ଯଦି କିଛି ସମୟ ପୂର୍ବରୁ ଆସିଥାନ୍ତେ ଏହି ଖେଳାଳି ଭାରତୀୟ ଟିମ କୁ, ତେବେ ଧୋନୀ, ବିରାଟ ଓ ରୋହିତଙ୍କୁ ଦେଇଥାନ୍ତେ ଜବରଦସ୍ତ ଟକ୍କର

ଆଜି ଆମେ ଆପଣମାନଙ୍କୁ କହିବୁ ସେହି ଖେଳାଳି ବିଷୟରେ ଯିଏ ଏହି ସମୟରେ ଭାରତୀୟ କ୍ରିକେଟ ଟିମରେ ଶତ ପ୍ରତିଶତ ନିଜର ଯୋଗଦାନ ଦେଉଛି । ଯଦି ଏହି ଖେଳାଳି କିଛି ସମୟ ପୂର୍ବରୁ ଆସିଥାନ୍ତେ, ତେବେ ରୋହିତ, ଧୋନୀ ଓ ବିରାଟ ଆଦି ଭଲ ଖେଳାଳିଙ୍କୁ ଟକ୍କର ଦେଇଥାନ୍ତେ । ଏହି ଖେଳାଳି ଜଣକ ହେଉଛନ୍ତି ଲୋକେଶ ରାହୁଲ । ତେବେ ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ ।


ଲୋକେଶ ରାହୁଲ ପୂର୍ବ ଟି20ରେ ଖେଳାଯାଇଥିବା ଭାରତ ସହ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମ୍ୟାଚରେ ବହୁତ ଭଲ ପଦର୍ଶନ କରିଥିଲେ । ସେ ODI ସିରିଜରେ ମଧ୍ୟ ବହୁତ ଭଲ ପଦର୍ଶନ କରିଥିଲେ ।


ଲୋକେଶ ରାହୁଲ ନିଜ କ୍ୟାରିୟରରେ ୩୬ଟି ଟେଷ୍ଟ ମ୍ୟାଚ, ୨୯ଟି ୱାନ ଡେ ଓ ୩୬ଟି ଟି20 ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ସେ ୩୫.୫୯ ଆଭରେଜରେ ୨୦୦୬ ରନ, ୱାନ ଡେ କ୍ରିକେଟରେ ୪୩.୧୨ ଆଭରେଜରେ ୧୦୩୫ ରନ ଓ ଟି20ରେ ୪୪.୧୫ ଆଭରେଜରେ ୧୨୩୭ ରନ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ କ୍ୟାରିୟରରେ ୧୦ଟି ଶତକ ଓ ୪୨ଟି ଅର୍ଦ୍ଧଶତକ ମଧ୍ୟ କରିସାରିଛନ୍ତି । ତେଣୁ ଯଦି ଲୋକେଶ ରାହୁଲ କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଆସିଯାଇଥାନ୍ତେ, ତେବେ ସେ ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲୀଙ୍କୁ ବହୁତ ଭଲ ଟକ୍କର ଦେଇଥାନ୍ତେ ।