ତୁମ ଭାଇର କେସ୍ ଯଦି କୋର୍ଟକୁ ଆସେ ତ କ’ଣ କରିବ, କୃଷକର ଝିଅ ଦେଲେ ଏମିତି ଜବାବ କି ହୋଇଗଲେ ଜଜ୍

ନୂଆ ଦିଲ୍ଲୀ: ଜୀବନରେ ଯଦି କେବେବି କୋର୍ଟରେ ଆପଣଙ୍କ ସମ୍ପର୍କୀୟ ବା ପରିଚତ ଲୋକଙ୍କ କେସ୍ ଆସିଯାଏ ତ ଆପଣ କଣ କରିବେ ? ଜବାବ ହେଲା ଅଲଗା କୋର୍ଟରେ ଟ୍ରାନ୍ସଫର କରିବି ନହଲେ ନିଜେ କେସ୍ ରୁ ହଟିଯିବି । ମାତ୍ର ହାଇ କୋର୍ଟର ସିଭିଲ ଜଜ୍ ର ପରୀକ୍ଷାରେ ଜଣେ କୃଷକର ଝିଅ ଏମିତି ଜବାବ ଦେଲା ସେ ହୋଇଗଲା ଜଜ୍ । ୧୨ ଜାନୁୟାରୀରେ ସିଭିଲ ଜଜ୍ ର ପରୀକ୍ଷାର ରେଜଲ୍ଟ ଆସିଥିଲା, ଜଣେ କୃଷକର ଝିଅ କିରଣ ମଲିକ ସେଥିରେ ପାସ ହୋଇଗଲେ । ଆଜି ଆମେ ଆପଣଙ୍କୁ ତାଙ୍କର କାହାଣୀ କହିବୁ ।

ବାପା ସତିଶ ମଲିକ କୃଷି କାର୍ଯ୍ୟ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ସିଂଗୋଲୀରେ ସତିଶ ମଲିକ ନିଜର ଜମିରେ କୃଷି କାର୍ଯ୍ୟ କରୁଥିଲେ । କିରଣ କହନ୍ତି ସେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି ଓ ସେକେଣ୍ଡରି ଶିକ୍ଷା ହାୟର ସେକେଣ୍ଡରି ସ୍କୁଲ ସିଂଗୋଲୀରେ କମ୍ପ୍ଲିଟ କରିଛନ୍ତି । ୧୦ମ ବୋର୍ଡ ପରୀକ୍ଷା ପରେ ସେ ଦେଶ ସେବା କରିବା ପାଇଁ ଲକ୍ଷ ରଖିଥିଲେ। ପୋଲିସ ରୁ ରିଟାୟର ହୋଇଥିବା ତାଙ୍କ ଦାଦାଙ୍କ ଠାରୁ ମିଳିଥିଲା ପ୍ରେରଣା ।

ତାଙ୍କ ଦାଦା ପ୍ରଶାସନିକ ସେବା ଦିଗରେ ଯିବା ପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ । +୨ ପରେ ନୀମଚ କଲେଜରେ ବିଏ ଓ ଜ୍ଞାନ ମନ୍ଦିର ଲ କଲେଜରେ ସେ ଏଲଏଲବି କରିଥିଲେ । ୨୦୧୭ ରେ ଏଲଏଲବି ପାସ କରିବା ପରେ ସେ ସିଭିଲ ଜଜ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ସବୁ ବେଳେ ୫ ଘଣ୍ଟା ପାଠ ପଢିଲେ । ଯାହା ଫଳରେ ସେ ଏହି ସଫଳତାକୁ ହାସଲ କରିଲେ ।

କିରଣଙ୍କର ବାହାଘର ୨୦୧୫ ରେ ମୋରବନ ନିବାସୀ ମହିପାଳ ସିଂହଙ୍କ ସହ ହୋଇଥିଲା । କିରଣଙ୍କର ଶଶୁର ବ୍ଯାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ଅଟନ୍ତି, ତାଙ୍କ ସ୍ଵାମୀ ମଧ୍ୟ ସ୍ଥାନୀୟ ଗ୍ରାମ୍ୟ ବ୍ଯାଙ୍କର ମ୍ୟାନେଜର ଅଟନ୍ତି । ସ୍ଵାମୀ ଓ ଶଶୁର ଦୁଇ ଜଣ ହିଁ ସବୁବେଳେ କିରଣଙ୍କୁ ପ୍ରେରଣା ଦେଉଥିଲେ । ଏହା ପରେ କିରଣ ସିବିଲ ଜଜ୍ ପରୀକ୍ଷା ଦେଲେ ଓ ସେଥିରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହେଲେ । ୬ ଜାନୁୟାରୀ ରେ ଜବଲପୁର ରେ ହାଇକୋଟ ଜଜ ସୁଜାୟ ପାଲ ଓ ମନ୍ଦିରା ଦୁବେ ତାଙ୍କର ସାକ୍ଷାତକାର ନେଇଥିଲେ ।

ତାଙ୍କର ୧ମ ପ୍ରଶ୍ନ ଥିଲା _ ଜଜ୍ କାହିଁକି ହେବାକୁ ଚାହୁଁଛନ୍ତି ? କିରଣ ଏହାର ଉତ୍ତର ଦେଇଥିଲେ କି ଛୋଟବେଳୁ ଏହି କ୍ଷେତ୍ରରେ ଆସି ଦେଶ ସେବା କରିବା ପାଇଁ ଚାହୁଁଥିଲି ।

୨ୟ ପ୍ରଶ୍ନ ଥିଲା ଯଦି କୋର୍ଟରେ ଆପଣଙ୍କର ଏମିତି ଏକ କେସ୍ ଆସିଯାଏ ଯେଉଁଠି ଆରୋପି ଆପଣଙ୍କ ଭାଇ, ସମ୍ପର୍କୀୟ ବା ପରିବାର ଲୋକ ହୋଇଥିବେ, ତେବେ ସେହି କେସ୍ କୁ ଆପଣ କେମିତି ବିଚାର କରିବେ ? କିରଣ ଏହାର ଜବାବ ଦେଇଥିଲେ କି ମୁଁ ସେହି କେସ୍ ରୁ ହଟିଯିବି ନହେଲେ ଅଲଗା କୋର୍ଟକୁ ଟ୍ରାନ୍ସଫର କରିଦେବି । ଏହି ଉତ୍ତରରେ ଜଜ ଦୁଇ ଜଣ ପ୍ରଭାବିତ ହୋଇଗଲେ ଓ କିରଣ ହୋଇଗଲେ ସିବିଲ ନ୍ୟାୟାଧୀଶ ।