କି ଷ୍ଟାର ମ ତମେ ? ତମେ ପା ଭୁବନେଶ୍ବରରେ ବୁଲିଲେ ତମକୁ କେହି ପଚାରନ୍ତିନି କି ଫ୍ୟାନ ତମର ? Babushan ଙ୍କ ମାମଲାରେ କଡା ପ୍ରତିକ୍ରିୟା ଦେଲେ Advocate Byomakesh Tripathy

ଗୋଟିଏ ପଟେ ଦୁଇ ସିନେ ପରିବାରର କଳି ଓ ଅନ୍ୟପଟେ ସିନେଷ୍ଟାରଙ୍କ ଡ୍ରଗ୍ସ କାରବାର ଲିଙ୍କ । ଏହି ଦୁଇ ମାମଲାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ଓ ଅନେକ ଆଲୋଚନା ଚାଲିଛି । ପ୍ରକୃତରେ ସତ କଣ ଜାଣିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ବାବୁଶାନ ମଧ୍ୟ ଅଗ୍ରୀମ ବେଲ୍ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହି ମାମଲାର ତଦନ୍ତ କେଉଁ ଦିଗକୁ ଯାଇପାରେ ଏନେଇ ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ ନିଜ ମତ ରଖିଛନ୍ତି ।

ସେ କହିଛନ୍ତି, ଯଦି ଏହି ଘଟଣାକୁ ଭଲ ଭାବେ ତର୍ଜମା କରାଯିବ ତେବେ ଏଥିରେ ଆଗୁଆ ଜାମିନର କୌଣସି ଆବଶ୍ୟକତା ନଥିଲା । ଯେଉଁଠି ଲୋକ ଗିରଫ ହେବାର ଭୟ ଥାଏ ସେହି କେସରେ ଜଣେ ଆଗୁଆ ଜାମିନ ପାଇଁ ଆବେଦନ କରନ୍ତି । ଶସ୍ତା ପବ୍ଲିସିଟି ପାଇଁ ଜନ ସାଧାରଣ ଓ ମିଡିଆକୁ କେବଳ ବ୍ୟବହାର କରାଯାଉଛି । ଏହି ଘଟଣା ଯୋଗୁଁ ଆମ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ଥିବା ଓଡିଆମାନେ ଜାଣିଲେ ଯେ ବାବୁଶାନ ବୋଲି ଜଣେ ହିରୋ ଅଛି ଯାହାର ସାଧାରଣ ପାରିବାରିକ କଥାକୁ ନେଇ ମିଡିଆ ଉଠୁଛି ପଡୁଛି ।

ଏଇଟା ଗୋଟେ ସାଧାରଣ ପାରିବାରିକ ଗଣ୍ଡଗୋଳ ଥିଲା । ଏହି ସାମାନ୍ଯ କଥାକୁ ବଡ କରୁଛନ୍ତି ଓ ସୋସିଆଲ ମିଡିଆରେ ଏମିତି ଦେଖେଇ ହେଉଛନ୍ତି ଯେମିତି ନିଜେ ସବୁ ଖାଣ୍ଟି ଜୟପୁରୀ ସୁନା । ତେବେ ଫ୍ୟାମିଲି କୋର୍ଟରେ ପ୍ରତିଦିନ ଶହ ଶହ ଏହିଭଳି ପାରିବାରିକ ମାମଲା କେମିତି ଦାୟର ହେଉଛି । କୋର୍ଟରେ ଏଭଳି ହଜାର ହଜାର ମାମଲା ପଡିରହିଛି ।

ସେହିଭଳି ଡ୍ରଗ୍ସ କଥା ଯାହା କୁହାଯାଉଛି ସେଥିରେ ମଧ୍ୟ ଉଭୟଙ୍କ ଦୋଷ ରହିଛି । ବାବୁଶାନ ଛୋଟପିଲା ନୁହନ୍ତି ଯେ ତାଙ୍କୁ କିଏ ଡ୍ରଗ୍ସ ଦେବ ଆଉ ସେ କିଛି ନଜାଣି ଖାଇଦେବେ । ଏହା ସଂପୂର୍ଣ୍ଣ ଭାବେ ନିଜର ମାନସିକତା ଉପରେ ନିର୍ଭର କରେ । ବାବୁଶାନ ଗତକାଲି ବାଲକୋନୀରୁ ଆସି ହାତ ହଲେଇକି ପଳାଉଛନ୍ତି । ସେ କଣ ଏମିତି ଭଲ କାମ କରିଛନ୍ତି ନା ମୁଖ୍ୟମନ୍ତ୍ରୀ ଯେ ହାତ ହଲଉଛନ୍ତି ଆସିକି ।

ସେ ଭୁବନେଶ୍ବରରେ ବୁଲିଲେ ତାଙ୍କୁ କେହି ପଚାରନ୍ତିନି ସେ କି ଷ୍ଟାର । ଏହା ପବ୍ଲିସିଟି ପାଇଁ ଉଭୟ ପକ୍ଷରୁ ଏକ ପ୍ଳାନ କରା ଯାଇଥିବା କାହାଣୀ ବୋଲି କହିଛନ୍ତି ଆଡଭୋକେଟ ବ୍ୟୋମକେଶ । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।