କୃଷକ ତାର ସାଇକେଲକୁ ବଦଳାଇଦେଲେ ଇଲେକ୍ଟ୍ରିକାଲ ବାଇକରେ, ଗୋଟେ ଥର ଚାର୍ଜିଙ୍ଗରେ ଚାଲୁଛି ୮୦ କିଲୋମିଟର, ଦାମ ୧୫ ହଜାର

ବର୍ତ୍ତମାନ ଯୁଗରେ ଦୁନିଆର ସବୁ ସ୍ଥାନରେ ଇଲେକ୍ଟ୍ରିକ ବାହନ ଚାଲୁଛି । ସରକାର ମଧ୍ୟ ଲୋକମାନଙ୍କୁ ଇଲେକ୍ଟ୍ରିକାଲ ବାହନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ଡିଜେଲ ଓ ପେଟ୍ରୋଲର ବଢୁଥିବା ଦର ଓ ପରିବେଶ ପ୍ରଦୂଷଣ ପାଇଁ ସରକାର ଲୋକମାନଙ୍କୁ ଇଲେକ୍ଟ୍ରିକାଲ ବାହନ ଚଳାଇବା ପାଇଁ ପରାମର୍ଶ ଦେଉଛନ୍ତି । ଯଦି ଆପଣ ଭାରତୀୟ ବଜାରରେ କୌଣସି ଇଲେକ୍ଟ୍ରିକାଲ ବାହନ କିଣିବେ, ତେବେ ଆପଣଙ୍କୁ ୪୦ ହଜାର ରୁ ନେଇ ୧ ଲକ୍ଷ ଟଙ୍କା ମଧ୍ୟରେ ମିଳିଯିବ ।


କିନ୍ତୁ ବୌଦ୍ଧ ଜିଲ୍ଲାର ବାମଣ୍ଡାରେ ରହୁଥିବା ଜଣେ କୃଷକ ଏହି ଇଲେକ୍ଟ୍ରିକାଲ ବାହନକୁ ୧୫ ହଜାର ଟଙ୍କାରେ ତିଆରି କରିଛନ୍ତି । ସେହି କୃଷକ ଜଣକ ହେଉଛନ୍ତି ଦିଲୀପ । ଦିଲୀପଙ୍କ ପାଖରେ ଏକ ସାଇକେଲ ଥିଲା, ସେ ନିଜ ସାଇକେଲକୁ ଇଲେକ୍ଟ୍ରିକାଲ ବାଇକରେ ପରିବର୍ତ୍ତନ କରିଦେଇଛନ୍ତି । ତାଙ୍କର ଏହି ବାଇକ ୩୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ ଯାଉଛି ।

ବଜାରରେ ଏହି ବାଇକର ମୂଲ୍ୟ ଅଧିକ, ହେଲେ ଦିଲୀପ ଏହାକୁ ୧୫ ହଜାର ଟଙ୍କାରେ ତିଆରି କରିଛନ୍ତି । ଦିଲୀପ ଅଟୋମୋବାଇଲ ବିଷୟରେ କିଛି ବି ଜାଣି ନାହାନ୍ତି । ହେଲେ ସେ ନିଜେ ଦିଲ୍ଲୀ ଯାଇ ବ୍ୟାଟେରୀ କିଣି ଥିଲେ ଓ ସେହି ବ୍ୟାଟେରୀକୁ ନିଜ ସାଇକେଲରେ ଫିଟ କରି ସାଇକେଲକୁ ଇଲେକ୍ଟ୍ରିକାଲ ବାଇକରେ ପରିବର୍ତ୍ତନ କରିଥିଲେ ।

ଦିଲୀପ ତାଙ୍କର ବାଇକରେ ୧୨ ଭୋଲ୍ଟ ବାଲା ବ୍ୟାଟେରୀକୁ ୩୫ ୱାଟର ଇଲେକ୍ଟ୍ରିକ ମୋଟରରେ କନେକ୍ଟ କଲେ । ଏହା ସହିତ ଦିଲୀପ ତାଙ୍କର ସାଇକେଲରେ ହେଡ ଲାଇଟ ମଧ୍ୟ ଲଗାଇଛନ୍ତି । ସେ ନିଜ ସାଇକେଲରେ ଘରେ ବ୍ୟବହାର ହେଉଥିବା ସାଧାରଣ ବ୍ୟାଟେରୀର ବ୍ୟବହାର କରିଛନ୍ତି । ଏହାକୁ ଚାର୍ଜ କରିବା ପାଇଁ ପାଖା ପାଖି ୪ ରୁ ୫ ଘଣ୍ଟାର ସମୟ ଲାଗିଥାଏ । ଏହି ସାଇକେଲ ଗୋଟେ ଥର ଚାର୍ଜିଙ୍ଗରେ ୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଦିଲୀପ ବର୍ତ୍ତମାନ ଏହି ବାଇକ ବନେଇବା ପରେ ଇଲେକ୍ଟ୍ରିକାଲ କାର ବନେଇବାର ଯୋଜନା କରୁଛନ୍ତି ।