କଣ୍ଟ୍ରାକ୍ଟରେ ଧୋନୀଙ୍କ ନାମ ସାମିଲ ନହେବାରୁ BCCI ଦେଲା ଏମିତି ସଫେଇ

ବିସିସିଆଇ ଗୁରୁବାର ଦିନ ଅକ୍ଟୋବର ୨୦୧୯ରୁ ନେଇ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନିଜ କେନ୍ଦ୍ରୀୟ ଅନୁବନ୍ଧର ଘୋଷଣା କରିଛନ୍ତି । ଯେଉଁଥିରେ ସବୁଠୁ ବଡ କଥା ହେଉଛି, ମହେନ୍ଦ୍ର ସିଂହ ଧୋନୀଙ୍କୁ କୌଣସି ସ୍ଥାନ ମିଳି ନାହିଁ । ଏଥିପାଇଁ ବହୁତ ପ୍ରଶ୍ନ ଉଠୁଛି କି କଣ ଧୋନୀଙ୍କର ଯୁଗ ସରିଗଲା ? ହେଲେ ଅସଲ କଥାଟି ହେଉଛି ଧୋନୀଙ୍କ ପାଇଁ ଟିମ୍ ର ଦ୍ଵାର ବନ୍ଦ ହୋଇସାରିଛି ।

ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି କି କେନ୍ଦ୍ରୀୟ ଅନୁବନ୍ଧର ଦେଶ ପାଇଁ ଖେଳିବା ସହିତ କୌଣସି  ସମ୍ପର୍କ ନାହିଁ । ସେ କହିଛନ୍ତି କି ଧୋନୀ ଭଲ ପଦର୍ଶନ କରି ଭାରତୀୟ ଟିମରେ ନିଜର ସ୍ଥାନ ହାସଲ କରିପାରିବେ ।

ଅଧିକାରୀ କହିଛନ୍ତି କି ‘ସିଧା ସଳଖ କହିଲେ ଅନୁବନ୍ଧ ମିଳିବା ଏହି କଥାର ଗ୍ୟାରେଣ୍ଟି ନୁହେଁ ଆପଣ ଦେଶ ପାଇଁ ଖେଳିପାରିବେ ନା ନାହିଁ । ନିୟମିତ ଖେଳୁଥିବା ଖେଳାଳିମାନଙ୍କୁ ଅନୁବନ୍ଧ ଦିଆଯାଇଥାଏ, ସିଧା ସିଧି କହିଲେ ଧୋନୀ ୨୦୧୯ରେ ହୋଇଥିବା ୱାନଡେ ବିଶ୍ଵ କପ ପରେ ଆଉ ଖେଳି ନାହାନ୍ତି । ସେଥିପାଇଁ ତାଙ୍କର ନାମ ଅନୁବନ୍ଧରେ ନାହିଁ’ ଓ ଏହା ମଧ୍ୟ କହିଲେ କି “ଯଦି କେହି ଏହାକୁ ରାସ୍ତା ବନ୍ଦ ହେବା ଓ ଚୟନକର୍ତ୍ତାଙ୍କ ସଙ୍କେତ ବୋଲି ଭାବୁଛନ୍ତି ତେବେ ଏହା ବିଲକୁଲ ନୁହେଁ ।”

ଅଧିକାରୀଙ୍କ ମତରେ ଯଦି ଧୋନୀ ଚାହିଁବେ ତେବେ ଧୋନୀ ଭଲ ପଦର୍ଶନ କରି ଟିମରେ ନିଜ ସ୍ଥାନ ହାସଲ କରିପାରିବେ ଓ ଏଥିରେ ଟି20 ବିଶ୍ଵ କପ ମଧ୍ୟ ସାମିଲ ଅଛି । ସେ କହିଛନ୍ତି କି ପୂର୍ବରୁ ମଧ୍ୟ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ବିନା କେନ୍ଦ୍ରୀୟ ଅନୁବନ୍ଧରେ ଖେଳିଛନ୍ତି ।

ବିସିସିଆଇର ବୟାନ ଅନୁସାରେ କେନ୍ଦ୍ରୀୟ ଅନୁବନ୍ଧର ଏ ପ୍ଲସ କାଟାଗୋରୀରେ କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଜସପ୍ରିତ ବୁମରାହ ଅଛନ୍ତି । ହେଲେ ପୂର୍ବ ଥର ଏ ପ୍ଲସ କାଟାଗୋରୀରେ ଥିବା ଧୋନୀ ଏଥରକ ସ୍ଥାନ ପାଇ ପାରିଲେ ନାହିଁ । ରବି ଶାସ୍ତ୍ରୀ ଏକ ଇନ୍ଟରଭ୍ୟୁରେ ଧୋନୀଙ୍କ ବିଷୟରେ କହିଲେ କି ‘ ଧୋନୀ କେବେ ଖେଳିବା ଆରମ୍ଭ କରିବେ ଓ ସେ ଆଇପିଏଲ ରେ କେମିତି ଖେଳିବେ ଏହା ତାଙ୍କ ଉପରେ ନିର୍ଭର କରୁଛି । ଆଇପିଏଲ ରେ ୧୫ ଜଣ ଖେଳାଳି ସ୍ଥିର ହୋଇସାରିଛନ୍ତି ।