“କିଛି ଝିଅ ଟଙ୍କା ନେଇ Papu Pom Pom ଭଳି ଲୋକଙ୍କୁ ବଦନାମ କରନ୍ତି, ତେଣୁ ସେହି ଝିଅମାନଙ୍କୁ ଜଲ୍ଦି ଖୋଜି…” : Madhumita Rath

ନିକଟରେ ଓଡିଆ ହାସ୍ୟ ଅଭିନେତା ପପୁ ପମପମ୍ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୬ ମସିହାରେ ତାଙ୍କ ଉପରେ କାଷ୍ଟିଂ କାଉଚ ବା ସିନେମାର ଅଭିନୟ କରିଇବେ କହି ଯୁବତୀଙ୍କୁ ଅସଦାଚରଣ କରିଥିବା ମାମଲା ସାମ୍ନାକୁ ଆସିଥିଲା । ଯାହାପରେ ପପୁଙ୍କୁ ଅନେକ ଅପଦସ୍ତ ହେବାକୁ ପଡିଥିଲା । ଏପରିକି ୪୩ ଦିନ ଧରି ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡିଥିଲା । ସେତେବେଳେ ଉକ୍ତ ଯୁବତୀ କିଛି ନ୍ଯୁଜ ଚ୍ଯାନେଲରେ ପପୁଙ୍କ ବିରୋଧରେ ସାକ୍ଷାତକାର ମଧ୍ୟ ଦେଇଥିଲେ ।

କିନ୍ତୁ ପରେ ସେ ନିଜେ ଏଥିରୁ ଓହରି ଯାଇଛନ୍ତି । ଯାହାଫଳରେ ମାନନୀୟ କୋର୍ଟ ଉପଯୁକ୍ତ ପ୍ରମାଣ ନପାଇ ପପୁଙ୍କୁ ନିର୍ଦ୍ଦୋଷରେ ରିହା କରିଛନ୍ତି । ଏହି ମାମଲାରେ ନିଜ ମତ ରଖିଛନ୍ତି ସମାଜସେବୀ ମଧୁମିତା ରଥ । ସେ କହିଛନ୍ତି କି, ଅନେକ ଯୁବତୀ ଏମିତି ଥାଆନ୍ତି ଯେଉଁମାନେ ଭଲ ଲୋକଙ୍କୁ ବଦନାମ କରନ୍ତି । ଯଦି ସେ ଯୁବତୀ ପପୁଙ୍କ ଉପରେ ଏଭଳି ସାଂଘାତିକ ଆରୋପ ଲଗାଇଥିଲେ ତେବେ ବର୍ତ୍ତମାନ ଓହରି ଗଲେ କାହିଁକି ?

ସେ ସାମ୍ନାକୁ ଆସିଥାନ୍ତେ ଓ ତାଙ୍କ ସହ କଣ ହୋଇଥିଲା କହିବ ସହ ସାକ୍ଷୀ ପ୍ରମାଣ ମଧ୍ୟ ଦେଇଥାନ୍ତେ । ତେଣୁ ସେହି ଯୁବତୀଙ୍କୁ ଶୀଘ୍ର ଖୋଜି ବାହାର କରିବା ଉଚିତ । ସେ କାହା ପ୍ରରୋଚନାରେ ଏଭଳି କହିଥିଲେ କିମ୍ବା କେଉଁ କାରଣରୁ ପପୁଙ୍କ ଉପରେ ଏଭଳି ଅଭିଯୋଗ ଆଣିଥିଲେ ତାହା ଜାଣିବା ନିହାତି ଆବଶ୍ୟକ । ସେମାନେ ନାବାଳିକା ହୁଅନ୍ତୁ, ଯୁବତୀ କିମ୍ବା ମହିଳା ହୁଅନ୍ତୁ ସେତେବେଳେ ସେମାନେ ଟିଭିରେ ଆଦି କାଷ୍ଟିଂ କାଉଚର ଶିକାର ହୋଇଥିବା କହିଥିଲେ ।

ଏହାପରେ ମହିଳା ଥାନାରେ କେସ୍ ହୋଇଥିଲା ଏବଂ ଖବରଟି ଖୁବ ଜୋରରେ ପ୍ରସାରିତ ହୋଇଥିଲା । ଫଳରେ ସବୁ ମହଲର ଲୋକେ ପପୁଙ୍କ ଉପରେ ଖୁବ ବର୍ଷିଥିଲେ ଓ ତାଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଥିଲେ । କାରଣ ସେହି ଝିଅମାନେ ଯାହା ଆରୋପ ଲଗାଇଲେ ସମସ୍ତେ ଭାବିଲେ ଏହା ସତ ବୋଲି । ହାସ୍ୟ ଅଭିନେତାମାନେ ବହୁତ ଖୋଲା ସ୍ଵଭାବର ଥାନ୍ତି ଓ ସବନୁବେଳେ ଅନ୍ୟକୁ ହସାଉଥାନ୍ତି । କିନ୍ତୁ ତାଙ୍କ ନାଁରେ ମିଛ ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି ।

ଯାହା ସେ ଅକାରଣରେ ଦୀର୍ଘ ୬ ବର୍ଷ ଧରି ଭୋଗିଛନ୍ତି । ତେଣୁ ଏହି ଝିଅମାନଙ୍କୁ ଶୀଘ୍ର ଖୋଜି ପ୍ରକୃତ ଘଟଣାର ଖୋଳତାଡ ହେବା ଉଚିତ । କାରଣ ଏଥିପାଇଁ ସେମାନେ ଟଙ୍କା ନେଇ ଥାଇ ପାରନ୍ତି ବୋଲି କହିଛନ୍ତି ମଧୁମିତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।