ନିଜର ଇଷ୍ଟଦେବଙ୍କ ହିସାବରେ କରନ୍ତୁ ଗାୟତ୍ରୀ ମନ୍ତ୍ରର ଜପ, ସମସ୍ତ ଦେବୀ – ଦେବତାଙ୍କ ରହିଛି ଅଲଗା ଅଲଗା ଗାୟତ୍ରୀ ମନ୍ତ୍ର, ଜାଣନ୍ତୁ

ଗାୟତ୍ରୀ ମନ୍ତ୍ରକୁ ସର୍ବଶ୍ରେଷ୍ଠ ମନ୍ତ୍ର ବୋଲି କୁହାଯାଏ ଓ ଏହି ମନ୍ତ୍ରର ଜପ କରିବା ଦ୍ଵାରା ମନକୁ ଶାନ୍ତି ମିଳିଥାଏ । ସବୁଦିନ ତିନି ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ଶୁଭ ହୋଇଥାଏ । ଏମିତି କୁହାଯାଏ କି ଏହି ମନ୍ତ୍ରର ଜପ କରିବା ଦ୍ଵାରା ବିଭିନ୍ନ ପ୍ରକାରର ଲାଭ ବି ମିଳିଥାଏ । ଏମିତି କୁହାଯାଏ କି ଏହି ମନ୍ତ୍ର ଜପ ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ । ଏହା ଛଡା ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଇଷ୍ଟଦେବ ବି ଖୁସି ହୋଇ ଯାଆନ୍ତି ଓ ଆପଣଙ୍କ ରକ୍ଷା କରନ୍ତି ।

କେତେବେଳେ କରିବେ ଗାୟତ୍ରୀ ମନ୍ତ୍ରର ଜପ

ଗାୟତ୍ରୀ ମନ୍ତ୍ରର ଜପ କରିବାର ସବୁଠୁ ଉତ୍ତମ ସମୟ ସୂର୍ଯ୍ୟ ଉଦୟର ଦୁଇଘଣ୍ଟା ପୂର୍ବରୁ ନେଇ ସୂର୍ଯ୍ୟାସ୍ତର ଏକ ଘଣ୍ଟା ପରେ ହୋଇଥାଏ । ଏହି ସମୟରେ ଗାୟତ୍ରୀ ମନ୍ତ୍ରର ଜପ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ସମସ୍ତ ଦେବୀ – ଦେବତାଙ୍କ ସହ ଜଡିତ ଅଛି ଭିନ୍ନ ମନ୍ତ୍ର

ସମସ୍ତ ଦେବୀ ଦେବତାଙ୍କ ସହିତ ଭିନ୍ନ ଭିନ୍ନ ପ୍ରକାରର ଗାୟତ୍ରୀ ମନ୍ତ୍ର ଜଡିତ ଅଛି ଓ ଆପଣଙ୍କର ଯେଉଁ ଇଷ୍ଟଦେବ ଅଛନ୍ତି, ଆପଣ ତାଙ୍କ ହିସାବରେ ହିଁ ଗାୟତ୍ରୀ ମନ୍ତ୍ରର ଜପ କରି ପାରିବେ । ଆପଣଙ୍କ ଇଷ୍ଟଦେବଙ୍କ ସହ ଜଡିତ ଗାୟତ୍ରୀ ମନ୍ତ୍ର ପଢିବା ଦ୍ଵାରା ଆପଣଙ୍କୁ ଅଧିକ ଲାଭ ମିଳିବ ଓ ଇଷ୍ଟଦେବ ପ୍ରସନ୍ନ ବି ହୋଇଯିବେ ।

ଦେବୀ-ଦେବତା ସହ ଜଡିତ ଗାୟତ୍ରୀ ମନ୍ତ୍ର –

ଗଣେଶଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି । ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।।

ସୂର୍ଯଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଆଦିତ୍ୟାୟ ବିଦ୍ମହେ, ସହସ୍ତ୍ରକିରଣାୟ ଧୀମହି । ତନ୍ନୋ ସୂର୍ଯ୍ୟ: ପ୍ରଚୋଦୟାତ ।।

ତୁଳସୀଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଶ୍ରୀତୁଲସ୍ୟେ ବିଦ୍ମହେ ବିଷ୍ଣୁପ୍ରିୟାଯୈ ଧୀମହି । ତନ୍ନୋ ବୃନ୍ଦା ପ୍ରଚୋଦୟାତ ।।

ଶ୍ରୀକୃଷ୍ଣଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଦେବକୀନନ୍ଦନାୟ ବିଦ୍ମହେ, ବାସୁଦେବାୟ ଧୀମହି । ତନ୍ନୋ କୃଷ୍ଣ: ପ୍ରଚୋଦୟାତ୍ ।।

ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ର

ଓଁ ନାରାୟଣାୟ ବିଦ୍ମହେ, ବାସୁଦେବାୟ ଧୀମହି । ତନ୍ନୋ ବିଷ୍ଣୁ ପ୍ରଚୋଦୟାତ ।।

ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଶ୍ରୀ ମହାଲକ୍ଷ୍ମ୍ଯୈ  ଚ ବିଦ୍ମହେ, ବିଷ୍ଣୁ ପତ୍ନ୍ଯୈ ଚ ଧୀମହି। ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ ।।

ଶିବଙ୍କ ଗାୟତ୍ରୀ ମନ୍ତ୍ର

ଓଁ ତତପୁରୁଷାୟ ବିଦ୍ମହେ, ମହାଦେବାୟ ଧୀମହି । ତନ୍ନୋ ରୁଦ୍ର: ପ୍ରଚୋଦୟାତ ।।

ଦୁର୍ଗାଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଗିରିଜାଯୈ ବିଦ୍ମହେ ଶିବପ୍ରିୟାଯୈ ଧୀମହି । ତନ୍ନୋ ଦୁର୍ଗା ପ୍ରଚୋଦୟାତ ।।

ସରସ୍ୱତୀଙ୍କ ଗାୟତ୍ରୀ ମନ୍ତ୍ର

ଓଁ ସରସ୍ୱତ୍ଯୈ ବିଦ୍ମହେ ବ୍ରହ୍ମପୁତ୍ର୍ଯୈ ଧୀମହି । ତନ୍ନୋ ଦେବୀ ପ୍ରଚୋଦୟାତ୍ ।।

ଶନିଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଭଗଭବାୟ ବିଦ୍ମହେ, ମୃତ୍ୟୁରୂପାୟ ଧୀମହି । ତନ୍ନୋ ସୌରୀ: ପ୍ରଚୋଦୟାତ ।।

ହନୁମାନଙ୍କ ଗାୟତ୍ରୀ ମନ୍ତ୍ର

ଓଁ ଅଂଜନୀସୁତାୟ ବିଦ୍ମହେ ବାୟୁପୁତ୍ରାୟ ଧୀମହି । ତନ୍ନୋ ମାରୁତି: ପ୍ରଚୋଦୟାତ ।।

ଆପଣ ଏହି ଗାୟତ୍ରୀ ମନ୍ତ୍ରର ଜପ ୧୦୮ ଥର ଏକ ମାଳା ସହିତ କରନ୍ତୁ । ଏହି ମନ୍ତ୍ରର ଜପ ଆପଣ ଦିନକୁ ତିନି ଥର କରନ୍ତୁ ।

ଗାୟତ୍ରୀ ମନ୍ତ୍ରକୁ ଜପ କରୁଥିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ

–      ଗାୟତ୍ରୀ ମନ୍ତ୍ର ଜପ କରିବା ସମୟରେ ଆପଣ କିଛି ଆବାଜ କରିବେ ନାହିଁ ଓ ମନେ ମନେ ଏହି ମନ୍ତ୍ରକୁ ଜପ କରନ୍ତୁ ।

–      ଗାୟତ୍ରୀ ମନ୍ତ୍ରର ଜପ ଆପଣ ମନ୍ଦିରରେ ବସି କରନ୍ତୁ ଓ ଏହି ମନ୍ତ୍ରକୁ ଜପ କରିବା ସମୟରେ ଏକ ଘିଅର ଦୀପ ବି ଜଳାନ୍ତୁ ।

–      ଗାୟତ୍ରୀ ମନ୍ତ୍ରର ଜପ ଭୁଲରେ ବି ରାତିରେ କରନ୍ତୁ ନାହିଁ । ରାତିରେ ଏହି ମନ୍ତ୍ରକୁ ଜପ କରିବା ଶୁଭ ହୋଇ ନ ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।