କିମ ଜୋଂଗଙ୍କ ଲଭଷ୍ଟୋରି ବି କୌଣସି ରହସ୍ୟ ଠାରୁ କମ ନୁହେଁ, ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ନର୍ଥ କୋରିୟାର ଶାସକ କିମ ଜୋଂଗଙ୍କୁ ଦୁନିଆର ସବୁଠୁ କ୍ରୂର ଶାସକ ବୋଲି କୁହାଯାଏ । କିମ ଜୋଂଗ ନିଜର ଇଚ୍ଛା ଅନୁସାରେ ନିୟମ କରନ୍ତି ଓ ଯଦି କେହି ଏହି ନିୟମକୁ ନ ମାନିଥାଏ ତେବେ ତାକୁ ମୃତ୍ୟୁ ଦଣ୍ଡ ଦିଅନ୍ତି । ନର୍ଥ କୋରିୟାର ଲୋକମାନେ ତାଙ୍କୁ ବହୁତ ଡରନ୍ତି ଓ ଏହା ସହିତ ସେ ନିଜ ଇଚ୍ଛା ଅନୁସାରେ ସେଠି କେତେକ ଜିନିଷ ଉପରେ ପ୍ରତିବନ୍ଧ ଲଗାଇ ରଖିଛନ୍ତି । ଯେଉଁଥିରେ ସବୁଠୁ ମୂଳ ଜିନିଷ ଇଣ୍ଟର୍ନେଟ ଅଟେ । ଏହା ଛଡା ସେଠି କେହି ବି ନିଜର ଇଚ୍ଛା ଅନୁସାରେ ହେୟାର ଷ୍ଟାଇଲ ବି ରଖି ପାରିବ ନାହିଁ ।

କହିବାକୁ ଗଲେ କିମ ଜୋଂଗ ନିଜ ଜୀବନର ରହସ୍ୟକୁ ରହସ୍ୟ ହିଁ ରଖିବାକୁ ଚାହାନ୍ତି ଓ ନିଜ ସହ ଜଡିତ ସୂଚନା ଆଜି ପର୍ଯ୍ୟନ୍ତ ସେ ଅନ୍ୟ ଦେଶକୁ ଜାଣିବାକୁ ଦେଇ ନାହାନ୍ତି । ସେ ଗରିବ ଦେଶର ଏକ ଧନୀ ଶାସକ ଅଟନ୍ତି । ଅନ୍ୟ ଜିନିଷ ଭଳି କିମ ଜୋଂଗଙ୍କ ଲଭ ଲାଇଫ ବି ଏକ ରହସ୍ୟମୟୀ ଅଟେ ।

କିମ ଜୋଂଗଙ୍କ ଲଭଷ୍ଟୋରି ଓ ବିବାହ ବି ଏକ ରହସ୍ୟ ଅଟେ

କିମ ଜୋଂଗଙ୍କ ପତ୍ନୀ ରି ସୋଲ ଜୂ ଅଟନ୍ତି, ଯାହାଙ୍କ ବିଷୟରେରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । ଏହା ଛଡା ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାନ୍ତି କି ତାଙ୍କର ବିବାହ କେମିତି ଓ କେତେବେଳେ ହେଲା । ବର୍ଷ ୨୦୧୨ରେ କିମ ଜୋଂଗ ଅଚାନକ ଏକ ସୁନ୍ଦର ମହିଳାଙ୍କ ସହିତ ନଜର ଆସିବା ପରେ କିମ ଘୋଷଣା କରିଲେ କି ରି ସୋଲ ଜୂ ତାଙ୍କର ପତ୍ନୀ ଅଟନ୍ତି ।

ଖବର ଅନୁସାରେ ତାଙ୍କର ପିତା କିମଙ୍କ ବିବାହ ୨୦୦୯ରେ କରିଥିଲେ ଓ ବର୍ଷ ୨୦୧୦ରେ କିମଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ମଧ୍ୟ ଦେଇଥିଲେ । କିନ୍ତୁ ଏହି କଥା କେତେ ଦୂର ସତ ଅଟେ ଏହା ବିଷୟରେ କାହାକୁ ବି ଜଣା ନାହିଁ ।

ଖବର ଅନୁସାରେ କିମଙ୍କ ଜନ୍ମ ୧୯୮୫ ରୁ ୧୯୮୯ ମଧ୍ୟରେ ହୋଇଥିଲା । କୁହାଯାଏ କି ରି ସୋଲ ଜୂ ଏକ ଅର୍କ୍ରେସ୍ଟ୍ରାରେ ଗାୟିକା ଥିଲେ ଓ ସେ ୨୦୦୫ରେ ଏସିୟାନ ଆଥଲେଟ ଚାମ୍ପିୟନଶିପରେ ନର୍ଥ କୋରିୟା ଆସିଥିଲେ । ସେ ୯୦ ଜଣ ଚୀୟରଲୀଡରଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ଗେମ୍ସ ସମୟରେ ଆସିଥିଲେ । ଏହା ଛଡା ରି ସୋଲ ଜୂଙ୍କ ବିଷୟରେ ଆଉ କେହି ବି କିଛି ଜାଣି ନାହାନ୍ତି ଓ କିମ ଜୋଂଗ ନିଜର ସମ୍ପର୍କ ବିଷୟରେ କାହାକୁ ବି କିଛି କହିବାକୁ ପସନ୍ଦ କରନ୍ତି ନାହିଁ ।