ବାବା ଧବଳେଶ୍ଵରଙ୍କ ମହିମା, ଦେଖନ୍ତୁ କେମିତି ବାବା କଲେ ଚମତ୍କାର, କଳା ବଳଦକୁ ଧଳା କରିଦେଇ ରକ୍ଷା କଲେ ଭକ୍ତର ଜୀବନ

କଟକ ନିକଟସ୍ଥ ଧବଳେଶ୍ଵର ପୀଠ ରାଜ୍ୟର ଏକ ପ୍ରମୁଖ ଶୈବ ପୀଠ । ମହାନଦୀ ପାଣି ମଧ୍ୟରେ ଥିବା ଏହି ଛୋଟ ଦ୍ଵୀପଟିର ମହିମା କାହିଁ କେତେ କାଳରୁ ରହି ଆସିଛି । ବାବାଙ୍କ ଆକର୍ଷଣରେ ଏଠାକୁ ଦୂରଦୂରାନ୍ତରୁ ଟାଣି ହୋଇ ଆସନ୍ତି ଅନେକ ଭକ୍ତ । ଆଜି ଆମେ ଆପଣଙ୍କୁ ପ୍ରଭୁ ଧବଳେଶ୍ଵରଙ୍କ ମହିମା ସମ୍ପର୍କରେ କହିବୁ । ଆସନ୍ତୁ ଜାଣିବା କାହିଁକି ବାବାଙ୍କର ନାଁ ହେଲା ଧବଳେଶ୍ଵର ଓ ଏହା ପଛରେ ଥିବା କିମ୍ବଦନ୍ତୀ ।

ଧବଳେଶ୍ଵର ଶବ୍ଦର ଅର୍ଥ ହେଉଛି ଧଳା ରଙ୍ଗର ଇଶ୍ଵର । ବାବା ଧବଳେଶ୍ଵରଙ୍କୁ ନେଇ ରହିଛି ଏକ ରୋଚକ ଲୋକକଥା । ବାବା ଧବଳେଶ୍ଵର ଏକ କଳା ବଳଦକୁ ଧଳା କରି ଦେଇଥିଲେ ବୋଲି ବିଶ୍ବାସ ରହିଛି । ଆଉ ଏହି ଘ-ଟ-ଣା ପରେ ସେ ଧବଳେଶ୍ଵର ନାମରେ ଖ୍ୟାତ ହେବାକୁ ଲାଗିଲେ । ଲୋକକଥା ଅନୁସାରେ ଥରେ ଜଣେ ଚୋର ଏକ କଳା ବଳଦ ଚୋରି କରି ଆଣିଥିଲା । ଲୋକେ ଏକଥା ଜାଣିପାରି ତାକୁ ଗୋଡାଇବା ଆରମ୍ଭ କରି ଦେଇଥିଲେ ।

ଲୋକଙ୍କ ହାତରେ ଧରାପଡି ମା-ଡ ଖାଇବା ଭୟରେ ଚୋରଟି ମହାନଦୀ ପାଣି ଘେରି ରହିଥିବା ଏହି ଦ୍ଵୀପ ସଦୃଶ ସ୍ଥାନରେ ଲୁଚି ଯାଇଥିଲା । ଏହି ସ୍ଥାନ ସେତେବେଳେ ଘଞ୍ଚ ଜଙ୍ଗଲରେ ଭରି ରହିଥିଲା ଓ ଲୋକମାନେ ବାହାରେ ଚୋରକୁ ଜଗି ରହିଥିଲେ । ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା । ଏଥିପାଇଁ ଚୋରଟି ତା’ ଜୀବନ ବଞ୍ଚାଇ ଦେବାକୁ ଶିବଙ୍କୁ ଡାକୁଥାଏ । ତା’ ଡାକ ଶୁଣି ଭଗବାନ ଶିବ ଜଣେ ସନ୍ନ୍ୟାସୀ ଭେଶରେ ଲୋକଙ୍କ ଆଗରେ ଉଭା ହୋଇଗଲେ ଓ ସେମାନଙ୍କୁ ରାଗିବାର କାରଣ ପଚାରିଲେ ।

ଲୋକମାନେ କହିଲେ ତାଙ୍କର ଗୋଟିଏ କଳା ବଳଦ ଚୋରି ହୋଇଛି ଓ ଚୋରଟି ଏଇଠି ଲୁଚିଛି । ସେଥିପାଇଁ ଆମେ ତାକୁ ଜଗି ରହିଛୁ । ଏହା ଶୁଣି ସନ୍ନ୍ୟାସୀ କହିଲେ ଏଠି ତ କଳା ବଳଦ ନାହିଁ, ଦୂରରେ ଚରୁଥିବା ବଳଦଟି ତ ଧଳା ରଙ୍ଗର । ଏହାପରେ ଲୋକମାନେ ଦେଖିଲେ ଦୂରରେ ତ ଏକ ଧଳା ବଳଦ ଚରୁଛି ଓ ବୁଝିଗଲେ ଏହା ଚୋରି ହୋଇଥିବା ବଳଦ ନୁହେଁ । ଚୋର ବି ବାହାରି ଆସିଲା ଓ ସନ୍ନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।

ଚୋର କିନ୍ତୁ ଭୟରେ ଥରି ଥରି ସାହାସ ଜୁଟାଇ କିପରି ସେ ଚୋରି କରିଥିବା କଳା ବଳଦକୁ ଭଗବାନ ଶିବ ତା’ ଆକୁଳ ନିବେଦନ ଶୁଣି ଧଳା କରି ଦେଇଛନ୍ତି ସବୁ ସତ କହିଦେଲା । ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁଯାୟୀ ସେହି ଦିନ ଠାରୁ ଲୋକେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ଵର ଭାବେ ପୂଜା କରିବା ଆରମ୍ଭ କଲେ । ଆଉ ସବୁଆଡେ ବାବା ଧବଳେଶ୍ଵରଙ୍କ ମହିମା ପ୍ରଚାରିତ ହେବାକୁ ଲାଗିଲା । ପ୍ରତିବର୍ଷ କାର୍ତ୍ତିକ ମାସ ତ୍ରୟଦଶୀ ତିଥିରେ ଏଠାରେ ବଡ ଧୁମଧାମରେ ବଡଓଷା ପାଳନ ହୁଏ ।

ସେଥିପାଇଁ ପଞ୍ଚୁକରେ ଏଠାକୁ ଲୋକଙ୍କ ସୁଅ ଛୁଟେ । ତ୍ରୟଦଶୀ ଓ ଚତୁର୍ଦଶୀ ତିଥି ମଧ୍ୟରାତ୍ରିରେ ଠାକୁରଙ୍କ ପାଖେ ଗଜ ଭୋଗ ଲାଗେ । ପରଦିନ ସକାଳେ ଏହି ଭୋଗ ଭକ୍ତଙ୍କୁ ଦିଆଯାଏ । କଳା ବଳଦ ଧଳା କରିଥିବାରୁ ଏହି ଭୋଗର ବାହାର ମଧ୍ୟ ଧଳା ଓ ଭିତର କଳା ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।