ବେଦ ଅନୁସାରେ ଆଉ କେତେ ଦିନ ରହିଲା କଳିଯୁଗ ଶେଷ ହେବାପାଇଁ ? ଶେଷରେ କଣ ହେବ

ବେଦ ଅନୁସାରେ କହିବାକୁ ଗଲେ ଆମେ ଏବେ କଳିଯୁଗରେ ଅଛୁ ଓ ଆଉ ଏକ କଥା ହେଉଛି ଯେତେବେଳେ ପାପର ଭାର ବଢିବାରେ ଲାଗିବ ସେତେବେଳେ କଳିଯୁଗର ଶେଷ ହୋଇଯିବ । ନିଜେ ପ୍ରଭୁ ଆସି କଳିଯୁଗର ଅନ୍ତ କରି ସତ୍ୟଯୁଗର ଆରମ୍ଭ କରିବେ । ସେ ସମୟ ଆଊ ବେସୀ ଦିନ ନାହିଁ । କାରଣ ମନୁଷ୍ୟ କେବେହେଲେ କୌଣସି ମନୁଷ୍ୟ କୁ ସାହାର୍ଯ୍ୟ ନକରି, ତାସାଙ୍ଗରେ ବିଶ୍ଵାସଘାତ କରୁଛନ୍ତି ।

ବେଦରେ କୁହା ଯାଇଛି ଯେ ଦୁନିଆରେ ସବୁଠୁ ବଡ ପାପ ହେଉଛି ମିଛ କହିବା । କିନ୍ତୁ ଏବେ ସେହି କଥା କୁ ମାନୁଛି କିଏ, ପ୍ରତ୍ୟକ କଥା ରେ ମିଛ କହୁଛନ୍ତି ଯାହାକି ବେଦ ଅନୁସାରେ ବହୁତ ବଡ ପାପ ହୋଇଥାଏ ।

କହିବାକୁ ଗଲେ ବେଦ ଅନୁସାରେ କୁହାଜାଇଛି ଯେ କଳିଯୁଗ ହେଉଛି ସବୁଠୁ ଅତ୍ୟାଚାରୀ ଯୁଗ ଓ ଏହି ଯୁଗରେ ହିଁ ସବୁ କିଛି ଶେଷ ହୋଇଯିବ । ଏହି ଯୁଗରେ ବହୁତ କୁକର୍ମ ବଢିବ କେହି କାହାକୁ ମାନିବେ ନାହିଁ, ବହୁତ ସଂଖ୍ୟା ରେ ଲୋକେ ଚୋରୀ କରିବାକୁ ଲାଗିବେ ଗୁରୁଙ୍କୁ ସଂମ୍ମାନ ଦେବେ ନାହିଁ ଓ ମାତା ପିତାଙ୍କୁ ଖାତିର କରିବେ ନାହିଁ ସଂମ୍ମାନ କରିବେ ନାହିଁ । ମନୁଷ୍ୟକୁ 6ଟି ଜିନିଷ ସେ ତାର ଅଧିନ କୁ ନେଇଯିବ । ସେ ହେଉଛି କାମ, କ୍ରୋଧ, ଲୋଭ, ମୋହ, ମାୟା, ମଦ । ଯାହାକି ମନୁଷ୍ୟର ବୃଦ୍ଧି ବିବେକ ହରିନେଇଥାଏ ।

ସେ କାହା ସାଙ୍ଗରେ କେଉଁ ଭଳି କଥା ହେବା ଦରକାର ବା କାହାକୁ କେଉଁ ଭଳି ବ୍ୟବହାର କରିବା ଦରକାର ସେ ସେତକ ମଧ୍ୟ ଭୁଲି ଯାଉଥିବ । ଏବେ ଆହୁରି ବଢି ଯାଉଛି ଓ ଏହା କୁ କେହି ରଖୀ ପାରିବେ ନାହିଁ । କାରଣ କଥାରେ ଅଛି ରଖେ ହଋ ମାରେ କିଏ ଓ ମାରେ ହଋ ରଖେ କିଏ । ତେଣୁ କରି ମନୁଷ୍ୟ ଯେମିତି କର୍ମ କରିବା ସେମିତି ହିଁ ଫଳ ପାଇବ, ତାହା ଫୁଣି ଏହି ଜନ୍ମ ରେ ।ଆପଣ ମାନେ ଜାଣିଥିବେ କି ଯେ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିଥାଏ, ସେହି ପରି ପାପର ଭାର ଏବେ ବହୁତ ବଢି ଚାଲିଛି ଯେତେବେଳେ ଅତି ମାତ୍ର ରେ ହେବ ।

ସେତେବେଳେ ପ୍ରଭୁ ନିଜେ ଆସିବେ, ସେ ମଧ୍ୟ ଗୀତାରେ କହିଛନ୍ତି ଯେତେବେଳେ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ବଢିବ ସେତେ ବେଳେ ସେ ନିଜେ ଆସି ପାପୀ ମାନଙ୍କୁ ଶେଷ କରି ଏକ ନୂତନ ଯୁଗ ଆରମ୍ଭ କରିବେ, ଏଥିରେ ଦୁତୀୟ ମତ କିଛି ନାହିଁ । କେବଳ ଏତିକି ନୁହେଁ ଲୋକେ ସଦା ସର୍ବଦା ଅନ୍ୟର ଦୋଷ ଦେଖିବେ, ଅନ୍ୟର ଧନ ଚୋରେଇ ନେବେ ଯାହାକି ଶାସ୍ତ୍ର ଅନୁସାରେ ଭୁଲ ଅଟେ । ସାମନ୍ୟ କଥା କୁ ନେଇ ନିଜ ନିଜ ଭିତରେ ହଣା କଟା ହୋଇ ମରିବେ । ଏହି କଳିଯୁଗରେ ସମସ୍ତେ ଧନ ପଛରେ ଗୋଡାଇବେ ହେଲେ କେହି ଧର୍ମ ପଥରେ ଯିବେ ନାହିଁ । ମନ୍ଦିର ମାନଙ୍କରେ ଦିଅଁ ଦେବତା ପୂଜା ପାଇବେ ନାହିଁ ।

ଏଭଳି ଏକ ସମୟ ମଧ୍ୟ ଆସିବ ଯେ ମନୁଷ୍ୟ ର ଆୟୁ ଧୀରେ ଧୀରେ କମିବାକୁ ଲାଗିବ । ଲୋକେ ଦିନ ରାତି ମଧ୍ୟ ମାନିବେ ନାହିଁ ସଦାବେଳେ ଭୋଗ ବିଳାସରେ ମାତି ରହିବେ ଓ ଶାସ୍ତ୍ର ଠାରୁ ଦୂରେଇ ଯିବେ । ମନୁଷ୍ୟ ମନରେ ପାପ ଭରିଯିବ କେହି ଠାକୁର ଅଛନ୍ତି ବୋଲି ମାନିବେ ନାହିଁ,ସମସ୍ତ ଙ୍କ ମନରେ ଅପବିତ୍ର ମନ ଭାବ ଆସିଥିବ । ବେଦରେ ଲେଖା ଅଛି ଯେ କଳିଯୁଗ ଯେତେବେଳେ ଶେଷ ହେବ ଲୋକେ ମଦ ଖାଇବେ, ଶୋଷଣ କରିବେ, ବ୍ୟଭିଚାର ଭଳି କାମ କରିବେ । ସେଥିପାଇଁ କିଛି ଦିନ ଭୋଗ ହୋଇ ଆଉ ସବୁ ପାପରେ କ୍ଷୟ ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।