୍ତାନକୁ ନିର୍ଯାତ କରଯାଇ ଥାଏ ତାହା ଉପରେ ସରକାର ବେସିକ କସ୍ଟମ ଡ୍ଯୂଟୀକୁ ୨୦୦ ପ୍ରତିଷଦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

କହି ଦେଉଛୁ ଯେ ମଧ୍ୟପ୍ରଦେଶର କୃଷକମାନେ ଏହା ନିଷ୍ପତି ନେଇଛନ୍ତି  କି କୌଣସି ବି ଅବସ୍ଥାରେ ସେମାନେ ଟମାଟର ପାକିସ୍ତାନକୁ ଦେବେ ନାହିଁ । ତାଙ୍କର ଟମାଟର ପଡି ପଡି ସଢି ଯାଉ ପଛେ କିନ୍ତୁ ସେ ପାକିସ୍ତାନକୁ କୌଣସି ଦାମରେ ଦେବେ ନାହିଁ । ଏହାର ପରିଣାମ ପାକିସ୍ତାନରେ ଟମାଟର ଦାମ ଆକାଶ ଛୁଇଁଲାଣି । ଏହି କଥାର ସୂଚନା ସାଉଥ ଏସିୟାର ଜଣେ ପତ୍ରକାର ନିଜର ଟ୍ୱିଟର ଏକାଉନ୍ଟରେ ଦେଇଛନ୍ତି ।

୧୮୦ ଟଙ୍କା କିଲୋ ପହଞ୍ଚିଲା ଟମାଟର ଦାମ

ଲାହୋରରେ ଗୋଟିଏ କିଲୋ ଟମାଟର ଦାମ ୧୮୦ ଟଙ୍କା ଅଟେ । ଭାରତରେ ଏହା ୧୦ ଟଙ୍କା କିଲୋରେ ମିଳୁଛି । ଆଜାଦପୁର ମଣ୍ଡୀ ପାକିସ୍ତାନକୁ ସବୁଦିନ ଅଧିକ ଫଳ ଏବଂ ପନିପରିବା ସପ୍ଲାଈ କରିଥାଏ । ବର୍ତ୍ତମାନ ମଣ୍ଡୀର ବ୍ୟାପାରୀମାନେ ପାକିସ୍ତାନକୁ ମାଲ ନ ପଠାଇବା ପାଇଁ ନିଷ୍ପତି ନେଇଛନ୍ତି । ରିପୋର୍ଟ ଅନୁସାରେ ଅଟାରୀ – ବାଘା ମାର୍ଗରୁ ସବୁଦିନ ୭୫ ରୁ ୧୦୦ ଟମାଟର ଭର୍ତ୍ତି ଟ୍ରକ ପାକିସ୍ତାନକୁ ଯାଇଥାଏ ।

କିନ୍ତୁ ଏହି ଘଟଣା ପରେ ଟ୍ରେଡର୍ସ ଏହା ଉପରେ କଟକଣା ଜାରି କରି ଦେଇଛନ୍ତି । ବର୍ତ୍ତମାନ ପାକିସ୍ତାନର ଜନତାଙ୍କର କହିବା ଅଟେ କି ସେମାନେ ଟମାଟର ଜାଗାରେ ଦହି ଏବଂ ଆଳୁ ବ୍ୟବହାର କରୁଛନ୍ତି ।

ପୋଷ୍ଟଟିକୁ ଅଧିକରୁ ଅଧିକ ସେୟର କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।