ଗୀତା ଜ୍ଞାନ : କ୍ରୋଧ ଓ ଲୋଭ ତ୍ୟାଗ କରିବା ଦ୍ଵାରା ସମସ୍ତ କାର୍ଯ୍ୟରେ ମିଳିଥାଏ ସଫଳତା ଜାଣନ୍ତୁ

ଭଗବାନ ଶ୍ରୀ କୃଷ୍ଣ ମହାଭାରତର ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ବହୁତ ଉପଦେଶ ଦେଇଥିଲେ ଓ ଏହି ଉପଦେଶକୁ ପାଳନ କରି ଅର୍ଜୁନଙ୍କୁ ସଠିକ ରାସ୍ତା ମିଳିଥିଲା । ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶ ଗୁଡିକୁ ଯଦି ଆମେ ଆମ ଜୀବନରେ ପାଳନ କରିବୁ, ତେବେ ଆମେ ବି ଜୀବନରେ ସଫଳ ହୋଇ ପାରିବୁ । ଆଜି ଆମେ ଆପଣଙ୍କୁ ଏହି ଉପଦେଶ ମଧ୍ୟରୁ ୩ଟି ଉପଦେଶ ବିଷୟରେ କହିବୁ । ଯଦି ଏହି ଉପଦେଶକୁ ମନୁଷ୍ୟ ପାଳନ କରିବ ତେବେ ତାହାର ଭାଗ୍ୟ ବଦଳିଯିବ ।

ଗୀତାରେ ଲେଖା ହୋଇଥିବା ଶ୍ଲୋକ

ପ୍ରଥମ ଶ୍ଲୋକ –

ତ୍ରିବିଧଂ ନରକସ୍ଯେଦଂ ଦ୍ୱାରଂ ନାଶନମାତ୍ମନଃ ।

କାମଃ କ୍ରୋଧସ୍ତଥା ଲୋଭସ୍ତରମାଦେତତ୍ତ୍ରଯଂ ତ୍ୟଜେତ୍ ।।

ଏହି ଶ୍ଳୋକର ଅର୍ଥ –

ଏହି ଶ୍ଳୋକ ଜରିଆରେ ଶ୍ରୀ କୃଷ୍ଣ କହିଛନ୍ତି କି କ୍ରୋଧ ଓ ଲୋଭ ମନୁଷ୍ୟକୁ ବର୍ବାଦ କରିଦିଏ । ସେଥିପାଇଁ ମନୁଷ୍ୟକୁ ଜୀବନରେ ଏହି ଦୁଇଟି ଜିନିଷକୁ ତ୍ୟାଗ କରିବା ଉଚିତ । ଯେଉଁ ଲୋକମାନେ କ୍ରୋଧ କରିଥାନ୍ତି ସେମାନେ ପ୍ରାୟତଃ ଅନ୍ୟ ଲୋକମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ସେହିଭଳି ଯେଉଁ ଲୋକମାନେ ଲୋଭୀ ହୋଇଥାନ୍ତି ସେମାନେ ସବୁବେଳେ ଖରାପ କାମ କରିବାକୁ ଲାଗନ୍ତି । ସେମାନେ ଜୀବନରେ କେବେ ବି ସଫଳ ହୋଇ ପାରନ୍ତି ନାହିଁ ।

ଦ୍ଵିତୀୟ ଶ୍ଲୋକ

ତାନି ସର୍ବାଣି ସଂୟମ୍ୟ ଯୁକ୍ତ ଆସୀତ ମତ୍ପରଃ

ବଶେ ହି ୟସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।

ଏହି ଶ୍ଳୋକର ଅର୍ଥ –

ମନୁଷ୍ୟକୁ ନିଜର ୫ଟି ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆମର ୫ଟି ଇନ୍ଦ୍ରିୟ ମାନେ ଜିଭ, ତ୍ଵଚା, ଆଖି, କାନ ଓ ନାକ ମାଧ୍ୟମରେ ଆମେ ସମସ୍ତ ଜିନିଷକୁ ଅନୁଭବ କରିଥାଉ । ଭଗବାନ କୃଷ୍ଣଙ୍କ ଅନୁସାରେ ଏହି ପାଞ୍ଚ ଇନ୍ଦ୍ରିୟକୁ ନିଜ ଆୟତରେ ରଖିବା ଦ୍ଵାରା ସେହି ବ୍ୟକ୍ତିର ମୁଣ୍ଡ ସ୍ଥିର ରହିଥାଏ ଓ ମନୁଷ୍ୟର ମନ ନିଜ କାର୍ଯ୍ୟରେ ଲାଗି ରହିଥାଏ ।

ତୃତୀୟ ଶ୍ଲୋକ

ଯୋଗସ୍ଥ: କୁରୁ କର୍ମାଣି ସଂଗ ତ୍ୟକ୍ତବା ଧନଂଜୟ ।

ସିଦ୍ଧୟ – ସିଦ୍ଧୟୋ: ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।।

ଏହି ଶ୍ଳୋକର ଅର୍ଥ –

କୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ ନିଜର ଧର୍ମ ପାଳନ କରିବା ଉଚିତ । ଆମେ ଯେଉଁ କର୍ମ କରିଥାଉ ଆମକୁ ଜୀବନରେ ତା’ ଅନୁସାରେ ଫଳ ମିଳିଥାଏ । ସେଥିପାଇଁ ସର୍ବଦା ଭଲ କର୍ମ କରିବା ଉଚିତ । କେବେ ବି ଖରାପ ଚିନ୍ତା ଧାରା ରଖିବା ଉଚିତ ନୁହେଁ । ଏହା ଛଡା ନିଜର କର୍ତ୍ତବ୍ୟ ପାଳନ କରିବା ହିଁ ଧର୍ମର ପାଳନ ହୋଇଥାଏ ।