ଅମ୍ବାତି ରାୟୁଡୁଙ୍କର ସନ୍ୟାସ ଉପରେ ବିରାଟ କୋହଲିଙ୍କର Tweet ଉପରେ ରାଗିଗଲେ ଲୋକେ, କହିଲେ – ତୁମେ କଣ ତୀର ମାରି ଦେଇଛ… ଆଉ ତା ପରେ

ବିଶ୍ଵ କପରେ ଭାରତୀୟ ଟିମର ଦୁଇ ଖେଳାଳିଙ୍କୁ ଆଘାତ ଲାଗିବା ସତ୍ବେ ବି ଅମ୍ବାତି ରାୟୁଡୁଙ୍କୁ ଟିମରେ ଜାଗା ମିଳିଲା ନାହିଁ । ଯେଉଁ କାରଣରୁ ସେ ଗତ ବୁଧୁବାର ଦିନ ସନ୍ୟାସର ଘୋଷଣା କରି ଦେଇଛନ୍ତି । ଅମ୍ବାତି ରାୟୁଡୁଙ୍କର ସନ୍ୟାସ ନେବାର ଘୋଷଣା କରିବା ପରେ ଯେଉଁଠି ବଡ ବଡ ଖେଳି ତାଙ୍କର ସମର୍ଥନ କରୁଛନ୍ତି ତ ଅନ୍ୟ ପଟେ କିଛି ୟୁଜରମାନେ ବିସିସିଆଇ ଓ ଚୟନକର୍ତ୍ତାଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଛନ୍ତି ।

ଏମିତିରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଅମ୍ବାତି ରାୟୁଡୁଙ୍କର ଆସନ୍ତା ଜୀବନ ପାଇଁ ଶୁଭକାମନା ଦେଇଛନ୍ତି, ଯାହା ପରେ କୋହଲି ଫ୍ୟାନମାନଙ୍କର କ୍ରୋଧର ଶିକାର ହେଲେ ।

ବିରାଟ କୋହଲି କରିଲେ ଏହି ଟ୍ୱୀଟ

ବିରାଟ କୋହଲି ଅମ୍ବାତି ରାୟୁଡୁ ସନ୍ୟାସର ଖବର ଶୁଣିବା ପରେ ଟ୍ୱୀଟ କରି ତାଙ୍କୁ ତାଙ୍କର ଆସନ୍ତା ଜୀବନ ପାଇଁ ଶୁଭେଚ୍ଛା ଦେଲେ । ଏହା ସହିତ ଟ୍ୱୀଟରେ ବିରାଟ କୋହଲି ଅମ୍ବାତି ରାୟୁଡୁଙ୍କୁ ଟପ ମ୍ୟାନ ବୋଲି ବି କହିଲେ, ଏହା ପରେ ହିଁ ଫ୍ୟାନମାନେ ତାଙ୍କ ଉପରେ କ୍ରୋଧିତ ହୋଇଗଲେ । କହିବାକୁ ଗଲେ ଅମ୍ବାତି ରାୟୁଡୁଙ୍କୁ ଗତ ଦୁଇ ବର୍ଷ ହେବ ଟିମରେ ଜାଗା ମିଳିଥିଲା, ଯେଉଁଥିରେ ସେ ଭଲ ପ୍ରଦର୍ଶନ ବି କରିଲେ, କିନ୍ତୁ ଏହା ପରେ ତାଙ୍କୁ ୱାର୍ଲ୍ଡ କପରେ ଚୟନ କରାଗଲା ନାହିଁ ଓ ସୀମା ସେତେବେଳେ ପାର ହୋଇଗଲା ଯେତେବେଳେ ଶିଖର ଓ ବିଜୟ ଶଙ୍କରଙ୍କର ପରିବର୍ତ୍ତେ ବି ତାଙ୍କୁ ଟିମରେ ସାମିଲ କରାଗଲା ନାହିଁ ।

ୟୁଜର ବିରାଟ କୋହଲିକୁ ଶୁଣାଇଲେ

ଜଣେ ୟୁଜର କମେନ୍ଟ କରି କହିଲେ କି ଯଦି ଅମ୍ବାତି ରାୟୁଡୁଙ୍କୁ ୱାର୍ଲ୍ଡ କପରେ ନେବାର ନ ଥିଲା, ତେବେ ଗତ ଦୁଇ ବର୍ଷ ହେବ ତାଙ୍କୁ ଖେଳାଉ ଥିଲ କାହିଁକି । ଏହା ପରେ ଯଦି ଆଇପିଏଲର ପ୍ରଦର୍ଶନ ଉପରେ ଚୟନ ହୋଇଛି ତେବ ତୁମେ ବି ସେମିତି କିଛି ବଡ ତୀର ମାରି ନାହଁ । ଏହା ପରେ ଜଣେ ୟୁଜର ଏହିଭଳି ଏକ ଫଟୋ ଶେୟାର କରିଛି । ଯେଉଁଥିରେ ବିରାଟ କୋହଲି ନକାବ ପିନ୍ଧିଥିବାର ଦେଖାଯାଉଛନ୍ତି ।

ରିଜର୍ବ ଖେଳାଳି ହେବା ସତ୍ବେ ବି ନଜରଅନ୍ଦାଜ କରାଗଲା

ୱାର୍ଲ୍ଡ କପ ପାଇଁ ରିଜର୍ବ ଖେଳାଳି ହେବ ସତ୍ବେ ବି ଅମ୍ବାତି ରାୟୁଡୁଙ୍କୁ ୧୫ ଜଣ ସଦସ୍ୟ ମଧ୍ୟରେ ଜାଗା ମିଳିଲା ନାହିଁ । ଯେଉଁଥି ପାଇଁ ସେ ବୁଧୁବାର ଦିନ ସନ୍ୟାସ ନେଇଗଲେ । ଅମ୍ବାତି ରାୟୁଡୁଙ୍କର ସନ୍ୟାସ ନେବା ପରେ ଗୌତମ ଗମ୍ଭୀର ବିସିସିଆଇ ଉପରେ ନିଜର କ୍ରୋଧ ବାହାର କରି କହିଲେ କି ତାଙ୍କର ଚୟନ ନ କରି ଚୟନକର୍ତ୍ତା ନିରାଶ ରହିବେ, କାରଣ ସେ ତାଙ୍କ ସହିତ ଅନ୍ୟାୟ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।